Posted inଖେଳ

ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍‌ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ ନେଇ ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଉଛନ୍ତି। ଏଯାବତ ସେ ୨ ଟେଷ୍ଟ, ୭ ଦିନିକିଆ ଏବଂ ୧୦ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଗସ୍ତରେ ସେ ଦଳରେ ସାମିଲ ଥିଲେ। ଆଜି ସଫଳତାର ସ୍ବାଦ ଚାଖୁଥିବା ସାଇନିଙ୍କ ସଂଘର୍ଷ କାହାଣୀ ବେଶ ଲମ୍ବା। ରାଷ୍ଟ୍ରୀୟ ଟିମ୍‌ରେ ପହଞ୍ଚିବା ପୂର୍ବରୁ ସାଇନି ବହୁତ ସଂଘର୍ଷ କରିଥିଲେ। ଏବେ ସେ ଦଳରୁ ଖେଳୁ ନ ଥିଲେ ହେଁ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲା ଶ୍ରୀସନ୍ଥଙ୍କୁ ନେଇ ତାଙ୍କର ଏକ ବୟାନ।

୭ ବର୍ଷ ପୂର୍ବେ ୨୦୧୩ ଜୁଲାଇ ୪ରେ ଟ୍ରଫି ହାତରେ ଧରି ସାଇନି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ପ୍ରଶଂସକମାନେ ତାଙ୍କୁ ଦେଖି ଖୁସି ହେବା ସହ ‘ଜୁନିୟର ଶ୍ରୀସନ୍ଥ’ ବୋଲି ସମ୍ବୋଧନ କରିଥିଲେ। ଏହାର ଜବାବ ଦେଇ ସାଇନି ‘ଭାଇ, ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା, ବ୍ରେଟ୍‌ ଲି ହେବାକୁ ଚାହେଁ‘ ବୋଲି କହିଥିଲେ। ଏବେ ଏହି କମେଣ୍ଟ ଭାଇରାଲ ହେଉଛି।

ପ୍ରକାଶ ଯେ, ଆଇପିଏଲ୍‌ ୨୦୧୩ରେ ସ୍ପୋଟ୍ସ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରୀସନ୍ଥ। ଏହି ଘଟଣା ସେତେବେଳେ ବିଶ୍ୱ କ୍ରିକେଟଜଗତକୁ ଚମକାଇ ଦେଇଥିଲା। ଏବେ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଛି। ଏଥିସହ ସେ ଘରୋଇ କ୍ରିକେଟକୁ ପୁଣି ଫେରିଛନ୍ତି। ନିକଟରେ ସେ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ପ୍ରଥମ ଉଇକେଟ ନେବା ବେଳେ ଭାବବିହ୍ବଳ ହୋଇଯାଇଥିଲେ। ଏହି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ କୌଣସି ଆଇପିଏଲ୍‌ ଟିମ୍‌ କିଣି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri