ରାଣୀଭୋଳ ଓଏଭିକୁ ସର୍ବଶ୍ରେଷ୍ଠ ମାନ୍ୟତା

ବାରିପଦା ଅଫିସ,୧୪ା୧୦: ସର୍ବଭାରତୀୟସ୍ତରର ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ମୟୂରଭଞ୍ଜ ଜିଲା ରାଣୀଭୋଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ୧୦ମ ସ୍ଥାନ ଅଧିକାର କରିଛି। ରାଜ୍ୟର ହାତୀଓଟା ଓଏଭି ୫ମ ଏବଂ ବାରିପଦାସ୍ଥିତ ରାଣୀଭୋଳ ଓଏଭି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଗୁଣାମତ୍କ ଶିକ୍ଷାଦାନ ଏବଂ ବିଦ୍ୟାଳୟସ୍ତରୀୟ ସହ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଉତ୍ତମ ପ୍ରଦର୍ଶନକୁ ନେଇ ଏହି ସଫଳତା ହାସଲ କରିପାରିଛି।
ଇଡବ୍ଳ୍ୟୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ର଼୍ୟାଙ୍କିଙ୍ଗ ୨୦୨୨-୨୩’ ତାଲିକାରେ ଶ୍ରେଷ୍ଠ ସରକାରୀ ସ୍କୁଲ୍‌ ଭାବେ ରାଣୀଭୋଳ ଓଏଭି ବିଦ୍ୟାଳୟ ରହିଛି। ରାଣୀଭୋଳ ଓଏଭି ବିଦ୍ୟାଳୟଟି ୨୦୧୬ମସିହାରେ ପ୍ରତିଷ୍ଠା ହୋଇ କାର୍ଯ୍ୟାରମ୍ଭ ହୋଇଥିଲା। ଚଳିତ ବର୍ଷ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୭୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ନିମନ୍ତେ ପ୍ରଧାନଶିକ୍ଷକଙ୍କ ସହ ୨୦ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଗତ ୨ବର୍ଷ ଧରି ମାଟ୍ରିକ ଓ ଏକାଦଶ ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ହାସଲ କରି ଛାତ୍ରୀଛାତ୍ରମାନେ ବିଦ୍ୟାଳୟର ଗର୍ବ ଗୌରବ ପ୍ରତିପାଦନ କରିଛନ୍ତି। ଏହା ବ୍ୟତୀତ ସ୍କୁଲ୍‌ ପରିସର ପରିଷ୍କାର ପରିଚ୍ଛନ୍ନତା, ବୈଜ୍ଞାନିକ ମେଧା ଅନ୍ବେଷଣ କାର୍ଯ୍ୟକ୍ରମ, ଓଏଭି ମହୋତ୍ସବର ପୋଏମ ପ୍ରତିଯୋଗିତା ଏବଂ କ୍ଳାସିକାଲ ସିନିଅର ଡ୍ୟାନ୍ସରେ ରାଜ୍ୟସ୍ତରରେ ପ୍ରଥମ ହେବା ସହିତ ସ୍କୁଲ୍‌ରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର ଉଚ୍ଚକୋଟୀର ପାରଦର୍ଶିତା ପ୍ରଦର୍ଶନ କରି ଜିଲା ତଥା ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଚାଲିଛନ୍ତି। ଶିକ୍ଷକ କଲ୍ୟାଣ ଓ ଉନ୍ନତି, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ପାରଦର୍ଶିତା, ଶିକ୍ଷାନୁଷ୍ଠାନର ଖ୍ୟାତି, ସହ ଶିକ୍ଷା କାର୍ଯ୍ୟକ୍ରମ, ଅନ୍‌ଲାଇନ ଶିକ୍ଷାଦାନର ପ୍ରତିଫଳନ, ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଉତ୍ତମ ମାନର ନେତୃତ୍ୱ ଓ ପରିଚାଳନା, ଅଭିଭାବକଙ୍କ ସହଭାଗିତା, ସ୍କୁଲ୍‌ର ଆବଶ୍ୟକ ଭିତ୍ତିଭୂମି, ମାନସିକ ଓ ଭାବପ୍ରବଣର ଯଥାର୍ଥିତ ସେବା, ଶିକ୍ଷାର ସ୍ବତନ୍ତ୍ର ଆବଶ୍ୟକତା, ସରକାରୀ ଅନୁଦାନର ଉଚିତ ବିନିଯୋଗ ଓ ଗୋଷ୍ଠୀଗତ ସେବା ପ୍ରଦାନରେ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସ୍କୁଲକୁ ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ସ୍ଥାନ ପାଇପାରିଛି। ବିଦ୍ୟାଳୟର ସଫଳତା ପଛରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମଣ୍ଡଳ ଶ୍ରେୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଛାତ୍ରୀଛାତ୍ରମାନଙ୍କ ଶାରୀରିକ, ବୌଦ୍ଧିକ, ମାନସିକ ଓ ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଜିଲାର ଗୌରବକୁ ବଜାୟ ରଖିବା ନେଇ ସମସ୍ତ କର୍ମଚାରୀ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri