ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା। ଦୀର୍ଘ ଦେଢ଼ ବର୍ଷ ଧରି ପ୍ରେମିକଙ୍କଠାରୁ ଅଲଗା କରି ରଖିଥିଲେ। ଦେଖିବା ତ ଦୂରର କଥା ପଦିଏ କଥା ହେବା ସ୍ବପ୍ନ ଥିଲା। ଏତେ ସବୁ ଝଡ଼ଝଞ୍ଜା ସତ୍ତ୍ୱେ ଘରୁ ପଳାଇଯାଇ ପ୍ରେମିକଙ୍କ ହାତ ଧରିଥିଲେ। ଆମେ କହୁଛି ‘ମେନେ ପ୍ୟାର କିୟା’ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ କଥା।

ଫେବୃୟାରୀ ୨୩ ଅର୍ଥାତ ଆଜି ଭାଗ୍ୟଶ୍ରୀ ନିଜର ୫୩ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ଦିନ ଧରି ବଡ଼ ପରଦାରୁ ଦୂରରେ ରହିଥିଲେ ହେଁ ପ୍ରଶଂସକଙ୍କ ମନରେ ସେ ଏବେ ବି ପୂର୍ବବତ ରହିଛନ୍ତି। ଦୁଇ ସନ୍ତାନର ଜନନୀ ପାଲଟିଛନ୍ତି ସେ। ପୁଅ ଅଭିମନ୍ୟୁ ଅଭିନେତା ପାଲଟିଥିବା ବେଳେ ଝିଅ ଅବନ୍ତିକା ଜି୫ର ଏକ ଓ୍ବେବ୍‌ ସିରିଜ୍‌ରୁ ଡେବ୍ୟୁ କରିବାକୁ ଯାଉଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ଭାଗ୍ୟଶ୍ରୀ ହିମାଳୟ ଦସାନୀଙ୍କ ହାତ ଧରିଛନ୍ତି। ସ୍କୁଲ ବେଳୁ ସେ ତାଙ୍କୁ ପସନ୍ଦ କରୁଥିଲେ। କିଛି ସମୟ ପରେ ହିମାଳୟ ଆମେରିକା ଚାଲିଯାଇଥିଲେ। ଅପରପକ୍ଷେ ଭାଗ୍ୟଶ୍ରୀ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ୧୯୮୯ରେ ଫିଲ୍ମ ‘ମେନେ ପ୍ୟାର କିୟା’ ପରେ ସେ ହିମାଳୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହା ସେତେଟା ସହଜ ନ ଥିଲା। ଘର ଲୋକ ତାଙ୍କୁ ଭେଟିବାକୁ ଦେଉ ନ ଥିଲେ। ଦିନେ ରାଗିଯାଇ ଭାଗ୍ୟଶ୍ରୀ ହିମାଳୟଙ୍କୁ ବିବାହ କରିବାକୁ ଘର ଛାଡ଼ି ଦେଇଥିଲେ। ମନ୍ଦିରରେ ବିବାହ କରିଥିଲେ ଉଭୟ। ସେଥିରେ ସଲମାନ ଖାନ,ସୁରଜ ବଡଜାତ୍ୟା ଏବଂ ହିମାଳୟଙ୍କ ପରିବାରଲୋକେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri