ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା। ଦୀର୍ଘ ଦେଢ଼ ବର୍ଷ ଧରି ପ୍ରେମିକଙ୍କଠାରୁ ଅଲଗା କରି ରଖିଥିଲେ। ଦେଖିବା ତ ଦୂରର କଥା ପଦିଏ କଥା ହେବା ସ୍ବପ୍ନ ଥିଲା। ଏତେ ସବୁ ଝଡ଼ଝଞ୍ଜା ସତ୍ତ୍ୱେ ଘରୁ ପଳାଇଯାଇ ପ୍ରେମିକଙ୍କ ହାତ ଧରିଥିଲେ। ଆମେ କହୁଛି ‘ମେନେ ପ୍ୟାର କିୟା’ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ କଥା।

ଫେବୃୟାରୀ ୨୩ ଅର୍ଥାତ ଆଜି ଭାଗ୍ୟଶ୍ରୀ ନିଜର ୫୩ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ଦିନ ଧରି ବଡ଼ ପରଦାରୁ ଦୂରରେ ରହିଥିଲେ ହେଁ ପ୍ରଶଂସକଙ୍କ ମନରେ ସେ ଏବେ ବି ପୂର୍ବବତ ରହିଛନ୍ତି। ଦୁଇ ସନ୍ତାନର ଜନନୀ ପାଲଟିଛନ୍ତି ସେ। ପୁଅ ଅଭିମନ୍ୟୁ ଅଭିନେତା ପାଲଟିଥିବା ବେଳେ ଝିଅ ଅବନ୍ତିକା ଜି୫ର ଏକ ଓ୍ବେବ୍‌ ସିରିଜ୍‌ରୁ ଡେବ୍ୟୁ କରିବାକୁ ଯାଉଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ଭାଗ୍ୟଶ୍ରୀ ହିମାଳୟ ଦସାନୀଙ୍କ ହାତ ଧରିଛନ୍ତି। ସ୍କୁଲ ବେଳୁ ସେ ତାଙ୍କୁ ପସନ୍ଦ କରୁଥିଲେ। କିଛି ସମୟ ପରେ ହିମାଳୟ ଆମେରିକା ଚାଲିଯାଇଥିଲେ। ଅପରପକ୍ଷେ ଭାଗ୍ୟଶ୍ରୀ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ୧୯୮୯ରେ ଫିଲ୍ମ ‘ମେନେ ପ୍ୟାର କିୟା’ ପରେ ସେ ହିମାଳୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହା ସେତେଟା ସହଜ ନ ଥିଲା। ଘର ଲୋକ ତାଙ୍କୁ ଭେଟିବାକୁ ଦେଉ ନ ଥିଲେ। ଦିନେ ରାଗିଯାଇ ଭାଗ୍ୟଶ୍ରୀ ହିମାଳୟଙ୍କୁ ବିବାହ କରିବାକୁ ଘର ଛାଡ଼ି ଦେଇଥିଲେ। ମନ୍ଦିରରେ ବିବାହ କରିଥିଲେ ଉଭୟ। ସେଥିରେ ସଲମାନ ଖାନ,ସୁରଜ ବଡଜାତ୍ୟା ଏବଂ ହିମାଳୟଙ୍କ ପରିବାରଲୋକେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri