ଆଇପିଏଲ୍‌କୁ ନେଇ ସଟ୍ଟା ଖେଳ, ୭୦ ହଜାର ଟଙ୍କା ସହ ଧରାପଡ଼ିଲେ ଯୁବକ

ଭବାନୀପାଟଣା,୧୭।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଆଇପିଏଲ୍‌ ମ୍ୟାଚକୁ ନେଇ ଖେଳା ହେଉଥିବା ସଟ୍ଟାଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ରାକେଶ ରଞ୍ଜନ ଚୌଧୁରୀ। ମଙ୍ଗଳବାର ରାକେଶଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଧର୍ମଗଡ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।

ସହରର କେନ୍ଦୁମୁଣ୍ଡିପଡ଼ାରେ ଆଇପିଏଲ ସଟ୍ଟା ଖେଳ ଚାଲୁଥିବା ଖବର ପାଇ ଧର୍ମଗଡ ପୋଲିସ ଚଢାଉ କରିଥିଲା। ଏଥିରେ ସମ୍ପୃକ୍ତ ରାକେଶଙ୍କୁ ପୋଲିସ ଗିରଫ କରିଥିଲା। ରାକେଶଙ୍କଠାରୁ ନଗଦ ୭୦ ହଜାର ଟଙ୍କା, ୭ଟି ମୋବାଇଲ ଫୋନ୍‌, ଲାପଟପ୍‌, ଟଙ୍କାଗଣା ମେଶିନ, କାର ସହ ଏହି ସମ୍ପର୍କିତ ବହୁତ କାଗଜପତ୍ର ପୋଲିସ ଜବତ କରିଛି। ଏ ନେଇ ଧର୍ମଗଡ ଥାନାରେ ଏକ ମାମଲା (ନଂ.୧୧୬/୨୨) ରୁଜୁ ହୋଇଛି। ଧର୍ମଗଡ଼ ଡିଏସ୍‌ପି ଧିରଜ କୁମାର ଚୋପଦାରଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଆଇଆଇସି ଦୀପାଞ୍ଜଳିଙ୍କ ସମେତ ପୋଲିସ ଟିମ୍‌ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି।...

ମୋ ଧାମ ମୋ ଗର୍ବ ଅଭିଯାନ: ସାଇକେଲରେ ବୁଲି ସ୍ଥିତି ପରଖିଲେ ଜିଲାପାଳ

ପୁରୀ ଅଫିସ,୧୩ା୧୧: ସ୍ବଚ୍ଛତା କ୍ଷେତ୍ରରେ ପୁରୀ ହେବ ଦେଶର ଏକ ନମ୍ବର ସହର। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀକୁ କିପରି ଏହି ମାନ୍ୟତା ମିଳିବ ସେଥିଲାଗି...

ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହେଲେ କିରଣ କୁମାରୀ

ଛତ୍ରପୁର,୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତିନୂଆଗାଁର ସମିତିସଭ୍ୟା କିରଣ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିରଣଙ୍କୁ...

ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି...

ପ୍ରାଥମିକ ସ୍କୁଲରୁ ଚୋରି, ଥାନାରେ ଏତଲା

କଣ୍ଟାବାଞ୍ଜି, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଧୀନ କୁକୁଡ଼ାହାଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ରବିବାର ରାତିରେ ଚୋରି ହୋଇଛି। ପ୍ରଧାନଶିକ୍ଷକ ଶଶୀଧର ନିଆଲ ପରିଚାଳନା...

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ...

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ...

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ

ଝାରସୁଗୁଡ଼ା ଅଫିସ,୭।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମିର୍ଦ୍ଧାଡେରାରେ ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରୁବାଲି ଖଡ଼ିଆ(୫୦)। ପୋଲିସ...

Advertisement
Archives

Model This Week