ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଶୁକ୍ରବାର ଗ୍ରୁପ ବିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଫୁଲବାଣୀ ଜେଡି କ୍ଲବକୁ ହାଇଦ୍ରାବାଦ ତେଲେଙ୍ଗାନା ପୋଲିସ ସ୍ପୋର୍ଟସ କ୍ଲବ ମଧ୍ୟରେ ହୋଇଥିଲା। ଏଥିରେ ଫୁଲବାଣୀ ୨-୦ ଗୋଲରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି। ଶନିବାର ଫୁଲବାଣୀକୁ ଭଞ୍ଜନଗର ମରାଠା ଏକାଦଶ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ହେବ।
ଆଜିର ମ୍ୟାଚରେ ଅତିଥି ଭାବେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ସରପଞ୍ଚ ଉଦ୍ଧବ ମିଶ୍ର, ପୁର୍ବତନ ସରପଞ୍ଚ ସମୀର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ମ୍ୟାଚକୁ ରେଫରୀ ଦିଲ୍ଲୀପ କୁମାର ରାଉତ ଦେବଦ୍ରତ ବେହେରା, ସୁଜିତ୍ ରାଜହଂସ, ମ୍ୟାଚ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ପରିଚାଳନା କରିଥିଲେ।


