ଭୁବନେଶ୍ୱର-ଦୁବାଇ ପ୍ରତ୍ୟକ୍ଷ ବିମାନ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏହି ପରିପ୍ରେକ୍ଷୀରେ ଶନିବାର ଓଡ଼ିଶା ଦିବସରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ଏହାର ଶୁଭାରମ୍ଭ କରି କହିଲେ, ସଂଯୋଗୀକରଣ ବିକାଶର ଚାବିକାଠି ଏବଂ ରାଜ୍ୟ ସରକାର ଏଥିପାଇଁ ସର୍ବଦା ପ୍ରୟାସ ରତ। ଦୁବାଇକୁ ସିଧାସଳଖ ବିମାନ ସେବା ଦ୍ୱାରା ଭୁବନେଶ୍ୱର ସବୁଠାରୁ ବିମାନ ଚଳାଚଳର ଅନ୍ୟତମ ବଡ଼ ହେବ। ବିଶ୍ୱକୁ ସିଧାସଳଖ ଗେଟ୍‌ଓ୍ବେ ଖୋଲିବା ସହ ଆଇଟି, ଉତ୍ପାଦନ ଏବଂ ପର୍ଯ୍ୟଟନ ପରି କ୍ଷେତ୍ରରେ ଓଡ଼ିଶାରେ ବିନିଯୋଗ ଉପରେ ଏହାର ବହୁଗୁଣିତ ପ୍ରଭାବ ପଡିବ। ଏହି ବିମାନ ଚଳାଚଳ ଓଡ଼ିଶା ପାଇଁ ନୂତନ ଆଶା ସଞ୍ଚାର କରିଛି। ଏଥିପାଇଁ ରାଜ୍ୟରୁ ଏକ ବୃହତ ପ୍ରତିନିଧି ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ବିମାନ ଚଳାଚଳ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭାରତ ସରକାର ଓ ବିଶେଷକରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ ୮ଟି ଟିକେଟ ମିଶନ ଶକ୍ତି ମହିଳା, ଖେଳାଳି, ଜନଜାତି ନେତା ଓ କଳାକାରଙ୍କୁ ପ୍ରଦାନ କରିଥିଲେ। ସେମାନେ ହେଲେ ସୁନ୍ଦରଗଡ଼ ଏସ୍‌ଡିସି ଚେୟାରପର୍ସନ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସ୍‌ଡିସି ଚେୟାରପର୍ସନ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲ୍‌ଏଫ୍‌ ସଭାପତି ଜ୍ୟୋତିରେଖା ଚେଟ୍ଟୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ଖେଳାଳି ଅନୁରାଧା ବିଶ୍ୱାଳ, ସୁଟର୍‌ ଶ୍ରୀୟଙ୍କା ଷଡ଼ଙ୍ଗୀ, ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଛାତ୍ର ବଳରାମ ରାଉତ ଓ ରାଉରକେଲା ସରକାରୀ ଆଇଟିଆଇ ଛାତ୍ର ହିମାଂଶୁ ସାହୁ।
ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ସିଙ୍ଗାପୁର ଓ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଭୁବନେଶ୍ୱର ସଂଯୋଗୀକରଣର ଏକ ବଡ଼ ହବ୍‌ ହେବା ସହ ପର୍ଯ୍ୟଟକ, ନିବେଶକ ସମ୍ପ୍ରଦାୟ ତଥା ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଓଡ଼ିଆ ଲୋକଙ୍କ ପାଇଁ ନିରାପଦ ତଥା ସୁଲଭ ଯାତ୍ରାର ସୁଯୋଗ ସୃଷ୍ଟି କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଗେଟ୍‌ୱେକୁ ସିଧାସଳଖ ବିମାନ ସେବା ଯୋଗାଇବ। ଚୁକ୍ତି ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସପ୍ତାହରେ ୩ଥର ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ତେବେ ଉଦ୍‌ଘାଟନୀ ଟିକେଟ ମୂଲ୍ୟ ଗୋଟିଏ ପାର୍ଶ୍ୱ ଯାତ୍ରା ପାଇଁ ୧୦ହଜାର ଥିବାବେଳେ ରାଉଣ୍ଡ୍‌ ଯାତ୍ରା ପାଇଁ ୨୦ ହଜାର ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ଭି.କେ. ପାଣ୍ଡିଆନ୍‌, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ସମେତ ବିମାନ ବନ୍ଦର ଏବଂ ଇଣ୍ଡିଗୋ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri