ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ପ୍ରତୀକ୍ଷା’

ଭୁବନେଶ୍ୱର,୨୪।୮(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଫିଚର ଫିଲ୍ମ ବର୍ଗରେ ଏହା ମନୋନୀତ ହୋଇଥିବାବେଳେ ନନ୍‌ ଫିଚର ଫିଲ୍ମ ବର୍ଗର ସ୍ପେଶାଲ ମେନ୍‌ସନ୍‌ରେ ଅନ୍ୟତମ ଓଡ଼ିଆ ଚଳଚ୍ଚିତ୍ର ‘ଦ ହିଲିଙ୍ଗ ଟଚ୍‌’ ମଧ୍ୟ ନିଜର ସ୍ଥାନ ପକ୍କା କରିଛି। ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଆ ଭାଷାରେ ଏହି ଦୁଇ ଫିଲ୍ମ ଜାତୀୟ ସ୍ତରରେ ବାଜିମାତ୍‌ କରିବା ସହ ଓଲିଉଡ୍‌ ପାଇଁ ଗୌରବ ଆଣିଛି। ପୁରସ୍କାର ବାବଦକୁ ‘ପ୍ରତୀକ୍ଷା’କୁ ୧ଲକ୍ଷ ଟଙ୍କା ସହ ପ୍ରମାଣପତ୍ର ପ୍ରଦାନ କରାଯିବ।
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ ପକ୍ଷରୁ ପ୍ରଯୋଜିତ ‘ପ୍ରତୀକ୍ଷା’ ବିଶିଷ୍ଟ ସାହିତି୍ୟକ ଡ. ଗୌରହରି ଦାସଙ୍କ କ୍ଷୁଦ୍ର ଗଳ୍ପ ‘ବାପା’ର କାହାଣୀକୁ ନେଇ ତିଆରି ହୋଇଛି। ଏକ ମଧ୍ୟବିତ୍ତ ପରିବାରରେ ବାପା ଓ ପୁଅର ସମ୍ପର୍କକୁ ନେଇ ପ୍ରଦର୍ଶିତ ହୋଇଥିବା ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏମିତିକି ୫୩ତମ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ର ଭାରତୀୟ ପାନୋରମା ବିଭାଗରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଗତବର୍ଷ ‘ପ୍ରତୀକ୍ଷା’ ସ୍ଥାନ ପାଇଥିଲା। ସେହି ସମୟରେ ବିଶିଷ୍ଟ ହିନ୍ଦୀ ଅଭିନେତା ଅନୁପମ୍‌ ଖେର୍‌ ହିନ୍ଦୀରେ ଏହାର ଡେବ୍ୟୁ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତା ଦୀପନ୍ବିତ ଦାଶମହାପାତ୍ର, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଜୟ ପ୍ରକାଶ ଚୌଧୁରୀ, ଅବକାଶ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଶ୍ରିଲା ତ୍ରିପାଠୀ, ରୁପମ୍ବିକା ନାୟକ, ସୁଶିଲ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଜାତୀୟ ପୁରସ୍କାର ପାଇବା ପରେ ନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି, ପ୍ରଥମେ ଧନ୍ୟବାଦ ଦେବି ମହାପ୍ରଭୁ ଜଗନ୍ନାଥଙ୍କୁ। ଜୁରୀ ସଦସ୍ୟ ଆଉ ମୋ ଦର୍ଶକଙ୍କୁ ଧନ୍ୟବାଦ। ସେମାନଙ୍କ ପାଇଁ ଆଜି ଏହି ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କାର ସାଉଣ୍ଟିପାରିଛି। ଏହା ହେଉଛି ପୂରା ଟିମ୍‌ର ପରିଶ୍ରମର ଫଳ। ଟିମ୍‌ରେ ପ୍ରାୟ ସବୁ ନୂଆ ପିଲା ଥିଲେ। ଏହା ଆରମ୍ଭ ମାତ୍ର। ଆଗକୁ ଭଲ ଫିଲ୍ମ କରିବୁ। ବାପାଙ୍କ ପ୍ରଥମ ଚଳଚ୍ଚିତ୍ର ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଆଉ ମୋର ପ୍ରଥମ ଚଳଚ୍ଚିତ୍ର ମଧ୍ୟ ଏହି ପୁରସ୍କାର ପାଇଛି। ବହୁତ ଖୁସି ଲାଗୁଛି। ଅଭିନେତା ଦୀପନ୍ବିତ କହିଛନ୍ତି, ନିହାତି ଭାବେ ବହୁତ ଖୁସି ଲାଗୁଛି। ବହୁତ ପରିଶ୍ରମ କରିଥିଲୁ। ତା’ର ଫଳ ମିଳିଛି। ଆଗକୁ ମଧ୍ୟ ଭଲ ଫିଲ୍ମ ତିଆରି କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିବାକୁ ଚେଷ୍ଟା କରିବି। ସେହିପରି ୨୦୨୧ରେ ଡ. ଶ୍ୱେତ କୁମାର ଦାଶଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ଦ ହିଲିଙ୍ଗ ଟଚ’୍‌। ସେ ଏହାର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସ୍ବାମୀ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଆଇସିୟୁ ବେଡ୍‌ରେ ଚିକିତ୍ସିତ ହୁଅନ୍ତି। ବହୁ ଅକ୍ଳାନ୍ତ ଚେଷ୍ଟା ପରେ ଡାକ୍ତର ଶେଷରେ ନିରାଶ ହୁଅନ୍ତି। ଶେଷ ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବାକୁ ଅନୁରୋଧ କରନ୍ତି। ଫୋନ୍‌ରେ ସ୍ତ୍ରୀ କିଭଳି ସ୍ବାମୀଙ୍କ ମାନସିକ ଅବସାଦ ଦୂର କରି ସକାରାତ୍ମକ ଚିନ୍ତାଧାରାରେ ତାଙ୍କୁ ବଞ୍ଚାଇ ଦିଅନ୍ତି ତାକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଅଭିନେତ୍ରୀ ଗାର୍ଗୀ ମହାନ୍ତି ଓ ଗଜେନ୍ଦ୍ର ପାଢ଼ୀଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଏକ ଭିନ୍ନ ଶିକ୍ଷା ଦେଇପାରିଥିଲା। ଜାତୀୟ ପୁରସ୍କାର ପାଇବା ପରେ ଡ. ଦାଶ ଖୁସି ବ୍ୟକ୍ତ କରି କହିଛନ୍ତି, ପୁରସ୍କାର ସବୁବେଳେ ପ୍ରେରଣାର ଉତ୍ସ। ଏହା ଏକ ଚ୍ୟାଲେଞ୍ଜ ଆଣିଦେଲା। ଆଗକୁ ଆହୁରି ଭଲ ଫିଲ୍ମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri