ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ପିଲାବେଳ ତଥା ସ୍କୁଲ ଜୀବନ ମନେ ପଡ଼ିବ। ତା ସହ ଶନିବାରର ଡ୍ରିଲ୍ କ୍ଲାସ ଓ ସାବଧାନ, ବିଶ୍ରାମ କଥା ମଧ୍ୟ ମନେ ପଡ଼ିଯିବ। ଏଥିରେ ଏକ ଜିରାଫ ସାବଧାନ, ବିଶ୍ରାମ କରି ଘାସ ଖାଉଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
I’ve never wondered how a Giraffe eats grass before, but this is majestic! pic.twitter.com/9pjbTugdKm
— Daniel Holland (@DannyDutch) October 12, 2020