ମଧୁରଜଳ ବିନା ବିପଦରେ ଭିତରକନିକା

କେନ୍ଦ୍ରାପଡା ଅଫିସ,୨୧ା୨:ଗତ ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ମହାନିଗମର ପାନୀୟ ଜଳ ଭରଣା ପାଇଁ ମହାନଦୀରୁ ଦୈନିକ ୧୩୦ ମିଲିୟନ ଲିଟର ପାଣି ଉତ୍ତୋଳନ ହେବ ବୋଲି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ା ଖରାଦିନ ଆରମ୍ଭରୁ ମହାନଦୀରେ ଜଳସଙ୍କଟ ଦେଖା ଦେଇଥିବା ବେଳେ ଆଗାମୀ ଦିନରେ ଶେଷମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ମଧୁର ଜଳ ସଙ୍କଟ ଦେଖାଯିବ ବୋଲି ପରିବେଶବିତମାନେ ଆଲୋଚନା ଆରମ୍ଭ କରି ଦେଇଛନ୍ତି ା
ଏସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶିକ୍ଷାବିତ୍‌ ଭୂବନମୋହନ ଜେନା, ଅଧ୍ୟାପକ କ୍ଷିତିଶ କୁମାର ସିଂହ, ଭିତରକନିକା ଇକୋ ସେନସେଟିଭ ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ସଞ୍ଜୟ ବେହୁରା କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ ା ଭିତରକନିକାର ପ୍ରାକୃତିକ ବିଭବ ବିଶ୍ୱସ୍ତରର ଆକର୍ଷଣ ା ଏହି ବିଭବକୁ ରୁଦ୍ଧିମନ୍ତ ପାଇଁ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ନଦୀ ମଧୁର ଜଳ ଯୋଗାଇଥାଏ ା ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ସାଧାରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ ା ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳେ ା ରାଜ୍ୟରେ ୪୮୦ କିଲୋମିଟର ଲମ୍ବର ତଟାଞ୍ଚଳରେ ମୋଟ ୨୨୨ ବର୍ଗ କିଲୋମିଟର ଘଞ୍ଚ ହେନ୍ତାଳବଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ସର୍ବାଧିକ ୧୮୩ ବର୍ଗକିଲୋମିଟର ଏହି ବଣ ଅଛି ା ତେବେ ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ୩ ସିଷ୍ଟମ ଏବେ ଅକାମୀ ହେବାକୁ ଯାଉଛି ା ଛତିଶଗଡ ରାଜ୍ୟରେ ବନ୍ଧ ନିର୍ମାଣ ପରେ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହିତ ଦ୍ୱନ୍ଦ୍ୱ ଦେଖାଯାଇଛି ା ଜଳସ୍ରୋତ ମହାନଦୀରେ କମୁଛି ା ଏହି ସମୟରେ ମୁଣ୍ଡଳୀଠାରୁ ପାଣି ଉଠାଯିବା ବ୍ୟବସ୍ଥା କରାଯାଇଛି ା ପୂର୍ବରୁ ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀ ପାଣିକୁ ରୋକା ଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି ା ଏହି ବ୍ୟାରେଜରୁ ଉଦ୍‌ବୃତ୍ତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି ା ଏହାବ୍ୟତୀତ ମହାନଦୀ ଜଳକୁ ଶିଳ୍ପ ଓ ବହୁ ପାନୀୟ ପ୍ରକଳ୍ପ ସହିତ ଯୋଡାଯାଇଛି ା ଫଳରେ ମହାନଦୀ ଓ ଏହା ସିଷ୍ଟମରେ ଥିବା ଜିଲାର ବିରୂପା, ଚିତ୍ରୋପତ୍ଳା, ଲୁଣା, କରାଣ୍ଡିଆ ଆଦି ନଦୀ ଓ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ କେନାଲରେ ଜଳାଭାବ ଦେଖାଯିବ ା ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ଏହାର ପାଣି ପହଞ୍ଚତ୍ବା ଆଶା ରହିବ ନାହିଁ ା ସେହିପରି ଶିଳ୍ପ ଓ ବ୍ୟାରେଜ ପାଇଁ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚୁ ନାହିଁ ା ଫଳରେ ବୈତରଣୀ ନଦୀକୁ ପାରକରି ଖରସ୍ରୋତାରୁ ପାଣି ଉଠାଇ ଭଦ୍ରକ ଜିଲାକୁ ନିଆଯାଉଛି ା ଭିତରକନିକାକୁ ବର୍ଷା ଦିନ ବ୍ୟତୀତ ବ୍ରାହ୍ମଣୀ ନଦୀ ମାଧ୍ୟମରେ ଖରାଦିନେ ପାଣି ପହଞ୍ଚୁଥିଲା ା ତେବେ ବ୍ରାହ୍ମଣୀ ଓ ଏହାର ସିଷ୍ଟମରେ ଥିବା ଖରସ୍ରୋତା ଜଳ ଉପରେ ଏବେ ବହୁ ପାନୀୟ ଜଳ ପ୍ରକଳ୍ପ ସହିତ ଶିଳ୍ପକୁ ପାଣି ଯୋଗାଯାଉଛି ା ପରିସ୍ଥିତି ଏପରି ହୋଇଛିଯେ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ନଦୀନାଳକୁ ସମୁଦ୍ରର ଲୁଣି ଜଳ ମାଡିଆସିଲାଣି ା ହେନ୍ତାଳବଣର ସୁରକ୍ଷା ପାଇଁ ନଦୀର ଜଳ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚତ୍ବା ଆବଶ୍ୟକ ା ଏଥିନେଇ କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ ା ମଧୁର ଜଳର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନୁଧ୍ୟାନ ହେଉ ନ ଥିବା ଏହି ଆଦ୍ରଭୂମି ପ୍ରତି ବିପଦ ସୃଷ୍ଟି କରିଛି ା ସେହିପରି ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପ ପରେ ଜାତୀୟ ଉଦ୍ୟାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କମିଟିର ରିପୋର୍ଟ କେବେ ଆସିବ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri