ବିଏମ୍‌ସିକୁ ‘ବେଷ୍ଟ ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୨।୧୦(ବ୍ୟୁରୋ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଘୋଷଣା ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ସିଟିଜେନ୍‌ ଫିଡ୍‌ବ୍ୟାକ୍‌ କାଟେଗୋରିରେ ‘ବେଷ୍ଟ ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏହି କାଟେଗୋରିରେ ମୋଟ ୨,୨୫୦ ନମ୍ବରରୁ ବିଏମ୍‌ସିକୁ ୧,୭୪୩ ନମ୍ବର ମିଳିଛି। ଶନିବାର ନୂଆଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମ୍‌ଠାରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ପୁରସ୍କାର ପାଇବା ପରେ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସମସ୍ତଙ୍କ ସହଯୋଗରୁ ସମ୍ଭବ ହୋଇପାରିଛି ବୋଲି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସେହିପରି ସର୍ବଭାରତୀୟସ୍ତରରେ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ ଏଥର ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ପୂର୍ବବର୍ଷ ଅପେକ୍ଷା ଭଲ ସ୍ଥିତିରେ ରହିଛି। କ୍ରମାଗତ ଭାବେ ମଧ୍ୟପ୍ରଦେଶ ଇନ୍ଦୋର ୬ଷ୍ଠ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଥିବାବେଳେ ଭୁବନେଶ୍ୱର ୮୦ତମ ସ୍ଥାନରେ ରହିଛି। ରାଜ୍ୟରେ ଏହା ତୃତୀୟ ସ୍ଥାନରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣରେ ମୋଟ୍‌ ୬ହଜାର ମାର୍କରୁ ବିଏମ୍‌ସିକୁ ୪,୩୬୩.୩୭ ମାର୍କ ମିଳିଛି। ସେବା ପ୍ରଦାନ ବାବଦରେ ୪ଟି କ୍ୱାର୍ଟରରେ ମୋଟ ୩ହଜାର ମାର୍କ ଥିବାବେଳେ ସେଥିରୁ ବିଏମ୍‌ସି ୨୦୧୯.୬୪ ମାର୍କ ହାସଲ କରିଛି। ବାହ୍ୟ ମଳମୁକ୍ତ ସହର ଭାବେ ବିଏମ୍‌ସିକୁ ୭ଶହରୁ ୬ଶହ ନମ୍ବର ମିଳିଥିବାବେଳେ ଆବର୍ଜନା ମୁକ୍ତ ସହର(ଜିଏଫ୍‌ସି)ରେ ବିଏମ୍‌ସିକୁ କୌଣସି ନମ୍ବର ମିଳି ନାହିଁ।
ଅପରପକ୍ଷେ ରାଉରକେଲା ରାଜ୍ୟରେ ପ୍ରଥମ ସ୍ବଚ୍ଛ ସହର ଭାବେ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରରେ ଏହି ସହର ୪୫ତମ ର଼୍ୟାଙ୍କ ପାଇଛି। ଏହାପଛକୁ ପୁରୀ ଜାତୀୟସ୍ତରରେ ୫୮ ଏବଂ ରାଜ୍ୟରେ ୨ୟ ସ୍ଥାନ ହାସଲ କରିଛି। ତେବେ ଗତଥର ବ୍ରହ୍ମପୁର ରାଜ୍ୟର ସବୁଠାରୁ ସ୍ବଚ୍ଛ ସହର ପାଲଟିଥିବାବେଳେ ଏଥର ଏହା ୪ନମ୍ବରକୁ ଖସି ଆସିଛି। ଜାତୀୟ ସ୍ତରରେ ୯୦ ତମ ସ୍ଥାନରେ ରହିଛି। ବାଲେଶ୍ୱର ଜାତୀୟସ୍ତରରେ ୧୨୬ ଏବଂ ରାଜ୍ୟରେ ୫ମ, କଟକ ଜାତୀୟସ୍ତରରେ ୨୦୨ ଏବଂ ରାଜ୍ୟରେ ୭ମ ସ୍ଥାନରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ୧୧ଟି ସହରକୁ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ମେଶିନ ଦ୍ୱାରା ସଫେଇ ମଧ୍ୟ ହେଉଛି। ମାତ୍ର ଏହା ସତ୍ତ୍ୱେ ସ୍ବଚ୍ଛତା କ୍ଷେତ୍ରରେ ବିଏମ୍‌ସି ପଛରେ ପଡ଼ିଯାଇଛି। ସୂଚନା ଅନୁଯାୟୀ, ସ୍ବଚ୍ଛତା ସର୍ବେକ୍ଷଣରେ ୨୦୧୭ରେ ଭୁବନେଶ୍ୱରକୁ ୯୪ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ୨୦୧୮ରେ ୨୪୩ତମ, ୨୦୧୯ରେ ୨୮୮ତମ, ୨୦୨୦ରେ ୨୩୩ତମ ଏବଂ ୨୦୨୧ରେ ୧୪୪ତମ ର଼୍ୟାଙ୍କ ମିଳିଥିଲା। ଚଳିତବର୍ଷ ର଼୍ୟାଙ୍କ ସାମାନ୍ୟ ବୃଦ୍ଧି ପାଇଥିଲେ ହେଁ ରାଜ୍ୟର ଅନ୍ୟ ସହର ତୁଳନାରେ ପଛରେ ପଡ଼ିଛି।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଏବଂ ଇଣ୍ଡିଆନ ସ୍ବଚ୍ଛତା ଲିଗ୍‌ରେ ଓଡ଼ିଶାର ୧୧ ସହରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବେକ୍ଷଣରେ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପାଇଥିବା ସହର ତଥା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସ୍ବଚ୍ଛ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ହାସଲ କରିବାରେ ସହରଗୁଡ଼ିକର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶାର ୧୧ ଅର୍ବାନ ଲୋକାଲ୍‌ ବଡି ଯଥା ଭୁବନେଶ୍ୱର ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ, ପୁରୀ ମ୍ୟୁନିସିପାଲିଟି, ପାରାଦୀପ ପୌରପାଳିକା, ବରଗଡ଼ ପୌରପାଳିକା, ବାସୁଦେବପୁର ପୌରପାଳିକା, ବେଲତ୍‌ଗୁଣ୍ଠା ଏନଏସି, ବିଜେପୁର ଏନ୍‌ଏସି, ବିନିକା ଏନ୍‌ଏସି, ଚିକିଟି ଏନ୍‌ଏସି, ଜୁନାଗଡ଼ ଏନ୍‌ଏସି ପୁରସ୍କାର ପାଇଛନ୍ତି। ଏଥିସହ କଟକ ସହର ଏବଂ ପିପିଲି ୟୁଏଲ୍‌ବିକୁ ‘ଇଣ୍ଡିଆନ ସ୍ବଚ୍ଛତା ଲିଗ୍‌’ ୨୦୨୨ରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri