ଜିମ୍‌ ଯାଇ କିମ୍ବା ଯୋଗ କରି ନୁହେଁ, ଏମିତି ୧୫ କିଲୋ ଓଜନ କମାଇଲେ ଭାରତୀ

ଟିଭିର ସବୁଠାରୁ ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ପୁନଃଆରମ୍ଭକୁ ନେଇ ଦର୍ଶକମାନେ ବହୁତ ଖୁସି ଅଛନ୍ତି। ଏଥର ଶୋ’ରେ ବହୁତ ପରିବର୍ତ୍ତନ ଆସିଛି। ସୁମୋନା ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ ଶୋ’ରେ ଆସିନାହାଁନ୍ତି। କମେଡିଆନ କୃଷ୍ଣାଙ୍କ ଘନିଷ୍ଠ ବନ୍ଧୁ ତଥା ହାସ୍ୟ ଅଭିନେତା ସୁଦେଶ ଲହିରୀ ଶୋ’ରେ ପ୍ରବେଶ କରିଛନ୍ତି। ତେବେ ଶୋ’ ଅନ୍ୟ ଏକ ଆକର୍ଷଣ ଭାରତୀ ସିଂଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଥମୁନି। ଏଥର ଭାରତୀଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ସେ ୧୫ କିଲୋ ଓଜନ ହ୍ରାସ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ଓଜନ ହ୍ରାସକୁ ନେଇ ଭାରତୀ କହିଛନ୍ତି ଏଥିପାଇଁ ସେ କୌଣସି ବ୍ୟାୟାମ କିମ୍ବା ଜିମ୍ନାଷ୍ଟିକ ଯାଇନାହାନ୍ତି ବରଂ ସେ ଏକ ମଧ୍ୟବର୍ତ୍ତୀ ଡାଏଟ ଅନୁସରଣ କରିଛନ୍ତି। ଭାରତୀ ସିଂ ଏକ ଭିଡିଓରେ ଏସବୁ କହୁଛନ୍ତି। ତାଙ୍କ ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଭାରତୀ ସିଂ କୁହନ୍ତି, ବିଭିନ୍ନ ଚ୍ୟାନେଲ ଏବେ ମୋତେ ପଚାରୁଛନ୍ତି ତୁମେ କିପରି ପତଳା ହୋଇଗଲ? ମୁଁ ସମସ୍ତଙ୍କୁ ଏହା କହିବି, ମୁଁ କିଛି କରି ନାହିଁ। ମୁଁ କୌଣସି ଯୋଗ କିମ୍ବା ଜିମ୍‌ ଯାଇ ନାହିଁ। ମୁଁ କେବଳ ମୋର ଖାଦ୍ୟକୁ ନିୟନ୍ତ୍ରଣ କରିଛି ଏବଂ ଠିକ ସମୟରେ ଖାଉଛି। ସା ୭ଟା ପରେ ମୁଁ କିଛି ଖାଉ ନାହିଁ ଏବଂ ପରଦିନ ମୁଁ ୧୨ ବେଳେ ଖାଏ। ମୂଳତଃ ପଞ୍ଜାବୀ ହୋଇଥିବାରୁ ମୁଁ ସାଲାଡ, ବ୍ରାଉନ ରୁଟି ନୁହେଁ, ବରଂ ବଟର ରୁଟି ଖାଇବାକୁ ପସନ୍ଦ କରେ। ପରଟା ସବୁବେଳେ ଖାଏ। ମୁଁ ସା ୭ଟା ପର୍ଯ୍ୟନ୍ତ ବହୁତ ଖାଏ ଏବଂ ଏହା ପରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ବୋଲି କୁହନ୍ତି ଭାରତୀ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ...

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ...

ନିକ ଜଣେ ଆଦର୍ଶ ଜ୍ୱାଇଁ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟ୍‌ଙ୍କା ଚୋପ୍ରା ଜୋନସ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି । ନିକଟରେ ସେ ତାଙ୍କ...

ଗୋଟିଏ ଦିନରେ ରିଲିଜ ହେବ ଦୁଇଟି ବିଗ୍‌ ବଜେଟ ଫିଲ୍ମ

ନୂଆଦିଲ୍ଲୀ,୨୦।୧୧: ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇଟି ବିଗ୍‌ ବଜେଟ ଫିଲ୍ମ। ଗୋଟିଏ ପଟେ ଅମିର ଖାଁଙ୍କ ଲାଲ ସିଂ ଚଢ଼ା ଥିବା ବେଳେ...

ଫସିଲେ କମେଡିଆନ୍‌: ନ୍ୟୁୟର୍କରେ ରୁଜୁ ହେଲା ମାମଲା

ବମ୍ବେ: ଅଡ଼ୁଆରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା। ଏବେ ସେ କାନାଡ଼ା ଗସ୍ତରେ। ନିଜ ଟିମ୍‌ର ସମସ୍ତ କଳାକାରଙ୍କ ସହ ସେ ସେଠାରେ ଲାଇଭ୍‌...

କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନାଙ୍କ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଟିକ୍‌ଟକ୍‌ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ଫିଲ୍ମ...

ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି

ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ...

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ...

Advertisement
Archives

Model This Week