ବୁଲା ଗୋରୁମୁକ୍ତ ହୋଇପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୫।୧ (ବ୍ୟୁରୋ): ବୁଲା ଗୋରୁଙ୍କୁ ନେଇ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଷଣ୍ଢମୁକ୍ତ କରାଯିବ ବୋଲି ମେୟର କହିଥିଲେ। ତେଣୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଧିକାରୀଙ୍କଠାରୁ ଆରମ୍ଭ କରି ଗୋରୁ ଉଠାଇବା ପାଇଁ ନିୟୋଜିତ ସଂସ୍ଥା ତତ୍ପରତା ପ୍ରକାଶ କରିଥିଲେ। ମାତ୍ର ଜାନୁୟାରୀରେ ବି ଯୋଜନାକୁ ସଫଳତା ମିଳିପାରୁନାହିଁ। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ଗୋରୁମାନେ ଅବାଧରେ ବିଚରଣ କରୁଛନ୍ତି। ଅପରପକ୍ଷେ ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍‌। ଆଉମାତ୍ର ୧୦ ଦିନ ସମୟ ଥିବାବେଳେ ଏହା ଭିତରେ କେମିତି ସହରକୁ ବୁଲା ଗୋରୁଙ୍କଠାରୁ ମୁକ୍ତ କରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି। ଏହା ଭିତରେ ଜାମୁକୋଳି ଓ ଜଟଣୀ ଗୋଶାଳା ଭର୍ତ୍ତି ହୋଇ ସାରିଥିଲେ ମଧ୍ୟ ସହରରୁ ଗୋରୁ ସଂଖ୍ୟା କିନ୍ତୁ କମୁନାହିଁ। ସହରରେ କେତେ ଗୋରୁ ଅଛନ୍ତି ତାହାର ତଥ୍ୟ ବିଏମ୍‌ସି ପାଖରେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ନଖରା ପଟୁ ବୁଲା ଗୋରୁଙ୍କ ଅନୁପ୍ରବେଶ କାରଣରୁ ଏପରି ସମସ୍ୟା ହେଉଥିବା ବିଏମସି ପକ୍ଷରୁ କୁହାଯାଉଛି।

ବୁଲା ଗୋରୁଙ୍କ ପାଇଁ ପଥଚାରୀ ତଥା ହକି ବିଶ୍ୱକପ୍‌ ପାଇଁ ଦେଶ ବିଦେଶର ଅତିଥି, ଖେଳାଳି ଓ ଖେଳପ୍ରେମୀ ଯେଭଳି ତିକ୍ତ ଅନୁଭୂତି ନେଇ ନ ଫେରିବେ ସେଥିପାଇଁ ଗୋରୁ ଉଠା ଅଭିଯାନ ଚାଲିଛି। ପୂର୍ବରୁ ରାସ୍ତାରୁ ବିଏମ୍‌ସି କର୍ମଚାରୀମାନେ ଗୋରୁ ଉଠାଉଥିଲେ। ମାତ୍ର ଏଥର ପ୍ରଥମ କରି ଟେଣ୍ଡର ଯୋଗେ ୩ଟି ସଂସ୍ଥା ଯଥା ବିଶାଳ, ଜେକେ ଟ୍ରେଡର୍ସ ଏବଂ ଆର୍‌ କେ ଟ୍ରେଡର୍ସକୁ ନିୟୋଜିତ କରାଯାଇଛି। ସଂସ୍ଥା ପକ୍ଷରୁ ଗୋରୁଙ୍କୁ ଧରି ଜାମୁକୋଳି ଓ ଜଟଣୀସ୍ଥିତ ଗୋଶାଳାରେ ରଖା ଯାଉଥିଲା। ମାତ୍ର ଏହି ଦୁଇ ଗୋଶାଳା ଏବେ ଭର୍ତ୍ତି ହୋଇ ଯାଇଥିବାରୁ ପୁରୀ ଗୋଶାଳାକୁ ଗୋରୁ ପଠାଇବା ପ୍ରକ୍ରିୟ ଆରମ୍ଭ ହୋଇଛି। ସେହିପରି ଅନ୍ୟଏକ ବିକଳ୍ପ ଭାବେ ଚୌଦ୍ୱାର ଗୋଶାଳାକୁ ରଖାଯାଇଛି।

ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର (ଓ୍ବେଲଫେୟାର) ରମେଶ ଚନ୍ଦ୍ର ଜେନା କହିଛନ୍ତି, ପ୍ରତିଦିନ ରାସ୍ତାରୁ ଗୋରୁ ଉଠାଯାଉଛି। ଏବେ ଜାମୁକୋଳି ଓ ଜଟଣୀ ଗୋଶାଳାରେ ୧୩ଶହ ଗୋରୁ ରହିଛନ୍ତି। ଏଣିକି ପୁରୀରେ ଥିବା ଗୋଶାଳାକୁ ଗୋରୁଙ୍କୁ ପଠାଯିବ। ତେବେ ସହରକୁ ଏତେ ଗୋରୁ କେଉଁଠାରୁ ଆସୁଛନ୍ତି ସେ ନେଇ ଦୃଷ୍ଟି ଦିଆଯାଉଛି। ସହରର ଆଖପାଖରେ ଥିବା ଗାଁଗୁଡିକରୁ ଗୋରୁମାନେ ଏଠାକୁ ଆସୁଥିବା ଅନୁମାନ କରାଯାଉଛି। ତେବେ ପୂର୍ବାପେକ୍ଷା ବୁଲା ଗୋରୁଙ୍କ ସଂଖ୍ୟା ବହୁତ କମି ଯାଇଛି। ହକି ବେଳକୁ ସହରକୁ ଗୋରୁମୁକ୍ତ କରିବା ପାଇଁ ପୂରା ପ୍ରୟାସ କରାଯାଉଛି ବୋଲି ଜେନା କହିଛନ୍ତି। ଅନ୍ୟପଟେ ଗୋରୁ ଊଠାଇବା ପାଇଁ ନିୟୋଜିତ ସଂସ୍ଥାର ସୂଚନା ଅନୁସାରେ ପୁରୀରେ ଗୋରୁଙ୍କୁ ଛାଡ଼ିବା ପାଇଁ ଚିହ୍ନଟ ହୋଇଥିବା ସ୍ଥାନକୁ ବଡ଼ ଗାଡ଼ି ଯିବା ପାଇଁ ରାସ୍ତା ନାହିଁ। ଅଧାବାଟରୁ ଛୋଟ ଗାଡ଼ିରେ ଗୋରୁଙ୍କୁ ସ୍ଥାନାନ୍ତରିତ କରାଯିବ। ଏନେଇ ଆନୁସଙ୍ଗିକ ବନ୍ଦୋବସ୍ତ ହୋଇପାରି ନ ଥିବାରୁ ଗୋରୁ ସ୍ଥାନାନ୍ତରଣ କାମ ଆଗେଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?