ବ୍ରହ୍ମପୁର ସିଟି ହାଇସ୍କୁଲ: ବର୍ଷାରେ ଗଳୁଛି ପାଣି

ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ସିଟି ହାଇସ୍କୁଲ। ୧୯୩୦ରୁ ୨୦୨୨ ଦୀର୍ଘ ୯୨ ବର୍ଷର ଏହି ବିଦ୍ୟାଳୟରୁ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ କୋଟା.ହରିନାରାୟଣଙ୍କ ଭଳି ବହୁ ଜଣାଶୁଣା ବ୍ୟକ୍ତି ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଏହାର ମୁଖ୍ୟ କୋଠା ପ୍ରଥମ ମହଲାରେ ଥିବା ୭ଟି ଶ୍ରେଣୀ ଗୃହ ସମେତ କନ୍‌ଫରେନ୍ସ ହଲ୍‌ ସ୍ଥିତି ଦୟନୀୟ ହୋଇଛି। ଉପରେ ମହଲାରେ ୯ମ ଓ ୧୦ ଶ୍ରେଣୀ ଛାତ୍ରଙ୍କ ପାଠପଢ଼ା ହୋଇଥାଏ। କିନ୍ତୁ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମୁଖ୍ୟ କୋଠାର ପ୍ରଥମ ମହଲାର ଛାତରୁ ବର୍ଷା ଦିନେ ପ୍ରବଳ ପାଣି ଗଳୁଛି । ଯାହାଦ୍ୱାରା ପାଠପଢ଼ା ସମୟରେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ୨୦୦୬ରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପରିଦର୍ଶନ ପରେ ପାଠପଢ଼ା, କ୍ରୀଡ଼ା, ସାଂସ୍କୃତିକ, ସମରାଭ୍ୟାସ ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟାଳୟ ଅଧିକ ଉନ୍ନତି କରିବା ସହ ଚର୍ଚ୍ଚାର ପରିସରକୁ ଆସିଥିଲା। କିନ୍ତୁ ଏତେସବୁ ସୁବିଧା ଥାଇ ଏହା କେବଳ ବାହାର ଆଡ଼ମ୍ବର ଥିତ୍ଲେ ମଧ୍ୟ ଭିତରେ ଫମ୍ପା ଦେଖିବାକୁ ମିଳୁଛି। ବାରମ୍ବାର ଏନେଇ ଜିଲା ଶିକ୍ଷାଧିକାରୀଙ୍କ ସମେତ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକାର ହୋଇପାରୁ ନ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି। ପ୍ରଥମ ମହଲା କୋଠା ଛାତରେ ଦିଆ ଯାଇଥିବା ଲୁହା ବିମ୍‌ ମଧ୍ୟ ଖରାପ ହୋଇ ସ୍ଥାନେ ସ୍ଥାନେ ଝଡ଼ିବା ସ୍ଥିତିରେ ରହିଛି। ଯାହାଦ୍ୱାରା ଯିବା ଆସିବା ଓ ଶ୍ରେଣୀରେ ପାଠପଢ଼ା ସମୟରେ କେତେବେଳେ ମଧ୍ୟ ଏହା ଖସି ଛାତ୍ରଙ୍କ ଉପରେ ପଡ଼ିବ ତାହା କୁହାଯାଇ ନ ପାରେ। ୨୦୨୧ ନଭେମ୍ବର ୧୬ରେ ଏହି ବିଦ୍ୟାଳୟ ସରକାରଙ୍କ ୫-ଟି ଅଧୀନ ସ୍ମାର୍ଟ ସ୍କୁଲ ଯୋଜନାର ଅନ୍ତର୍ଭୁକ୍ତ ହୋଇସାରିଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରି, ସ୍ମାର୍ଟ ଲାବୋରେଟୋରିରେ ସମସ୍ତ ବ୍ୟବସ୍ଥା ଥିଲେ ସୁଦ୍ଧା ଛାତ ମରାମତି କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନ ଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ ପନ୍ନାଗ ଭୂଷଣ ମାଝିଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରୁ ପୂର୍ବତନ ପ୍ରଧାନଶିକ୍ଷକ ଓ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ବାର ଏନେଇ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ସେହିଭଳି ରାସ୍ତା ଓ କୋଠା ନିର୍ମାଣ ବିଭାଗ ମଧ୍ୟ ସିଟି ହାଇସ୍କୁଲ ତାଙ୍କ ଅଧୀନରେ ଆସୁ ନ ଥିବା କହି ନୀରବ ରହିଛନ୍ତି ବୋଲି ପ୍ରଧାନଶିକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri