ଭୀମା କୋରେଗାଁଓ: ପ୍ରମାଣ ଉପରେ ପ୍ରଶ୍ନ

ଶ୍ରୀଗିରିଶ ଜଲିହାଲ

 

ଆମେରିକାର ଏକ ଡିଜିଟାଲ ଫୋରେନସିକ୍‌ କମ୍ପାନୀ ତା’ ରିପୋର୍ଟରେ ପ୍ରକାଶ କରିଛି ଯେ, ଜଣେ ହ୍ୟାକର ସମାଜସେବୀ ରୋନା ଓ୍ବିଲ୍‌ସନଙ୍କ କମ୍ପ୍ୟୁଟରରେ ଅପରାଧର ପ୍ରମାଣ ସିଦ୍ଧ କରିବା ପାଇଁ ୨୨ଟି ଫାଇଲ ସେଟ୍‌ କରିଥିଲେ। ଜାନୁୟାରୀ ୨୦୧୮ରେ ମହାରାଷ୍ଟ୍ରର ଭୀମା କୋରେଗାଁଓ ସହରରେ ସଂଗଠିତ ହିଂସାର କିଛିଦିନ ପରେ ଏହା ସେ କରିଥିଲେ। ଏହି ଫାଇଲଗୁଡ଼ିକୁ ୧୫ ନଭେମ୍ବର ୨୦୧୮ରୁ ପୁଣେ ପୋଲିସ ଏବଂ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା କୋର୍ଟରେ ଏକ ମୁଖ୍ୟ ପ୍ରମାଣ ଭାବେ ଦର୍ଶାଯାଇଛି। ଏହା ଯୋଗୁ ଓ୍ବିଲସନ ଓ ଆଇନଜୀବୀ ,ଶିକ୍ଷାବିତ ଏବଂ କଳାକାର ଆଦି ୧୫ଜଣଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି (କେବଳ କବି ବାରବରା ରାଓ ଜାମିନ ପାଇଛନ୍ତି)। ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ କୋର୍ଟରେ ବିଚାର ଚାଲିଛି। ଏହି ଫାଇଲଗୁଡ଼ିକ ଏମାନେ କେବେ ହେଲେ ସୃଷ୍ଟି କରିନାହାନ୍ତି କି ଓ୍ବିଲସନଙ୍କ କମ୍ପ୍ୟୁଟରକୁ ହ୍ୟାଣ୍ଡେଲ କରୁଥିବା ଏମାନଙ୍କ ମଧ୍ୟରୁ କେହି ବି ଫାଇଲ୍‌ଗୁଡ଼ିକୁ ବ୍ୟବହାର କରିନାହାନ୍ତି। କିନ୍ତୁ ହ୍ୟାକର ଏଗୁଡ଼ିକୁ ସେଟ୍‌ କରିଛି ବୋଲି ଆର୍ସନେଲ କନ୍‌ସଲ୍‌ଟିଂର ରିପୋର୍ଟରେ ପ୍ରକାଶ ପାଇଛିି। ଓ୍ବିଲସନ ଓକିଲଙ୍କ ଅନୁରୋଧ କ୍ରମେ ସେମାନେ ଓ୍ବିଲସନଙ୍କ କମ୍ପ୍ୟୁଟରର ଇଲେକ୍‌ଟ୍ରୋନିକ କପିକୁ ଅନୁଧ୍ୟାନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ନଭେମ୍ବର ୨୦୧୯ରେ ଏହାକୁ ପୋଲିସଙ୍କଠାରୁ ପାଇଥିଲେ। ଏହି ନୂଆ ରିପୋର୍ଟ ୨୦୨୧ ଫେବୃୟାରୀରେ ପ୍ରକାଶ ପାଇଥିବା ଆର୍ସେନଲର ପ୍ରଥମ ରିପୋର୍ଟର ବିକଶିତ ପରିପ୍ରକାଶ। ଉକ୍ତ ରିପୋର୍ଟର ସିଦ୍ଧାନ୍ତ ହେଲା, ୧୦ଟି ଫାଇଲକୁ ସେଟ୍‌ କରିବାକୁ କମ୍ପ୍ୟୁଟରକୁ ହ୍ୟାକ୍‌ କରାଯାଇଥିଲା। ଏହି ଫାଇଲଗୁଡ଼ିକ ଅପରାଧୀଙ୍କୁ ଦୋଷୀ ସଜାଇବା ଲାଗି ଉଦ୍ଦିଷ୍ଟ ଥିଲା । ଦ୍ୱିତୀୟ ରିପୋର୍ଟ ସାଧାରଣରେ ପ୍ରକାଶ କରାଯାଇନାହିଁ। କିନ୍ତୁ ଏହାକୁ ଆର୍ଟିକିଲ-୧୪ ଦ୍ୱାରା ନିରୀକ୍ଷଣ କରାଯାଇଛିି। ରିପୋର୍ଟରେ କୁହାଯାଇଛି ଯେ, ଓ୍ବିଲ୍‌ସନଙ୍କ କମ୍ପ୍ୟୁଟରରେ ସ୍ଥାପିତ ୨୪ ଟି ଫାଇଲରୁ ୨୨ ଟିର ସମ୍ପର୍କ ହ୍ୟାକରଙ୍କ ସହ ସିଧାସଳଖ ରହିଛି । ୨୪ଟି ଫାଇଲରେ କଟକଣା ଲଗାଯାଇଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ସିପିଆଇ) ସଦସ୍ୟମାନଙ୍କ ମଧ୍ୟରେ ବହୁ ପରିମାଣର ପତ୍ରାଚାର, ପାଣ୍ଠି ହସ୍ତାନ୍ତର ଉପରେ ଆଲୋଚନା, ସଂଗଠନରେ କିପରି ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧିି କରାଯିବ, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା କରିବାରେ ପାର୍ଟି ସଦସ୍ୟମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଦେଶ ବିଭାଜନ ଚିନ୍ତା ଏବଂ କିଛି ମାଓ ଗେରିଲାଙ୍କ ଫଟୋ ରହିଛି।
ଆର୍ଟିକିଲ ୧୪ ଆର୍ସେନଲର ରିପୋର୍ଟକୁ ନେଇ ବହୁ ପ୍ରଶ୍ନ ଏନ୍‌ଆଇଏ ମୁଖପାତ୍ର ତଥା ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ ଜୟା ରୟଙ୍କୁ ଇମେଲ କରିଛି। ଏହା ସହ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିତ୍ବା ଫୋରେନ୍‌ସିକ ଲାବୋରେଟୋରି ରିପୋର୍ଟକଗୁଡ଼ିକ ପଠାଯାଇଛି। ରୟ ଇ-ମେଲର ଉତ୍ତର ଦେଲେ ନାହିଁ। କିନ୍ତୁ ଫୋନ୍‌ କରି କହିଲେ ଯେ, ଆମେ ଘରୋଇ ଲାବୋରେଟୋରିର ରିପୋର୍ଟକୁ ବିଚାରକୁ ନେଉ ନାହୁଁ। ଆମର ଫୋରେନ୍‌ସିକ ପରୀକ୍ଷା ପାଇଁ ରିଜିଓନାଲ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି (ଆରଏଫଏସ୍‌ଏଲ) ଏବଂ ସେଣ୍ଟ୍ରାଲ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି (ସିଏଫ୍‌ଏସ୍‌ଏଲ) ଭଳି ସ୍ବୀକୃତିପ୍ରାପ୍ତ ଲାବୋରେଟୋରି ରହିଛି ବୋଲି ମଧ୍ୟ ସେ କହିଛନ୍ତି। ୧୬ ଜଣ ସାମାଜିକ କର୍ମୀଙ୍କ ବିରୋଧରେ ମାମଲା ବହୁବର୍ଷ ଧରି ଚାଲିବାର ସମ୍ଭାବନା ରହିଥିବାରୁ ସେମାନଙ୍କ ଓକିଲମାନେ ସେମାନଙ୍କୁ ଜାମିନରେ ଆଣିବା ଲାଗି ଏବେ ଗୁରୁତ୍ୱ ଦେଇଛନ୍ତି। ଓ୍ବିଲସନଙ୍କ ଓକିଲ ତାଙ୍କ ଦାବିକୁ ଦୃଢ କରିବାକୁ ଦ୍ୱିତୀୟ ଆର୍ସେନଲ ରିପୋର୍ଟ ଉପଯୋଗ କରିବାର ସମ୍ଭାବନା ରହିଛି। ସରକାର ଦାଖଲ କରିଥିବା ପ୍ରଥମ ଇଲେକଟ୍ରୋନିକ ପ୍ରମାଣ ଜାଲ୍‌ ଥିଲା ଓ ତାଙ୍କ କମ୍ପ୍ୟୁଟରକୁ ଟ୍ୟାମ୍ପରିଂ କରାଯାଇ ଏସବୁ ଇଲେକଟ୍ରୋନିକ ପ୍ରମାଣ ପ୍ରସ୍ତୁତ କରାଯାଇଛି ବୋଲି ସେ କୋର୍ଟକୁ ଜଣାଇବେ।
ଏଲ୍‌ଗାର ପରିଷଦର ୧୬ ଜଣ କର୍ମକର୍ତ୍ତାଙ୍କ ବିରୋଧରେ ଚାଲୁଥିବା ମାମଲା ୩୧ ଡିସେମ୍ବର ୨୦୧୭ରେ ଭୀମା କୋରେଗାଁଓରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ହୋଇଛି। ଏହି କାର୍ଯ୍ୟକ୍ରମ ପରେ ଦଳିତ ଓ ହିନ୍ଦୁ ରାଇଟ୍‌ ଓ୍ବିଙ୍ଗ୍‌ ମଧ୍ୟରେ ହିଂସା ପ୍ରକାଶ ପାଇଥିଲା। ପରେ ପୁଣେ ପୋଲିସ ଏହି ହିଂସା ଉପରେ ତଦନ୍ତ କରି ତାହାକୁ ମାଓବାଦୀ ଷଡ଼ଯନ୍ତ୍ରର ରୂପ ଦେଇଥିଲା। ସେତେବେଳେ ନେତାମାନେ ବୁଦ୍ଧିିଜୀବୀ ଓ କର୍ମକର୍ତ୍ତାଙ୍କୁ ‘ଅର୍ବାନ ନକ୍ସଲ ’ କହି ଉପହାସ କରିବା ଆରମ୍ଭ କରିଦେଲେ। ପୋଲିିସ୍‌ ଆୟୋଜକ ଏବଂ କର୍ମକର୍ତ୍ତାମାନଙ୍କ ଉପରେ ଚଢ଼ାଉ କରିବା ସହ ସେମାନଙ୍କ ଲାପ୍‌ଟପ, ହାର୍ଡଡିସ୍କ ଏବଂ ଅନ୍ୟ ଇଲେକ୍‌ଟ୍ରୋନିକ ଉପକରଣ ଜବତ କରିଥିଲା। ଓ୍ବିଲସନଙ୍କ ଘରୁ ଜବତ କରାଯାଇଥିବା କମ୍ପ୍ୟୁଟର ତଥ୍ୟକୁ ତାଙ୍କ ସମେତ ସୁଧା ଭରଦ୍ୱାଜ, ବାରବାରା ରାଓ ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ଭାବେ ପ୍ରସ୍ତୁତ କରାଯାଇ କୋର୍ଟରେ ଦାଖଲ କରାଯାଇଥିଲା। ମହାରାଷ୍ଟ୍ରରେ ଭାଜପା ନେତୃତ୍ୱାଧୀନ ସରକାର ବଦଳି ମହାବିକାଶ ଅଘାଡି କ୍ଷମତାକୁ ଆସିବା ପରେ ରାଜ୍ୟ ପୋଲିସଠାରୁ ଏହି ମାମଲାକୁ ଏନ୍‌ଆଇଏ ନେଲା। ପରେ ସେମାନେ ଆଉ ଏକ ଚାର୍ଜଶିିଟରେ ପ୍ରିଷ୍ଟ୍‌ ଷ୍ଟାନ ସ୍ବାନି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂଲିଶ ବିଭାଗର ପ୍ରାଧ୍ୟାପକ ହନିବାବୁ ତାରାଇଲ, ଗୋଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟର ପ୍ରାଧ୍ୟାପକ ଆନନ୍ଦ ଟେଲ୍‌ଟୁମ୍ବଡେ ଏବଂ ସାମ୍ବାଦିକ ଗୌତମ ନାଭଲଖଙ୍କ ନାମ ଯୋଡ଼ିଦେଲା। ଭାରତ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ରରେ ଲିପ୍ତ ନିଷିଦ୍ଧ ମାଓଗ୍ରୁପ ସହ ସମ୍ପର୍କ ରହିଛି ବୋଲି ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ସେମାନେ ସନ୍ତ୍ରାସବାଦ ନିରୋଧୀ ଆଇନ,୧୯୬୭ ୟୁଏପିଏ (ଅନ୍‌ଆଓ୍ବେଫୁଲ ଆକ୍ଟିଭିଟିଜ ପ୍ରିଭେନଶନ୍‌ ଆକ୍ଟ)ରେ ଏମାନଙ୍କୁ ଛନ୍ଦି ଦିଆଯାଇଛି।
କମ୍ପ୍ୟୁଟରରେ ଫାଇଲ ସେଟ କରିବାକୁ ଆପଣାଯାଇଥିବା ସମସ୍ତ ଇଲେକଟ୍ରୋନିକ କାର୍ଯ୍ୟାବଳୀକୁ ନେଇ ଆର୍ସେନଲର ଏକ ‘ପ୍ରୋସେସ ଟ୍ରି’ ନକ୍ସା ପ୍ରସ୍ତୁତ କରିଛି। ଏହା ମାଧ୍ୟମରେ ଅନୁସନ୍ଧାନ କରି ପ୍ରଥମେ ୧୦ଟି ଫାଇଲ ସେଟ କରିଥିବା ହ୍ୟାକରର ଡିଜିିଟାଲ ଫୁଟ୍‌ପ୍ରିଣ୍ଟକୁ ଏହା ଟ୍ରାକ କରିଛି। କେଉଁଠି ହ୍ୟାକର ଫାଇଲର ପୁନଃ ନାମକରଣ କରିଛି ତାହା ଜାଣି ପାରିଛି। ସେ ଗୋଟିଏ ଘଟଣାରେ ଭୁଲ୍‌ କରିବା ପରେ ତାହାକୁ ସଂଶୋଧନ କରିଥିତ୍ବା ମଧ୍ୟ ଜଣାପଡ଼ିଛି। ଆର୍ସେନଲ ଅଧ୍ୟକ୍ଷ ମାର୍କ ସ୍ପିନସର ଅର୍ଟିକିଲ୧୪କୁ ନୂଆ ରିପୋର୍ଟ ସମ୍ପର୍କରେ ଜଣାଇବା ସହ ଏହି ପ୍ରୋସେସ ଟ୍ରି ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଜାନୁୟାରୀ ୨୦୨୮ରେ ଅନୁଷ୍ଠିତ ମହିଳା ମିଟିଂ ସମ୍ପର୍କିତ ବିଷୟବସ୍ତୁ ରହିଛି। ଓ୍ବିଲସନଙ୍କ କମ୍ପ୍ୟୁଟରରେ ହ୍ୟାକର କେତେବେଳେ ଓ କେମିତି ଫାଇଲ ସେଟ୍‌ କଲା ତାହା ଟ୍ରାକ କରାଯାଇ ପ୍ରୋସେସ ଟ୍ରିରେ ଦର୍ଶାଯାଇଛି। କୁହାଯାଇଛି ଯେ, ନେଟଓ୍ବୟାର, କ୍ଷତିକାରକ ସଫ୍ଟଓ୍ବେର ଉପଯୋଗ କରାଯାଇ ୨୨ଟିି ଫାଇଲ ରଖାଯାଇଛି। ତା’ପରେ ହ୍ୟାକର ବିଷୟବସ୍ତୁରେ ପରିବର୍ତ୍ତନ କରିଛି, ଯୋଡ଼ିଛି କିମ୍ବା ଡିଲିଟ୍‌ କରିଛି। ଦ୍ୱିତୀୟ ରିପୋର୍ଟ ରିମୋର୍ଟ ଆକ୍ସସେସ ଇଲେକ୍‌ଟ୍ରୋନିକ ଟ୍ରୋଜାନ ହର୍ସ ବ୍ୟବହାର କରି କିପରି ଓ୍ବିଲସନଙ୍କ କମ୍ପ୍ୟୁଟରକୁ ଫାଇଲଗୁଡ଼ିକ ଡେଲିଭର୍‌ କରାଯାଇଛି ତା’ର ବିବରଣୀ ପ୍ରଦାନ କରିଛି।
ଜଣେ ହ୍ୟାକର କ୍ୱଚିତ ଭୁଲ କରିଥାଏ ଓ ଏଭଳି ଭୁଲକୁ ସହଜରେ ଚିହ୍ନଟ କରାଯାଇ ପାରେ ବୋଲି କୁହନ୍ତି ସ୍ପିନସର। ଓ୍ବିଲସନଙ୍କ କମ୍ପ୍ୟୁଟରରେ ନେଟ୍‌ ଓ୍ବୟାର ରନିଂର ଅକାଟ୍ୟ ପ୍ରମାଣ ରହିିଛି। ଆମେ ପ୍ରଥମ ଓ ଦ୍ୱିତୀୟ ରିପୋଟର୍ରେ ପ୍ରକାଶ କରିଥିବା ତଥ୍ୟ କୌଣସି କାର୍ଯ୍ୟ ପାଇଁ ଆବଶ୍ୟକ କରି ନ ପାରୁ , କିନ୍ତୁ ଆମର ସିଦ୍ଧାନ୍ତକୁ ଦକ୍ଷ ଡିଜିଟାଲ ଫୋରେନସିକ ପାର୍ଟିଶନର୍‌ମାନେ ବାରମ୍ବାର ଦୋହରାଇବେ ଓ ସମାନ ପ୍ରକାର ଇଲେକଟ୍ରୋନିକ ପ୍ରମାଣ ପାଇବେ। ପ୍ରୋସେସ ଟ୍ରି ହ୍ୟାକରକୁ ଧରିବାରେ ପ୍ରଭାବୀ ହୋଇଛି ବୋଲି କହନ୍ତି ସ୍ପିିନସର। ରୋନା ଓ୍ବିଲସନଙ୍କ କମ୍ପ୍ୟୁଟରରେ କେମିତି ଫାଇଲ ସେଟ କରାଯାଇଛି ସ୍ପଷ୍ଟ ଭାବେ ଏହା ପ୍ରତିପାଦିତ କରିଛି। ଆନନ୍ଦ ଟେଲଟୁମ୍ବଡେଙ୍କ ଓକିଲ ଆର୍ସେନଲର ପ୍ରଥମ ରିପୋର୍ଟ ଆଧାରରେ ଜାମିନ ପାଇଁ ଆବେଦନ କରିବା ସମୟରେ ଏନ୍‌ଆଇଏର ସ୍ପତନ୍ତ୍ର କୋର୍ଟ କହିଲା ଯେ, ଏହାର ସତ୍ୟାସତ୍ୟ ନ ଥିବାରୁ ଭରସାଯୋଗ୍ୟ ହୋଇ ନ ପାରେ। ରାଜ୍ୟ ପୋଲିସ ଓ ଏନ୍‌ଆଇଏ ଦ୍ୱାରା ଅନେକ ଚାର୍ଜଶିଟ ଫାଇଲ୍‌ କରାଯାଇ ଓ୍ବିଲସନ ଏବଂ ଅନ୍ୟମାନଙ୍କ ଇଲେକ୍‌ଟ୍ରୋନିକ ଡିଭାଇସରୁ ପ୍ରାପ୍ତ ପ୍ରମାଣ ଯୋଡ଼ାଚାଲିଛିି। କିନ୍ତୁ ସ୍ବତନ୍ତ୍ର ଫୋରେନସିକ ବିଶେଷଜ୍ଞମାନେ ଏହାକୁ ଏବେ ଅସ୍ବୀକାର କରିଛନ୍ତି। ୧୦ ଫେବୃୟାରୀରେ ଏନ୍‌ଆଇଏ ପରୋକ୍ଷରେ ଆର୍ସେନଲର ପ୍ରଥମ ରିପୋର୍ଟକୁ ଅସ୍ବୀକାର କରିଛି। ଚାର୍ଜଶିଟରେ ଭାରତର ସ୍ବୀକୃତିପ୍ରାପ୍ତ ଫୋରେନ୍‌ସିକ ଲାବୋରେଟୋରିର ରିପୋର୍ଟକୁ ନିଆଯାଇଛିି ବୋଲି ବହିଛନ୍ତି ରୟ। ଆର୍ଟିକିଲ୧୪ର ପ୍ରଶ୍ନର ଉତ୍ତରରେ ଏନ୍‌ଆଇଏ ମୁଖପାତ୍ର କହିଛନ୍ତି ଯେ, ଏନଆଇଏ ଦାଖଲ କରିଥିବା ଚାର୍ଜଶିଟର ବିଚାର ଏବେ ଚାଲିଛି ଓ ଏହା ଉପରେ ମନ୍ତବ୍ୟ ଦେଇପାରିବେ ନାହିଁ । ଆର୍ଟିକିଲ ୧୪ ଉତ୍ଥାପନ କରିଥିବା ରେକର୍ଡ ଟ୍ୟାମ୍ପରିଂ ପ୍ରମାଣର ପ୍ରଶ୍ନ ଉପରେ ଆରଏଫ୍‌ଏସଏଲ୍‌ କିଛି ବି ପ୍ରତିକ୍ରିୟା ରଖିଲା ନାହିଁ। ଆରମ୍ଭରୁ ରାଜ୍ୟ ପୋଲିସ ପରେ ଏନ୍‌ଆଇଏ ଅଭିଯୁକ୍ତଙ୍କ ବିରୋଧରେ ବହୁ ଇଲେକ୍‌ଟ୍ରୋନିକ ପ୍ରମାଣ ଦାଖଲ କରିଛି। କିନ୍ତୁ ମାନବ ଅଧିକାର କର୍ମକର୍ତ୍ତା ଓ ଆଇନଜୀବୀମାନେ କହିଛନ୍ତି ଯେ,ସରକାର ମନଗଢା ପ୍ରମାଣ ଜୁଟାଇ କପଟରେ କର୍ମକର୍ତ୍ତାମାନଙ୍କୁ ଟାର୍ଗେଟ କରିଛନ୍ତି। କେବଳ ଏତିକି ନୁହେର୍ଁ, ମାମଲାକୁ ଦୃଢ କରିବା ପାଇଁ ପୁଣେ ପୋଲିସ ପ୍ରତ୍ୟକ୍ଷଦର୍ଶୀ ଓ ଏଲଗାର ପରିଷଦରେ ହିଂସା ଉଦ୍ରେଗକାରୀ ସଙ୍ଗୀତ ଗାନକୁ ପଛୁଆବର୍ଗଙ୍କ ମଧ୍ୟରେ ମାଓବାଦୀ ଚିନ୍ତାଧାରାର ପ୍ରଚାର ଭାବେ ଦର୍ଶାଯାଇଛିି ଓ ଚାର୍ଜଶିଟରେ ଥିବା ଏହି କଥିତ୍ତ୍ତ ପ୍ରମାଣକୁ ମଧ୍ୟ ଏନ୍‌ଆଇଏ ୧୬ ଜଣଙ୍କ ବିରୋଧରେ ବ୍ୟବହାର କରୁଛି। ଏଲଗାର ପରିଷଦର ସାଂସ୍କୃତିକ ସଂସ୍ଥା କବିର କଳା ମଞ୍ଚର ଆୟୋଜନକୁ ନେଇ ମଧ୍ୟ ଏମାନଙ୍କ ବିରୋଧରେ କେସ୍‌ କରାଯାଇଛି। ଅଭିଯୁକ୍ତମାନେ ଦଳିତଙ୍କୁ ଭାଜପା ଓ ଆରଏସ୍‌ଏସ୍‌ ବିରୋଧରେ ଉସୁକାଇ ଅରାଜକତା ସୃଷ୍ଟି କରୁଥିବା ଏବଂ ଦେଶର ଏକତା, ଅଖଣ୍ଡତା ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଚାର୍ଜଶିଟରେ ଉଲ୍ଲେଖ କରାଯାଇଛି। ପୋଲିସ ଚାର୍ଜଶିଟରେ ଏକ ସ୍ବତନ୍ତ୍ର ପାରାରେ ଉଲ୍ଲେଖ କରିଛି ଯେ, ଜବତ କରାଯାଇଥିବା ତଥ୍ୟରୁ ଜାଣିବାକୁ ମିଳିଛି, ପଛୁଆବର୍ଗଙ୍କ ମାନସିକତା ଏବେ ଭାଜପା ଓ ଆରଏସ୍‌ଏସ୍‌ ବିରୋଧୀ ପାଲଟିଛି। ସେମାନଙ୍କ ଭାବନାକୁ ଅସ୍ଥିିର କରି ତା ମାଧ୍ୟମରେ ଅଧିକ ଅରାଜକତା ସୃଷ୍ଟି କରୁଥିବାର ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ତେବେ ଯେତେସବୁ ପ୍ରମାଣ ଜୁଟାଯାଇଛି ତାହା ଉପରେ ଏବେ ଆର୍ସେନଲ ରିପୋର୍ଟ ପ୍ରଶ୍ନ ଉଠାଇଛି। ୧୬ ଜଣ ସାମାଜିକ କର୍ମୀଙ୍କୁ ଦୋଷୀ କରିବା ପାଇଁ ଓ୍ବିଲସନଙ୍କ କମ୍ପ୍ୟୁଟରରେ ସେଟ କରାଯାଇଥିବା ଇଲେକ୍‌ଟ୍ରୋନିକ ପ୍ରମାଣ ଏବେ ସାଂଘାତକି ସଙ୍କେତ ପ୍ରଦାନ କରୁଛି।
ସଦସ୍ୟ,(The Reporters’ Collective)
-www.reporters-collective.in


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ୮ମ ବଜେଟ

ଆକାର ପଟେଲ ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍‌ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ...

ବିକାଶ କେତେଦୂର

ଇଂ. ଶକ୍ତି ପ୍ରସାଦ ଦାସ ଏକ ଜନ କଲ୍ୟାଣକାରୀ ରାଷ୍ଟ୍ର ହିସାବରେ ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବରେ ବିକାଶମୂଳକ ନୀତି...

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର...

ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର   ଆଜିକାଲି ସମାଜରେ ପାରିବାରିକ ଅବୁଝାମଣା ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପୀ ଚାଲିଛି। କେହି କାହା କଥା ଶୁଣିବାକୁ ନାରାଜ,...

ଏଇ ଭାରତରେ

ମଣିଷର ଆଦିମ ସାଥୀ ହେଉଛି କୁକୁର। ଏହା ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରିଥାଏ। ଅଧୁନା ମଣିଷ ବିଶ୍ୱାସଘାତକ ସାଜୁଥିବା ବେଳେ ଏହି ଇତର ପ୍ରାଣୀଟି...

ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।...

ଏସିଆର ଆଗାମୀ ଦଶନ୍ଧି

ଶରତ ଚନ୍ଦ୍ର ମିଶ୍ର ଗତ କେତେବର୍ଷ ହେଲା ଏସିଆରେ ଅଭୂତପୂର୍ବ ପ୍ରଗତି ଘଟିଛି। ପ୍ରାୟ ୬୦୦ ନିୟୁତ ବ୍ୟକ୍ତିଙ୍କୁ ଗୋଟିଏ ପିଢ଼ିରେ ଦାରିଦ୍ର୍ୟରୁ ରକ୍ଷା କରିବାରେ...

ଓବାମା କହିଲେ

ଭାରତୀୟ ରାଜନୀତିରେ ଆମେରିକା ଭଳି ମୁଖ୍ୟତଃ ଦୁଇ ଦଳିଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥାଏ। ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନେକ ପାର୍ଟି ଓ ଅସଂଖ୍ୟ...

Advertisement


Archives

Model This Week