ଭୁବନେଶ୍ୱର, କଟକ ସ୍ବେରେଜ, ଡ୍ରେନ୍‌ ଅବସ୍ଥା ସଙ୍ଗିନ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଭୁବନେଶ୍ୱର, କଟକ ମହାନଗର ନିଗମରେ ଡ୍ରେନ୍‌ ଓ ସ୍ବେରେଜ ଅବସ୍ଥା ସଙ୍ଗିନ୍‌। ଦୀର୍ଘ ବର୍ଷ ଧରି ସ୍ବେରେଜ କାର୍ଯ୍ୟ ଚାଲୁଥିବା ବେଳେ ମୁକୁଳା ଡ୍ରେନ୍‌ ଜୀବନ ନେଉଛି। ଏପରିକି କେତେକ ସ୍ଥାନରେ ଡ୍ରେନ୍‌ ଉପରେ ବେଆଇନ ନିର୍ମାଣ ଯୋଗୁ ଜଳ ନିଷ୍କାସନରେ ଘୋର ସମସ୍ୟା ଦେଖାଦେଉଛି। ଅବରୋଧ କାରଣରୁ ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ବର୍ଷା ଯୋଗୁ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ସହରବାସୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ଦୁଇ ସହର ସହିତ ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା। ସ୍ଥିତି ପରଖିବା ପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ତାଙ୍କ ରିପୋର୍ଟରେ ଏପରି ବାସ୍ତବ ଚିତ୍ର ସାମ୍ନାକୁ ଆଣିଛନ୍ତି। କେବଳ ସେତିକି ନୁହେଁ, ଡ୍ରେନ୍‌ ଓ ସ୍ବେରେଜ କାମ କରୁଥିବା ସଂସ୍ଥା ମଧ୍ୟ ସରକାରୀ ନିୟମ ଓ ଚୁକ୍ତିକୁ ଦଳି ମକଚି ନିଜ ଇଚ୍ଛାରେ କାମ କରୁଛି। କଟକରେ ଜାଇକା ଦ୍ୱାରା ଚାଲୁଥିବା ସ୍ବେରେଜ କାମ ଚାଲୁ ରହିଛି। ଦୀର୍ଘ ୫ ବର୍ଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେଉ ନାହିଁ। ଏତେ ଢିଲା ସତ୍ତ୍ୱେ ଜାଇକା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା କମିଟିକୁ ଆଶ୍ଚର୍ଯ୍ୟ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ବେରେଜ କାମ ଶେଷ ନ କଲେ ଜାଇକା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କମିଟି ସୁପାରିସ କରିଛି। ଉକ୍ତ ଦ୍ୱୈତ ନଗରୀର ଡ୍ରେନ ଓ ସ୍ବେରେଜ ବ୍ୟବସ୍ଥା ତଦାରଖ କରିବାକୁ ଜଳ ସମ୍ପଦ ବିଭାଗ ସମନ୍ବୟରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କମିଟି ପରାମର୍ଶ ଦେଇଛି।
ତୁରନ୍ତ ଡ୍ରେନ୍‌ ଓ ପ୍ରାକୃତିକ ନାଳ ଉପରୁ ଅବରୋଧ ହଟାଇବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ କମିଟି ନିର୍ଦ୍ଦେଶ ଦେଇଛି। ଏପରିକି କଟକ ସହର ସ୍ବେରେଜ କାମର ତଦାରଖ ମଧ୍ୟ ଠିକ୍‌ ଢଙ୍ଗରେ ହେଉ ନ ଥିବା କମିଟି ପରିଦର୍ଶନ ବେଳେ ଜାଣିବାକୁ ପାଇଛନ୍ତି। ଏଥିଯୋଗୁ କଟକ ସହରବାସୀ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି।
କେବଳ କଟକ କିମ୍ବା ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ପୌର ସଂସ୍ଥାରେ ଡ୍ରେନ ବ୍ୟବସ୍ଥା ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥାରେ ରହିଛି। ପ୍ରାଥମିକତା ଭିତ୍ତିରେ ସହରାଞ୍ଚଳର ଡ୍ରେନ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ସହରର କେଉଁ ସ୍ଥାନରେ ଜଳ ଜମି ରହୁଛି, ସେଗୁଡ଼ିକର ଉପଯୁକ୍ତ ସର୍ଭେ କରି ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଛି। ସହରରେ ଥିବା ଜଳାଶୟଗୁଡ଼ିକୁ ପୋତି ଦିଆଯାଉଛି। ସେସବୁର ପୁନରୁଦ୍ଧାର କରିବାକୁ କମିଟି ସୁପାରିସ କରିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ମାନ୍ଦା ଅବସ୍ଥାରେ ଚାଲିଛି। ଏଥିପାଇଁ ଆର୍ଥ୍‌ତ୍କ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆଉଟ୍‌ସୋର୍ସ ଜରିଆରେ ସାନିଟାରି ଇନ୍ସପେକ୍ଟର ପଦବୀ ପୂରଣ କରିବା ସହିତ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାନିଟାରି କ୍ୟାଡର ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି। ୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାକୁ କମିଟି ସୁପାରିସ କରିଛି। ପାଣିପାଇପ୍‌ ବିଛାଇବା ପରେ ରାସ୍ତାଗୁଡିକୁ ମୁକୁଳା ଛାଡି ଦିଆଯାଉଛି। ଫଳରେ ଯିବାଆସିବା ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ତୁରନ୍ତ ମରାମତି କରି ଅବାଧ ଯାତାୟାତ ପାଇଁ ବ୍ୟବସ୍ଥା କରିବାକୁ କମିଟି ବିଭାଗକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri