ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।
ଏସଆଇ ଗଣନାଥଙ୍କ ସ୍ତ୍ରୀ ମୋନାଲିସା ଦେବୀଙ୍କ ଅଭିଯୋଗ କ୍ରମେ ମାମଲା ନଂ ୫୩୦/୨୬ ରୁଜୁ କରି ଟାଉନ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ବର୍ଷେ ତଳେ ବିବାହ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଲାଗି ରହିଥିଲା । ବିବାହର କିଛି ଦିନ ପରେ ସ୍ୱାମୀ ଗଣନାଥ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ମୋନାଲିସା ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଗଣନାଥଙ୍କୁ ଗିରଫ କରିଛି ।

