ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନରେ ବ୍ଲକ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତୀଶ ପ୍ରିୟଦର୍ଶି ସାହୁଙ୍କ ପରିଚାଳନାରେ ଶିବିରରେ ମୋଟ ୨୫୦ଜଣ ନିଜ ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ସେମାନଙ୍କ ମଧ୍ୟରେ ମୋଟ ୧୮୫ ଜଣ ଦିବ୍ୟାଙ୍ଗଙ୍କୁ ଚି଼ହ୍ନଟ କରାଯାଇଥିଲା ।
ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଡ଼ିଓ କହିଛନ୍ତି । ସେମାନଙ୍କ ମଧ୍ୟରେ ଅସ୍ଥିଶଲ୍ୟ ସମସ୍ୟା ରହିଥିବା ୯୮ଜଣଙ୍କୁ ଚି଼ହ୍ନଟ କରାଯାଇଥିବା ବେଳେ ବାକ୍ ଓ ଶ୍ରବଣ ଶକ୍ତି ସମସ୍ୟା ୩୩, ମସ୍ତିକ ବିକୃତି ୨୭, ରକ୍ତ ଶିକୁଳି୧୫ ଏବଂ ଦୃଷ୍ଟି ବାଧିତ ୧୨ ଜଣଙ୍କୁ ଚି଼ହ୍ନଟ କରାଯାଇଥିବା କୁହାଯାଇଛି । ଆସନ୍ତା ଦିନମାନଙ୍କରେ ସରକାରଙ୍କ ଦିବ୍ୟାଙ୍ଗଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ତଥା ଭତ୍ତା ପ୍ରଦାନ, ଶିକ୍ଷା ପାଇଁ ଆବଶ୍ୟକ ଉପକରଣ ଓ ଚଳଣି ବାଧିତଙ୍କ ପାଇଁ ଆବଶ୍ୟକ ଉପକରଣ ଆଦି ସୁବିଧା ଯୋଗାଇଦିଆଯିବ ବୋଲି କୁହାଯାଇଛି ।
ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଫୁଲବାଣୀ ସାମାଜିକ ସୁରକ୍ଷା ଅଧିକାରୀ ସୋମ୍ୟରଞ୍ଜନ ସାହୁ, ଦାରିଙ୍ଗବାଡିର ରାମକୃଷ୍ଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ, ଜିଲା ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଦାରିଙ୍ଗବାଡି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଡ଼ାଃ. ନମାଇଁ ଚରଣ ବିଶିଙ୍କ ସମେତ ଡ଼ାଃ. ଦେବଜିତ୍ ଦାଶ,ଡ଼ାଃ. ଦିଲ୍ଲୀପ କୁମାର ମେହେର, ଡ଼ାଃ. ଜୟଦିପ କୁମାର ଘୋଷ,ଡ଼ାଃ. ସନ୍ଦୀପ କୁମାର ପ୍ରଧାନ ପ୍ରମୁଖ ପଞ୍ଜିକୃତ କରି ଯୋଗଦେଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।

