୨୦୨୪ ପୂର୍ବରୁ ବିଜେଡିରେ ଶାନ୍ତି ଫେରାଇବାକୁ ଭାସ୍କରଙ୍କ ଉଦ୍ୟମ

ରାୟଗଡ଼ା,୧୯ା୧୨(ସ୍ବ.ପ୍ର.):ରାୟଗଡ଼ା ଜିଲା ରାଜନୀତି ପୁଣି ସରଗରମ ହୋଇଛି। ଶନିବାର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଭାସ୍କର ରାଓଙ୍କ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ବିରାଟ ସମାବେଶ ଓ ପଦଯାତ୍ରା ଆୟୋଜନକୁ ନେଇ ଏବେ ଚର୍ଚ୍ଚା ଜେର ଧରିଛି। ମଇଦାନରେ ପୁଣି ଭାସ୍କର ବୋଲି ଆଲୋଚନା ହେଉଛି। ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଟକ୍କର ଚାଲିଥିବା ବେଳେ ରାୟଗଡ଼ା ଜିଲା ସର୍ବଦା ଚର୍ଚ୍ଚାରେ। ଏଠାରେ ଗତ କିଛିବର୍ଷ ହେଲା ବିଜେଡିକୁ ଟକ୍କର ଦେବା କଂଗ୍ରେସ ଏବଂ ଭାଜପା ପାଇଁ ଚାଲେଞ୍ଜ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ। ହେଲେ ଏବେ ଭାସ୍କର ଦଳକୁ ସଜାଡ଼ିବା ଉଦ୍ୟମ ଆରମ୍ଭ କରିଥିବା ଦେଖିବକୁ ମିଳୁଛି।
ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ଆରମ୍ଭ କରିଛନ୍ତି। ୨୦୧୯ ରେ କାଶୀପୁର ବ୍ଲକ ଅଞ୍ଚଳର ଭୋଟ ପାଇଁ ହାରିଥିବା ବିଜେଡି ଦଳକୁ ସେ ପୁଣି ଶକ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଟିକିରିର ସମାବେଶରେ ଶନିବାର ୧୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ଦଳୀୟ କର୍ମୀ ମଧ୍ୟ ଏହାର ଶ୍ରେୟ ଭାସ୍କରଙ୍କୁ ଦେଉଛନ୍ତି। ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାୟକ ପଦ ସ୍ବାଧୀନ ହାତକୁ ଚାଲିଯାଇଥିଲା। ସେହିପରି କୋରାପୁଟ ଲୋକସଭା ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲା। ଏହାର ନିର୍ଣ୍ଣାୟକ ସାଜିଥିଲେ କାଶୀପୁର ବ୍ଲକର ଭୋଟର। କାଶୀପୁର ବ୍ଲକରୁ ବିପୁଳ ଭୋଟ ପଇଁ କଂଗ୍ରେସରୁ ସପ୍ତଗିରି ଉଲାକା ଏମ୍‌ପି ଏବଂ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଧାୟକ ଭାବେ ଜିତିଥିଲେ। ଫଳରେ ନିର୍ବାଚନରେ ଚର୍ଚ୍ଚାରେ ରହିଥିବା କାଶୀପୁର ବ୍ଲକରେ ବିଜେଡି ଦୁର୍ବଳ ପରିଲକ୍ଷିତ ହୋଇଥିଲା। ହେଲେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ବିଜୟ ଧ୍ୱଜା ଉଡ଼ାଇଥିଲା।
୨୦୧୯ ନିର୍ବାଚନରେ ଲୋକସଭା ଏବଂ ବିଧାନସଭା ଆସନରେ ବିଜେଡି ହାରିଯିବା ପରେ ଜିଲାରେ ଭାସ୍କରଙ୍କ ସଙ୍ଗଠନ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ଏମିତିକି ବିଜେଡିରେ ରହିଥିବା ଭାସ୍କର ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଥିଲେ। ଏବେ ବିରାଟ ସମାବେଶ ଦେଖି ଦଳରେ ରହିଥିବା ବିରୋଧୀ ଗୋଷ୍ଠୀ ନେତାଙ୍କ ମୁଣ୍ଡବ୍ୟଥା ବଢ଼ିଥିବା ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ସେହିଭଳି ଏହି ସମାବେଶ ଯୋଗୁ ବିରୋଧୀ କଂଗ୍ରେସ ଏବଂ ଭାଜପା ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଭାସ୍କରଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ସମାବେଶରେ ତାଙ୍କ ସହ ଛିଡ଼ା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଲାଲବିହାରୀ ହିମିରିକା ଏବଂ ଜଗଦୀଶ ପାତ୍ର। ଏହି ତିନି ନେତାଙ୍କ ଯୋଡ଼ି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏମାନଙ୍କ ରାଜନୀତି କ୍ଷେତ୍ରରେ ଅଭିଜ୍ଞତାକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ ବୋଲି ମତପ୍ରକାଶ ପାଉଛି। ରୋଚକ ବିଷୟ ହେଲା ଭାସ୍କରଙ୍କ ବିରୋଧରେ ମୁଣ୍ଡ ଟେକିଥିବା କେତେଜଣ ଦଳୀୟ ନେତା ଶନିବାରର ସମାବେଶ ପରେ ପୁଣି ଭାସ୍କରଙ୍କ ଆଡ଼କୁ ମୁହାଁଇଥିବା ସୂଚନା ମିଳିଛି। ତେଣୁ ଜିଲାରେ ବିଜେଡିରେ ରହିଥିବା ଗୋଷ୍ଠୀ କନ୍ଦଳ ଶାନ୍ତ ହେଉଛି ନା ବିରେଧୀ ଦଳ ପୁଣି ଗୋଟିଚାଳନା କରି ଏହାର ଫାଇଦା ଉଠାଇବେ ତାହାକୁ ସମସ୍ତଙ୍କ ଅପେକ୍ଷା। ହେଲେ ଆଗାମୀ ନିର୍ବାଚନରେ ଜିଲାର ୩ ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନ ପୁଣି ବିଜେଡି ଦଖଲ କରିବ ବୋଲି ଭାସ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri