ବେଦାନ୍ତ ଝାରସୁଗୁଡ଼ାକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର

ଭୁବନେଶ୍ୱର,୯ା୧୧(ଅନିଲ ଦାସ): ରାଜ୍ୟ ରପ୍ତାନି ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ରାଜ୍ୟ ରପ୍ତାନୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ଉକ୍ତ ପୁରସ୍କାର ରାଜ୍ୟର ୪୨ ପ୍ରମୁଖ ସଂସ୍ଥାକୁ ପ୍ରଦାନ କରାଯାଇଛିା ଏହି ପରିପ୍ରକ୍ଷୀରେ ବେଦାନ୍ତ ଝାରସୁଗୁଡ଼ାକୁ ୨୦୨୦-୨୧ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ଦିଆଯାଇଛି। ଏହି ଅବସରରେ ଆୟୋଜିତ ସ୍ବତନ୍ତ୍ର ସମ୍ମାନ ସମାରୋହରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ରପ୍ତାନିକାରୀମାନଙ୍କୁ ପୁରସ୍କୃତ କରିଛନ୍ତି । ସେହିଭଳି ସୁନ୍ଦରଗଡ଼ର କୁଲାଙ୍ଗସ୍ଥିତ ଆର୍‌. ବି. ଅଗ୍ରଓ୍ବାଲ ଆଣ୍ଡ କମ୍ପାନୀକୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ରପ୍ତାନୀ ପୁରସ୍କାର ପ୍ରଦାନ କରାଯାଇଛି। ଟ୍ରଫି ସହ ମେରିଟ୍‌ ସାର୍ଟିଫିକେଟ୍‌ ବର୍ଗରେ ଭୁବନେଶ୍ୱରର ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍ଚର, ବାଲେଶ୍ୱରର ଇମାମି ପେପର ମିଲ୍ସ, ବଲାଙ୍ଗୀରର ବି. ଏଲ୍‌. ଗୋୟଲ୍‌, ଭୁବନେଶ୍ୱରର ବି. ଓ୍ବାନ୍‌ ବିଜ୍‌ନେସ୍‌ ହାଉସ୍‌, ଇଣ୍ଡିଆନ୍‌ ମେଟାଲ୍‌ ଆଣ୍ଡ ଫେରୋ ଆଲ୍‌ଏଜ ଏବଂ ଭୁବନେଶ୍ୱରର ଇନ୍‌ଫୋସିସ୍‌ ପୁରସ୍କାର ପାଇଛନ୍ତି । ସେହିପରି ସାର୍ଟିଫିକେଟ ଅଫ୍‌ ଏକ୍ସଲେନ୍ସି ବର୍ଗରେ ସୁନ୍ଦରଗଡ଼ର ଆଇଏଫ୍‌ଜିଏଲ୍‌ ରିଫ୍ରାକ୍ଟୋରିଜ୍‌, ପାରାଦୀପସ୍ଥିତ ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଜେ. ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡ୍‌ସ, ଭୁବନେଶ୍ୱରସ୍ଥ ନାଲ୍‌କୋ, ସମ୍ବଲପୁରର ହିଣ୍ଡାଲ୍‌କୋ, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱର, ଭୁବନେଶ୍ୱରସ୍ଥ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି ବୈଷୟିକ ସମ୍ବର୍ଦ୍ଧିତ ହୋଇଛନ୍ତି ା ସ୍ପେଶାଲ୍‌ ସାର୍ଟିଫିକେଟ୍‌ ବର୍ଗରେ ବାଲେଶ୍ୱରର ଅର୍ଚ୍ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟସ ଏବଂ ପାରାଦୀପର ଆଇଏମ୍‌ବି ମେରାଇନ୍‌ ଏକ୍ସପୋର୍ଟ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ବ୍ରହ୍ମପୁରର ଡିକେଏସ୍‌ଆର୍‌ ସ୍ପେଶାଲିଷ୍ଟ କେମିକାଲ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧-୨୨ ପାଇଁ ଶ୍ରେଷ୍ଠ ରପ୍ତାନି ପୁରସ୍କାର ବେଦାନ୍ତ (ଝାରସୁଗୁଡ଼ା) ଓ ଆବ୍‌ସିସ୍‌ ସୂଚନା ପ୍ରଯୁକ୍ତି(ଭୁବନେଶ୍ୱର)କୁ ମିଳିଛି । ଟ୍ରଫି ଉଇଥ୍‌ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ବର୍ଗରେ ପାରାଦୀପର ଭାରତୀୟ ତୈଳ ନିଗମ, ଭୁବନେଶ୍ୱରର ଗାଲାସ୍କି ମେଡିକେୟାର, ଭୁବନେଶ୍ୱରର ଜେ. ପି. ହ୍ୟାଣ୍ଡଲୁମ୍‌, ଯାଜପୁରର ମାଗ୍‌ମା ଫୁଡ୍‌ସ, ଶ୍ରୀରାମ ଏକ୍ସପୋର୍ଟ,ଭୁବନେଶ୍ୱର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ସମ୍ବଲପୁର, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌, ଭୁବନେଶ୍ୱରକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର ମିଳିଛି।
ସାର୍ଟିଫିକେଟ୍‌ ଅଫ୍‌ ଏକ୍ସିଲେନ୍ସି ବର୍ଗରେ ଟେରାକ୍ଲକ୍‌ ମେସିନେରି, ଭୁବନେଶ୍ୱର, ଇମାମି ପେପର ମିଲ୍ସ ଲିମିଟେଡ୍‌, ବାଲେଶ୍ୱର, ଟିଆର୍‌ଏଲ୍‌ କ୍ରୋସାକି ରିଫ୍ରାକ୍ଟୋରିଜ୍‌, ଝାରସୁଗୁଡ଼ା, ସୁଦର୍ଶନ କ୍ରାଫ୍ଟସ୍‌ ମ୍ୟୁଜିୟମ୍‌, ପୁରୀ, ସାହି ଏକ୍ସପୋର୍ଟସ, ପୁରୀ, ବି.ଓ୍ବାନ୍‌ ବିଜ୍‌ନେସ୍‌ ହାଉସ୍‌, ଭୁବନେଶ୍ୱର, ଫ୍ଲାମିଂଗୋ ଶ୍ରୀମ୍ପ୍ଲେକ୍ସ, ଭୁବନେଶ୍ୱର, ଫାଲ୍‌କନ ମେରାଇନ୍‌ ଏକ୍ସପୋର୍ଟ, ଭୁବନେଶ୍ୱର, ଅର୍‌ଚିଡ୍‌ ମେରାଇନ୍‌ ଏକ୍ସପୋର୍ଟ, ବାଲେଶ୍ୱର, ଆଇଆର୍‌ଇଏଲ୍‌ ଇଣ୍ଡିଆ ଲିଃ, ଗଞ୍ଜାମ, ଇଣ୍ଡିଆନ୍‌ ମେଟାଲ୍‌ ଏଣ୍ଡ ଫେରୋ ଆଲଏଜ୍‌ ଲିଃ ଭୁବନେଶ୍ୱର, ନାଲ୍‌କୋ, ଭୁବନେଶ୍ୱର, ଏଲ୍‌ଟିଆଇ ମାଇଣ୍ଡ ଟ୍ରି, ଭୁବନେଶ୍ୱର ପୁରସ୍କୃତ ହୋଇଛନ୍ତି । ସ୍ପେଶାଲ ସାର୍ଟିଫିକେଟ୍‌ ବର୍ଗରେ ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ୍‌, ଖୋର୍ଦ୍ଧା ଓ ମାଷ୍ଟରଚେଫ୍‌ ଏକ୍ସପୋର୍ଟସ, ବାଲେଶ୍ୱର ପୁରସ୍କୃତ ହୋଇଛନ୍ତି ।
ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ବର୍ଗରେ ଡିକେଏସ୍‌ଆର୍‌ ସ୍ପେସିଆଲିଟି କେମିକାଲ୍ସ, ବ୍ରହ୍ମପୁର, ଗଞ୍ଜାମ ପୁରସ୍କାର ଲାଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ରପ୍ତାନି ଓ ବାଣିଜ୍ୟ ଦିଲୀପ ସାହୁ ଏବଂ ସ୍ବତନ୍ତ୍ର ଶାସନ ସଚିବ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri