Categories: ଖେଳ

ବର୍ନାଲ ଜିତିଲେ ଗିରୋ ଡି’ ଇଟାଲିଆ ଟାଇଟଲ

ରୋମ୍‌: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ସେନାଗୋଠାରୁ ମିଲାନ ପର୍ଯ୍ୟନ୍ତ ୩୦. ୩ କିଲୋମିଟର ବିଶିଷ୍ଟ ଅନ୍ତିମ ରେସ୍‌ରେ ଇଟାଲୀର ତଥା ଇନୋସ୍‌ ଗ୍ରେନାଡିଅର୍ସ ଟିମ୍‌ର ଫିଲିପୋ ଗାନା ବିଜୟ ଲାଭ କରିଛନ୍ତି। ତାଙ୍କ ଟିମ୍‌ମେଟ ତଥା କଲମ୍ବିଆର ଇଗାନ ବର୍ନାଲ ଜେନେରାଲ କ୍ଳାସିଫିକେଶନରେ ପ୍ରଥମ ସ୍ଥାନ ଅଧିକାର କରି ଟାଇଟଲ ବିଜୟୀ ହୋଇଛନ୍ତି। ଗାନା ୩୩-୪୮ ଟାଇମିଂରେ ରେସ୍‌ ଶେଷ କରିଥିବାବେଳେ ତାଙ୍କଠାରୁ ୧୨ ସେକେଣ୍ଡ ପଛରେ ଫ୍ରାନ୍ସର ରେମି କାଭାଗ୍ନା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌)ଦ୍ୱିତୀୟ ସ୍ଥାନରେ ରହିଥିଲେ। ଇଟାଲୀର ଏଡୋଆର୍ଡୋ ଆଫିନି (ଜୁମ୍ବୋ-ଭିଷ୍ମା) ୧୩ ସେକେଣ୍ଡ ପଛରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରେସ୍‌ରେ ଚତୁର୍ଥରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଯଥାକ୍ରମେ ରହିଥିଲେ ଇଟାଲିର ମାଟେଓ ସବରେରୋ (ଅଷ୍ଟାନା ପ୍ରିମିୟର ଟେକ୍‌), ପର୍ତ୍ତୁଗାଲର ଜୋଆଓ ଆଲ୍‌ମିଦା (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌), ଜର୍ମାନୀର ମ୍ୟାକ୍ସ ଓ୍ବାଲସ୍କିଡ୍‌ (ଖୁବେକା ଆସୋସ, ଇଟାଲିର ଆବର୍ଟୋ ବେଟିଅଲ୍‌ (ଇଏଫ୍‌ ଏଜୁକେଶନ ନିପ୍ପୋ), ସ୍ଲୋଭେନିଆର ଜାନ୍‌ ଟ୍ରାଟ୍‌ନିକ୍‌ (ବାହାରିନ୍‌ ଭିକ୍ଟୋରିଅସ), ଇଟାଲିର ଜିଆନି ମୋସ୍କୋନ (ଇନୋସ ଗ୍ରେନାଡିଅର୍ସ ଓ ବେଲଜିୟମର ଇଲ୍‌ଜୋ କିସେ (ଡେସିଉନିକ୍‌ କୁଇକ୍‌ ଷ୍ଟେପ୍‌)। ଅନ୍ୟପକ୍ଷରେ ଫାଇନାଲ ଜେନେରାଲ କ୍ଲାସିଫିକେଶନରେ ବର୍ନାଲଙ୍କ ପଛକୁ ଇଟାଲିର ଡାମିଆନୋ କାରୁସୋ (ବାହାରିନ୍‌-ଭିକେଟାରିଅସ) ଦ୍ୱିତୀୟ ଏବଂ ଗ୍ରେଟ ବ୍ରିଟେନର ସିମନ ୟେଟ୍ସ (ବାଇକ୍‌ ଏକ୍ସଚେଞ୍ଜ) ତୃତୀୟ ସ୍ଥାନରେ ରହିଥିଲେ।

Share