ପାନୀୟ ଜଳ ଚିନ୍ତାରେ ଭୁବନ ଏନ୍‌ଏସି ବାସିନ୍ଦା

ଭୁବନ,୧୪ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୧୫ଟି ଓ୍ବାର୍ଡରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏଠାରେ ଥିବା କୂଅ, ପୋଖରୀଗୁଡ଼ିକ ଶୁଖି ଚାଲିଥିବାବେଳେ ୫ଟି ଓ୍ବାର୍ଡବାସୀ ଜଳ ସଙ୍କଟର ସମ୍ମୁଖୀନ ହେଲେଣି। ଏନ୍‌ଏସିର ୨୫ ହଜାର ଲୋକଙ୍କ ପାଇଁ ଯେତିକି ଜଳ ଆବଶ୍ୟକ ତାହାଠାରୁ ଜନସ୍ବାସ୍ଥ୍ୟ ବିଭାଗ କମ୍‌ ସଂଗ୍ରହ କରୁଥିବାରୁ ଆଗାମୀ ଦିନରେ ଜଳ ସଙ୍କଟ ନେଇ ଏନ୍‌ଏସି ବାସିନ୍ଦା ଚିନ୍ତିତ ହୋଇପଡ଼ିଛନ୍ତି।
ଏନ୍‌ଏସିର ୧୫ଟି ଓ୍ବାର୍ଡରେ ୧୨୧ ନଳକୂପ, ୫୭ ଖୋଲା କୂଅ, ୧୧ଟି ପୋଖରୀ ଥିବାବେଳେ ପାଇପ୍‌ ପାଣି ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୯୭ଟି ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରାଯାଇଛି। ଏନ୍‌ଏସି ବାସିନ୍ଦାଙ୍କ ପାଇଁ ମୋଟ୍‌ ୦୩.୦୧ ମିଲିୟନ ପାନୀୟ ଜଳ ଆବଶ୍ୟକ ପଡୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଦୈନିକ ୦୨.୦୫ ମିଲିୟନ ପାନୀୟ ଜଳ ବ୍ରହ୍ମଣୀ ନଦୀର ଶାଖା ରଙ୍ଗମାଟିଆ ନାଳ ନିକଟରୁ ସଂଗ୍ରହ କରୁଛି। ଏନ୍‌ଏସିର ଉତ୍ତର ଓ ପୂର୍ବ ଦିଗରେ ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଆରମ୍ଭ ହେବା ଓ ବ୍ରାହ୍ମଣୀ ନଦୀ କୂଳରେ ମାଳବନ୍ଦ ନିର୍ମାଣ ଦ୍ୱାରା ଅଞ୍ଚଳକୁ ନଦୀ ଜଳ ଓ ବନ୍ୟାଜଳ ଆସିବାରେ ପ୍ରତିବନ୍ଧକ ସାଜିଛି। ଏହି କାରଣରୁ ଜଳସ୍ତର ହ୍ରାସ ପାଉଥିବାରୁ ଆବଶ୍ୟକ ପାଣି ସଂଗ୍ରହ କରାଯାଇପାରୁ ନାହିଁ। ଏଥିସହ ଖୋଲା କୂଅ, ନଳକୂପ ଓ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି। ଏନ୍‌ଏସିର ୨, ୩, ୮, ୧୪ ଓ ୧୫ନଂ ଓ୍ବାର୍ଡବାସୀ ଜଳସଙ୍କଟର ସମ୍ମୁଖୀନ ମଧ୍ୟ ହେଲେଣି। ୨ ଓ ୩ ନଂ. ଓ୍ବାର୍ଡବାସୀଙ୍କ ନିମନ୍ତେ ଗୋଡ଼ିପାଟଣାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଲଗାଯାଇଛି। କିନ୍ତୁ ସଂଯୋଗ ଦିଆଯାଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଫଳରେ ଏଠାକାର ବାସିନ୍ଦା ପାଣି ପାଇବାର ସମସ୍ୟା ଉପୁଜିଛି। ଜଳସ୍ତର ହ୍ରାସ କାରଣରୁ ଦିନକୁ ଦିନ ସମସ୍ୟା ବଢୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ତେଣୁ ଆଗାମୀ ଦିନରେ ଜଳ ସମସ୍ୟା ନେଇ ଆନ୍ଦୋଳନ ତୀବ୍ରତର ହେବା ବୋଲି ଏନ୍‌ଏସି ବାସିନ୍ଦା ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୋନାଲି ନାୟକ କହିଛନ୍ତି, ଅଞ୍ଚଳରେ ଚଳିତବର୍ଷ ଜଳ ସଙ୍କଟ ଦେଖା ଦେବା ଆଶଙ୍କା ରହିଛି। ଜଳସ୍ତର କମିବା ସାଙ୍ଗକୁ ଆବଶ୍ୟକ ଠାରୁ କମ୍‌ ପାନୀୟ ଜଳ ସଂଗ୍ରହ କରାଯାଉଛି। ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସହ ଅଞ୍ଚଳବାସୀ ସହଯୋଗ କଲେ ସମସ୍ୟା ଦୂର ହୋଇପାରିବ।

ବଡ଼ ପଦକ୍ଷେପ ନିଆଯିବା ଜରୁରୀ
ପାନୀୟ ଜଳ ସମସ୍ୟା ନେଇ ଏଯାଏ କୌଣସି ଅଭିଯୋଗ ଆସିନାହିଁ। ତଥାପି ଅଞ୍ଚଳବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ। ବ୍ରାହ୍ମଣୀ ନଦୀରୁ ପାଣ୍ଡରା ନାଳକୁ ଜଳସ୍ରୋତ ସଂଯୋଗ କରାଯାଇପାରିଲେ ସମସ୍ୟା ରହିବ ନାହିଁ। ଏଥିପାଇଁ ଏକ ବଡ ପଦକ୍ଷେପ ନିଆଯିବା ଆବଶ୍ୟକ।
-ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କାମାକ୍ଷାନଗର ଉପଜିଲାପାଳ
ସମାଧାନ ଲାଗି ପଦକ୍ଷେପ ନିଆଯାଉନି
ଭୁବନ ଏକ ଜନବହୁଳ ସହର। ଦିନକୁ ଦିନ ଏଠାରେ ଜଳ ସଙ୍କଟ ଦେଖାଦେଉଛି। ସମସ୍ୟାର ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରୁନି। ବୁଦ୍ଧିଜୀବୀମାନେ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରନ୍ତୁ।
-ପ୍ରଭାକର ସାହୁ, ବରିଷ୍ଠ ନାଗରିକ
ଅଧିକ ପ୍ରକଳ୍ପର ଆବଶ୍ୟକତା ରହିଛି
ପୂର୍ବରୁ ପାନୀୟ ଜଳ ଯୋଗାଣରେ କିଛି ସମସ୍ୟା ନ ଥିଲା। କିଛି ବର୍ଷ ହେଲା ଜନସଂଖ୍ୟା ବୃଦ୍ଧି ଘଟିଥିବାରୁ ଏପରି ଅସୁବିଧା ଉପୁଜୁଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ କରାଯାଉ ନାହିଁ। ପୋଖରୀ, କୂଅ ଓ ନଳକୂପକୁ ମଧ୍ୟ ଅଧିକ ଗଭୀର କରାଯାଉ ନାହିଁ। ଏହି କାରଣରୁ ଜଳ ସଙ୍କଟ ଦେଖାଦେଉଛି।
-ଦିଲୀପ କୁମାର ମିଶ୍ର, ଭୁବନ
ପ୍ରକଳ୍ପ ହୋଇଛି, ପାଇପ୍‌ ପଡ଼ିନି
ଏନ୍‌ଏସିର ୩ ନମ୍ବର ଓ୍ବାର୍ଡରେ ଦୀର୍ଘଦିନରୁ ଜଳ ପ୍ରକଳ୍ପ ନିର୍ମାଣ ସରିଛି। ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ଉଦାସୀନତା ଓ ଦାୟିତ୍ୱହୀନତା କାରଣରୁ ପାଇପ୍‌ ଲାଇନ ପୋତା ଯାଇନାହିଁ। ଫଳରେ ୨ ଓ ୩ ନମ୍ବର ଓ୍ବାର୍ଡବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
-ଗିରୀଶ ଚନ୍ଦ୍ର ମହାରଣା, ୩ଂ. ଓ୍ବାର୍ଡ
ନିମ୍ନମାନର କାର୍ଯ୍ୟ କରାଯାଉଛି
ସରକାରୀ ଯୋଜନାକୁ ଏଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନି। ଜାତୀୟ ରାଜପଥ ୫୩ କାଳୀଜାର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସର୍ବଦା ପାଇପ ଫାଟି ରାସ୍ତାରେ ପାଣି ମାଡ଼ୁଛି। ଲୋକେ ପିଇବାକୁ ପାଣି ପାଉ ନ ଥିବାବେଳେ ଏଠାରେ ନଷ୍ଟ ହେଉଛି। ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲେ ସମାଧାନ ହୋଇପାରିବ।
-ମାନସ କୁମାର ସାହୁ, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri