ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଆଜି ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଶିଳ୍ପାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଏକଦା ସବୁଠାରୁ ଲୋକପ୍ରିୟ ଥିଲେ ଶିଳ୍ପା। ଦର୍ଶକ ତାଙ୍କର ଚୁଲବୁଲି ସ୍ବଭାବ, ଡାଏଲଗ୍‌ ‘ସହି ପକଡେ ହେ’ କୁ ପସନ୍ଦ କରୁଥିଲେ। ହେଲେ ସେ ହଠାତ ଶୋ’ ଛାଡ଼ି ସମସ୍ତଙ୍କୁ ଚମକାଇ ଦେଇଥିଲେ। କାରଣ ପାଉଣାକୁ ନେଇ ନିର୍ମାତାଙ୍କ ସହ ତାଙ୍କର କଥା କଟାକଟି ହୋଇଯାଇଥିଲା। ଏପରିକି ସହ କଳାକାରଙ୍କ ସହ ତାଙ୍କର ବିବାଦ ହୋଇଥିଲା। ମାନସିକ ଶୋଷଣ କରାଯାଉଥିବା ଶିଳ୍ପା ଅଭିଯୋଗ କରିଥିଲେ ହେଁ ନିର୍ମାତାମାନେ ଶିଳ୍ପାଙ୍କ ବ୍ୟବହାର ଉଚିତ ନ ଥିବା କହିଥିଲେ।
 ବିଗ୍‌ବସ୍‌ ୧୧ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ଶିଳ୍ପା। ସେଥିରେ ବିକାଶ ଗୁପ୍ତା ଓ ତାଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ବିକାଶଙ୍କ କାରଣରୁ ଭାବି ଜି ଘର ପେ ହୈ ଶୋ’ ଛାଡ଼ିଥିବା ନେଇ ସେ କହିଥିଲେ। କେବଳ ଏତିକି ନୁହେଁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ସେ ସମ୍ପର୍କରେ ଥିବା ନେଇ କହି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ ଏକାଠି ରହିବା ସମୟରେ ସିଦ୍ଧାର୍ଥ ଗାଳି କରିବା ସହ ମାରପିଟ କରୁଥିବା ସେ ଅଭିଯୋଗ କରିଥିଲେ।
ନିଜଠାରୁ ବୟସରେ ୩ ବର୍ଷ ସାନ ରୋମିତ ରାଜଙ୍କୁ ଡେଟ୍‌ କରିଥିଲେ ଶିଳ୍ପା। ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। ୨୦୦୯ ନଭେମ୍ବର ୨୯ରେ ସେମାନଙ୍କ ବିବାହ ହୋଇଥାନ୍ତା। ହେଲେ ବିବାହର କିଛି ଦିନ ପୂର୍ବରୁ ଶିଳ୍ପା ନିର୍ବନ୍ଧ ଭାଙ୍ଗି ଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ

ମୁମ୍ବାଇ: ଅଭିନେତା ସିକନ୍ଦର ଖେର, ଯେକି ଷ୍ଟ୍ରିମିଂ ଫିଲ୍ମ ମୋନିକା ଓ ମାଇ ଡାର୍ଲିଂଗସରେ ତାଙ୍କର କାମ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ, ତାଙ୍କର ଲୋକ...

ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା...

ପ୍ରିୟଙ୍କା, ଦୀପିକାଙ୍କ ପଥରେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘କଲଙ୍କ’ ବକ୍ସ ଅଫିସରେ ସେତେଟା ଭଲ କମାଲ କରିପାରି ନ ଥିଲା। ମାତ୍ର ଆଲିଆ ଏତିକିରେ ହାରିଯିବା ଝିଅ...

ନାଗିନ୍‌-୬ରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଖୁବ୍‌ଶୀଘ୍ର ନାଗିନ୍‌-୬ ଆରମ୍ଭ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଅଦା ଖାନ ଏକ ବୋଲ୍ଡ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏଥିରେ ସେ...

ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ହୃଦ୍‌ରୋଗରେ ପରଲୋକ ଘଟିଛି। କୋଇ ମିଲ ଗୟା, ଗଦର, ବଣ୍ଟି ଏବଂ ବବଲି ପରି ଅନେକ ଫିଲ୍ମରେ କାମ...

ମନ୍ତ୍ରୀଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ବିବାହ ପାଇଁ ଥିଲୋ ସର୍ତ୍ତ

ବଲିଉଡ୍‌ ଅଭିନେତା ବିବେକ ଓବରୟ ତାଙ୍କ ବୃତ୍ତିଗତ ଜୀବନ ଏବଂ ପ୍ରେମ ସମ୍ପର୍କ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରିୟଙ୍କା ଆଲଭାଙ୍କୁ ବିବାହ...

‘କଫି ୱିଥ୍‌ କରଣ’ର ଶୁଟିଂ ଆରମ୍ଭ

କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍‌ କରଣ’ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି। ପ୍ରଥମେ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ...

ଚର୍ଚ୍ଚାରେ ରଣବୀରଙ୍କ ଏୟାରପୋର୍ଟ ଲୁକ୍‌

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ ଲୁକ୍‌କୁ ନେଇ ସେବୁବେଳେ ଚର୍ଚ୍ଚାରେ। ଏବେ ରଣବୀରଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ବିଭିନ୍ନ ମେମେ...

Advertisement
Archives

Model This Week