ମଧୁରଜଳ ବିନା ବିପଦରେ ଭିତରକନିକା

କେନ୍ଦ୍ରାପଡା ଅଫିସ,୨୧ା୨:ଗତ ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ମହାନିଗମର ପାନୀୟ ଜଳ ଭରଣା ପାଇଁ ମହାନଦୀରୁ ଦୈନିକ ୧୩୦ ମିଲିୟନ ଲିଟର ପାଣି ଉତ୍ତୋଳନ ହେବ ବୋଲି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ା ଖରାଦିନ ଆରମ୍ଭରୁ ମହାନଦୀରେ ଜଳସଙ୍କଟ ଦେଖା ଦେଇଥିବା ବେଳେ ଆଗାମୀ ଦିନରେ ଶେଷମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ମଧୁର ଜଳ ସଙ୍କଟ ଦେଖାଯିବ ବୋଲି ପରିବେଶବିତମାନେ ଆଲୋଚନା ଆରମ୍ଭ କରି ଦେଇଛନ୍ତି ା
ଏସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶିକ୍ଷାବିତ୍‌ ଭୂବନମୋହନ ଜେନା, ଅଧ୍ୟାପକ କ୍ଷିତିଶ କୁମାର ସିଂହ, ଭିତରକନିକା ଇକୋ ସେନସେଟିଭ ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ସଞ୍ଜୟ ବେହୁରା କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ ା ଭିତରକନିକାର ପ୍ରାକୃତିକ ବିଭବ ବିଶ୍ୱସ୍ତରର ଆକର୍ଷଣ ା ଏହି ବିଭବକୁ ରୁଦ୍ଧିମନ୍ତ ପାଇଁ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ନଦୀ ମଧୁର ଜଳ ଯୋଗାଇଥାଏ ା ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ସାଧାରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ ା ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳେ ା ରାଜ୍ୟରେ ୪୮୦ କିଲୋମିଟର ଲମ୍ବର ତଟାଞ୍ଚଳରେ ମୋଟ ୨୨୨ ବର୍ଗ କିଲୋମିଟର ଘଞ୍ଚ ହେନ୍ତାଳବଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ସର୍ବାଧିକ ୧୮୩ ବର୍ଗକିଲୋମିଟର ଏହି ବଣ ଅଛି ା ତେବେ ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ୩ ସିଷ୍ଟମ ଏବେ ଅକାମୀ ହେବାକୁ ଯାଉଛି ା ଛତିଶଗଡ ରାଜ୍ୟରେ ବନ୍ଧ ନିର୍ମାଣ ପରେ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହିତ ଦ୍ୱନ୍ଦ୍ୱ ଦେଖାଯାଇଛି ା ଜଳସ୍ରୋତ ମହାନଦୀରେ କମୁଛି ା ଏହି ସମୟରେ ମୁଣ୍ଡଳୀଠାରୁ ପାଣି ଉଠାଯିବା ବ୍ୟବସ୍ଥା କରାଯାଇଛି ା ପୂର୍ବରୁ ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀ ପାଣିକୁ ରୋକା ଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି ା ଏହି ବ୍ୟାରେଜରୁ ଉଦ୍‌ବୃତ୍ତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି ା ଏହାବ୍ୟତୀତ ମହାନଦୀ ଜଳକୁ ଶିଳ୍ପ ଓ ବହୁ ପାନୀୟ ପ୍ରକଳ୍ପ ସହିତ ଯୋଡାଯାଇଛି ା ଫଳରେ ମହାନଦୀ ଓ ଏହା ସିଷ୍ଟମରେ ଥିବା ଜିଲାର ବିରୂପା, ଚିତ୍ରୋପତ୍ଳା, ଲୁଣା, କରାଣ୍ଡିଆ ଆଦି ନଦୀ ଓ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ କେନାଲରେ ଜଳାଭାବ ଦେଖାଯିବ ା ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ଏହାର ପାଣି ପହଞ୍ଚତ୍ବା ଆଶା ରହିବ ନାହିଁ ା ସେହିପରି ଶିଳ୍ପ ଓ ବ୍ୟାରେଜ ପାଇଁ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚୁ ନାହିଁ ା ଫଳରେ ବୈତରଣୀ ନଦୀକୁ ପାରକରି ଖରସ୍ରୋତାରୁ ପାଣି ଉଠାଇ ଭଦ୍ରକ ଜିଲାକୁ ନିଆଯାଉଛି ା ଭିତରକନିକାକୁ ବର୍ଷା ଦିନ ବ୍ୟତୀତ ବ୍ରାହ୍ମଣୀ ନଦୀ ମାଧ୍ୟମରେ ଖରାଦିନେ ପାଣି ପହଞ୍ଚୁଥିଲା ା ତେବେ ବ୍ରାହ୍ମଣୀ ଓ ଏହାର ସିଷ୍ଟମରେ ଥିବା ଖରସ୍ରୋତା ଜଳ ଉପରେ ଏବେ ବହୁ ପାନୀୟ ଜଳ ପ୍ରକଳ୍ପ ସହିତ ଶିଳ୍ପକୁ ପାଣି ଯୋଗାଯାଉଛି ା ପରିସ୍ଥିତି ଏପରି ହୋଇଛିଯେ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ନଦୀନାଳକୁ ସମୁଦ୍ରର ଲୁଣି ଜଳ ମାଡିଆସିଲାଣି ା ହେନ୍ତାଳବଣର ସୁରକ୍ଷା ପାଇଁ ନଦୀର ଜଳ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚତ୍ବା ଆବଶ୍ୟକ ା ଏଥିନେଇ କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ ା ମଧୁର ଜଳର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନୁଧ୍ୟାନ ହେଉ ନ ଥିବା ଏହି ଆଦ୍ରଭୂମି ପ୍ରତି ବିପଦ ସୃଷ୍ଟି କରିଛି ା ସେହିପରି ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପ ପରେ ଜାତୀୟ ଉଦ୍ୟାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କମିଟିର ରିପୋର୍ଟ କେବେ ଆସିବ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri