ଭୁବନେଶ୍ୱର-ଦୁବାଇ ପ୍ରତ୍ୟକ୍ଷ ବିମାନ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏହି ପରିପ୍ରେକ୍ଷୀରେ ଶନିବାର ଓଡ଼ିଶା ଦିବସରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ଏହାର ଶୁଭାରମ୍ଭ କରି କହିଲେ, ସଂଯୋଗୀକରଣ ବିକାଶର ଚାବିକାଠି ଏବଂ ରାଜ୍ୟ ସରକାର ଏଥିପାଇଁ ସର୍ବଦା ପ୍ରୟାସ ରତ। ଦୁବାଇକୁ ସିଧାସଳଖ ବିମାନ ସେବା ଦ୍ୱାରା ଭୁବନେଶ୍ୱର ସବୁଠାରୁ ବିମାନ ଚଳାଚଳର ଅନ୍ୟତମ ବଡ଼ ହେବ। ବିଶ୍ୱକୁ ସିଧାସଳଖ ଗେଟ୍‌ଓ୍ବେ ଖୋଲିବା ସହ ଆଇଟି, ଉତ୍ପାଦନ ଏବଂ ପର୍ଯ୍ୟଟନ ପରି କ୍ଷେତ୍ରରେ ଓଡ଼ିଶାରେ ବିନିଯୋଗ ଉପରେ ଏହାର ବହୁଗୁଣିତ ପ୍ରଭାବ ପଡିବ। ଏହି ବିମାନ ଚଳାଚଳ ଓଡ଼ିଶା ପାଇଁ ନୂତନ ଆଶା ସଞ୍ଚାର କରିଛି। ଏଥିପାଇଁ ରାଜ୍ୟରୁ ଏକ ବୃହତ ପ୍ରତିନିଧି ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ବିମାନ ଚଳାଚଳ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭାରତ ସରକାର ଓ ବିଶେଷକରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ ୮ଟି ଟିକେଟ ମିଶନ ଶକ୍ତି ମହିଳା, ଖେଳାଳି, ଜନଜାତି ନେତା ଓ କଳାକାରଙ୍କୁ ପ୍ରଦାନ କରିଥିଲେ। ସେମାନେ ହେଲେ ସୁନ୍ଦରଗଡ଼ ଏସ୍‌ଡିସି ଚେୟାରପର୍ସନ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସ୍‌ଡିସି ଚେୟାରପର୍ସନ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲ୍‌ଏଫ୍‌ ସଭାପତି ଜ୍ୟୋତିରେଖା ଚେଟ୍ଟୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ଖେଳାଳି ଅନୁରାଧା ବିଶ୍ୱାଳ, ସୁଟର୍‌ ଶ୍ରୀୟଙ୍କା ଷଡ଼ଙ୍ଗୀ, ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଛାତ୍ର ବଳରାମ ରାଉତ ଓ ରାଉରକେଲା ସରକାରୀ ଆଇଟିଆଇ ଛାତ୍ର ହିମାଂଶୁ ସାହୁ।
ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ସିଙ୍ଗାପୁର ଓ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଭୁବନେଶ୍ୱର ସଂଯୋଗୀକରଣର ଏକ ବଡ଼ ହବ୍‌ ହେବା ସହ ପର୍ଯ୍ୟଟକ, ନିବେଶକ ସମ୍ପ୍ରଦାୟ ତଥା ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଓଡ଼ିଆ ଲୋକଙ୍କ ପାଇଁ ନିରାପଦ ତଥା ସୁଲଭ ଯାତ୍ରାର ସୁଯୋଗ ସୃଷ୍ଟି କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଗେଟ୍‌ୱେକୁ ସିଧାସଳଖ ବିମାନ ସେବା ଯୋଗାଇବ। ଚୁକ୍ତି ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସପ୍ତାହରେ ୩ଥର ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ତେବେ ଉଦ୍‌ଘାଟନୀ ଟିକେଟ ମୂଲ୍ୟ ଗୋଟିଏ ପାର୍ଶ୍ୱ ଯାତ୍ରା ପାଇଁ ୧୦ହଜାର ଥିବାବେଳେ ରାଉଣ୍ଡ୍‌ ଯାତ୍ରା ପାଇଁ ୨୦ ହଜାର ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ଭି.କେ. ପାଣ୍ଡିଆନ୍‌, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ସମେତ ବିମାନ ବନ୍ଦର ଏବଂ ଇଣ୍ଡିଗୋ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri