Posted inଫୁରସତ

ଭାରତୀୟ ସେନା ପାଇଁ ବେଙ୍ଗାଲୁରୁର ଜେଟ୍‌ପ୍ୟାକ୍‌ ସୁଟ୍‌

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ କମ୍ପାନୀ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଜେଟ୍‌ପ୍ୟାକ୍‌ ସୁଟ୍‌ ଯୋଗାଇବାରେ ଉଦ୍ୟମ ଚଳାଇଛି। ଯେଉଁଥିରେ କି ଭାରତୀୟ ସେନା ଏହି ସୁଟ୍‌ରେ କଠିନ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଉଡ଼ିବାରେ ସକ୍ଷମ ହୋଇପାରିବ। ତେବେ ଜାନୁୟାରୀରେ ଭାରତୀୟ ସେନା ୪୮ଟି ଜେଟ୍‌ପ୍ୟାକ୍‌ ସୁଟ୍‌ ପାଇଁ ଏକ ପ୍ରସ୍ତାବ ଦେଇଥିଲା। ଜେଟ୍‌ପ୍ୟାକ୍‌ ସୁଟ୍‌ ହେଉଛି ସେନାଙ୍କ ଏକ ଅଂଶ, ଯାହାକି ଜରୁରିକାଳୀନ ପରିସ୍ଥିତିରେ ବ୍ୟକ୍ତିଗତ ଭାବେ ଶୀଘ୍ର ସେହି ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରେ। ବେଙ୍ଗାଲୁରୁ ଦ୍ୱାରା ପ୍ରସ୍ତୁତ ଏହି ଜେଟ୍‌ପ୍ୟାକ୍‌ ସୁଟ୍‌ ଇନ୍ଧନ ଭାବେ ଡିଜେଲରେ ପରିଚାଳିତ ହେବ। ଏହା ମୁଖ୍ୟତଃ ୧୦ କି.ମି. ଏବଂ ୮ ମିନିଟ ପର୍ଯ୍ୟନ୍ତ ଉଡ଼ିବାରେ ସକ୍ଷମ ହୋଇପାରିବ। ଏହି ସୁଟ୍‌ ୪୦ରୁ ୮୦ କିଲୋ ଭାର ବହନ କରିପାରିବାର କ୍ଷମତା ରଖିଛି। ସୁଟ୍‌ ୩ ହଜାର ମିଟର ଉଚ୍ଚତାରେ ଉଡ଼ିବା କ୍ଷମତା ରଖିଥିବାବେଳେ ଭୂମିଠାରୁ ଏହା ମୁଖ୍ୟତଃ ୧୦ରୁ ୨୦ ଫୁଟ୍‌ ମଧ୍ୟରେ ଉଡ଼ିବା ଉଚିତ। ଆବସଲ୍ୟୁଟ୍‌ କମ୍ପୋଜିଟ୍‌ ମ୍ୟାନେଜିଂ ଡାରେକ୍ଟର ରାଘବ ରେଡ୍ଡିଙ୍କ ତଥ୍ୟ ଅନୁସାରେ, ଭୂମିରେ ବାଧା ପରିସ୍ଥିତି ପାଇଁ ଏହି ସୁଟ୍‌ ବହୁତ ଭଲ। ବ୍ରିଟିଶ୍‌ ନାଗରିକ ରିଚାର୍ଡ ବ୍ରାଉନିଂ ଜେଟ୍‌ପ୍ୟାକ୍‌ ସୁଟ୍‌ ଉଦ୍ଭାବନ କରିଥିଲେ। ସେ ଏହି ସୁଟ୍‌କୁ ମୁଖ୍ୟତଃ ବ୍ରିଜ୍‌ ଭାଙ୍ଗିବା ସମୟରେ ନଦୀକୁ ପାର୍‌ କରିବା, ମାଇନ୍‌ ଅଞ୍ଚଳରେ କିଛି ଅସୁବିଧା ହେଲେ ସେଠାରୁ ଅନ୍ୟତ୍ର ଯାଇପାରିବା, ବନ୍ୟା ସମୟରେ ଜରୁରୀ ସାମଗ୍ରୀ ବଣ୍ଟନ ଏବଂ ସେହି ଅଞ୍ଚଳରୁ ଉଦ୍ଧାର ଆଦି ବିଭିନ୍ନ କାର୍ଯ୍ୟ ପାଇଁ ତିଆରି କରାଯାଇଥିଲା। ତେବେ ଏହି ଜେଟ୍‌ପ୍ୟାକ୍‌ ସୁଟ୍‌ ଅଗ୍ନି ଲାଗିଥିବା ଅଞ୍ଚଳର ଉତ୍ତାପ ବହନ କରିବାର କ୍ଷମତା ରଖିଥାଏ ଏବଂ ଏଥିରେ କିଛି ଔଷଧ ସାମଗ୍ରୀ ମଧ୍ୟ ନେବା ପାଇଁ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri