ବୁଲା ଗୋରୁମୁକ୍ତ ହୋଇପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୫।୧ (ବ୍ୟୁରୋ): ବୁଲା ଗୋରୁଙ୍କୁ ନେଇ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଷଣ୍ଢମୁକ୍ତ କରାଯିବ ବୋଲି ମେୟର କହିଥିଲେ। ତେଣୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କଠାରୁ ଆରମ୍ଭ କରି ଗୋରୁ ଉଠାଇବା ପାଇଁ ନିୟୋଜିତ ସଂସ୍ଥା ତତ୍ପରତା ପ୍ରକାଶ କରିଥିଲେ। ମାତ୍ର ଜାନୁୟାରୀରେ ବି ଯୋଜନାକୁ ସଫଳତା ମିଳିପାରୁନାହିଁ। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ଅପରପକ୍ଷେ ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍‌। ଆଉମାତ୍ର ୧୦ ଦିନ ସମୟ ଥିବାବେଳେ ଏହା ଭିତରେ କେମିତି ସହରକୁ ବୁଲା ଗୋରୁଙ୍କଠାରୁ ମୁକ୍ତ କରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି। ଏହା ଭିତରେ ଜାମୁକୋଳି ଓ ଜଟଣୀ ଗୋଶାଳା ଭର୍ତ୍ତି ହୋଇ ସାରିଥିଲେ ମଧ୍ୟ ସହରରୁ ଗୋରୁ ସଂଖ୍ୟା କିନ୍ତୁ କମୁନାହିଁ। ସହରରେ କେତେ ଗୋରୁ ଅଛନ୍ତି ତାହାର ତଥ୍ୟ ବିଏମ୍‌ସି ପାଖରେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ନଖରା ପଟୁ ବୁଲା ଗୋରୁଙ୍କ ଅନୁପ୍ରବେଶ କାରଣରୁ ଏପରି ସମସ୍ୟା ହେଉଥିବା ବିଏମସି ପକ୍ଷରୁ କୁହାଯାଉଛି।

ବୁଲା ଗୋରୁଙ୍କ ପାଇଁ ପଥଚାରୀ ତଥା ହକି ବିଶ୍ୱକପ୍‌ ପାଇଁ ଦେଶ ବିଦେଶର ଅତିଥି, ଖେଳାଳି ଓ ଖେଳପ୍ରେମୀ ଯେଭଳି ତିକ୍ତ ଅନୁଭୂତି ନେଇ ନ ଫେରିବେ ସେଥିପାଇଁ ଗୋରୁ ଉଠା ଅଭିଯାନ ଚାଲିଛି। ପୂର୍ବରୁ ରାସ୍ତାରୁ ବିଏମ୍‌ସି କର୍ମଚାରୀମାନେ ଗୋରୁ ଉଠାଉଥିଲେ। ମାତ୍ର ଏଥର ପ୍ରଥମ କରି ଟେଣ୍ଡର ଯୋଗେ ୩ଟି ସଂସ୍ଥା ଯଥା ବିଶାଳ, ଜେକେ ଟ୍ରେଡର୍ସ ଏବଂ ଆର୍‌ କେ ଟ୍ରେଡର୍ସକୁ ନିୟୋଜିତ କରାଯାଇଛି। ସଂସ୍ଥା ପକ୍ଷରୁ ଗୋରୁଙ୍କୁ ଧରି ଜାମୁକୋଳି ଓ ଜଟଣୀସ୍ଥିତ ଗୋଶାଳାରେ ରଖା ଯାଉଥିଲା। ମାତ୍ର ଏହି ଦୁଇ ଗୋଶାଳା ଏବେ ଭର୍ତ୍ତି ହୋଇ ଯାଇଥିବାରୁ ପୁରୀ ଗୋଶାଳାକୁ ଗୋରୁ ପଠାଇବା ପ୍ରକ୍ରିୟ ଆରମ୍ଭ ହୋଇଛି। ସେହିପରି ଅନ୍ୟଏକ ବିକଳ୍ପ ଭାବେ ଚୌଦ୍ୱାର ଗୋଶାଳାକୁ ରଖାଯାଇଛି।

ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର (ଓ୍ବେଲଫେୟାର) ରମେଶ ଚନ୍ଦ୍ର ଜେନା କହିଛନ୍ତି, ପ୍ରତିଦିନ ରାସ୍ତାରୁ ଗୋରୁ ଉଠାଯାଉଛି। ଏବେ ଜାମୁକୋଳି ଓ ଜଟଣୀ ଗୋଶାଳାରେ ୧୩ଶହ ଗୋରୁ ରହିଛନ୍ତି। ଏଣିକି ପୁରୀରେ ଥିବା ଗୋଶାଳାକୁ ଗୋରୁଙ୍କୁ ପଠାଯିବ। ତେବେ ସହରକୁ ଏତେ ଗୋରୁ କେଉଁଠାରୁ ଆସୁଛନ୍ତି ସେ ନେଇ ଦୃଷ୍ଟି ଦିଆଯାଉଛି। ସହରର ଆଖପାଖରେ ଥିବା ଗାଁଗୁଡିକରୁ ଗୋରୁମାନେ ଏଠାକୁ ଆସୁଥିବା ଅନୁମାନ କରାଯାଉଛି। ତେବେ ପୂର୍ବାପେକ୍ଷା ବୁଲା ଗୋରୁଙ୍କ ସଂଖ୍ୟା ବହୁତ କମି ଯାଇଛି। ହକି ବେଳକୁ ସହରକୁ ଗୋରୁମୁକ୍ତ କରିବା ପାଇଁ ପୂରା ପ୍ରୟାସ କରାଯାଉଛି ବୋଲି ଜେନା କହିଛନ୍ତି। ଅନ୍ୟପଟେ ଗୋରୁ ଊଠାଇବା ପାଇଁ ନିୟୋଜିତ ସଂସ୍ଥାର ସୂଚନା ଅନୁସାରେ ପୁରୀରେ ଗୋରୁଙ୍କୁ ଛାଡ଼ିବା ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ବଡ଼ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଅଧାବାଟରୁ ଛୋଟ ଗାଡ଼ିରେ ଗୋରୁଙ୍କୁ ସ୍ଥାନାନ୍ତରିତ କରାଯିବ। ଏନେଇ ଆନୁସଙ୍ଗିକ ବନ୍ଦୋବସ୍ତ ହୋଇପାରି ନ ଥିବାରୁ ଗୋରୁ ସ୍ଥାନାନ୍ତରଣ କାମ ଆଗେଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri