ଜଗତ୍‌ସିଂହପୁରରେ ବଙ୍ଗଳାଭାଷୀ ଉଲ୍ଲସିତ

ପାରାଦୀପ,୧୩।୩(ଶରତ ରାଉତ)ଭାରତ ସରକାର ସୋମବାର ଦେଶରେ ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ଲାଗୁ କରିବା ପରେ ଓଡ଼ିଶା ଉପକୂଳରେ ଜବରଦଖଲ କରି ରହିଥିବା ବଙ୍ଗଳାଭାଷୀଙ୍କ ମଧ୍ୟରେ ଉଲ୍ଲାସ ଦେଖାଦେଇଛି। କାରଣ ସେମାନେ ଏବେ ସିଏଏ ଜରିଆରେ ଆବେଦନ କରି ପୂର୍ଣ୍ଣ ସରକାରୀ ବାସିନ୍ଦା ପ୍ରମାଣପତ୍ର ପାଇଯିବେ ବୋଲି ଆଶା କରାଯାଉଛି। ପୂର୍ବରୁ ଯେଉଁଭଳି କେତେଜଣ ବଙ୍ଗଳାଭାଷୀ ରିଫ୍ୟୁଜି ବୋଲି ଶୁଣୁଥିଲେ, ସେଭଳି ଅପବାଦ ଆଉ ନୂଆ ଆଇନ ବଳରେ ହେବେନାହିଁ। ୨୦୧୫ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ବିଧାନସଭା ମଧ୍ୟରେ ଘୋଷଣା କରିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ଥିଲା ୩୯୯୭। ଏହି ଅନୁପ୍ରବେଶକାରୀମାନେ ଏବେ ସ୍ଥାୟୀ ପ୍ରମାଣପତ୍ର ପାଇପାରିବେ। କାରଣ କେନ୍ଦ୍ର ସରକାର ନୂତନ ଆଇନରେ ଦର୍ଶାଇଛନ୍ତି ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ବାଂଲାଦେଶୀ, ପାକିସ୍ତାନ, ଆଫଗାନିସ୍ତାନରୁ ଆସି ରହିଥିବେ, ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ତେବେ ସେଥିରୁ ମୁସଲ୍‌ମାନଙ୍କୁ ବାଦ ଦିଆଯିବ। ତେବେ ଯେଉଁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଓଡ଼ିଶାରେ ଅଛନ୍ତି ସେମାନଙ୍କ ଧର୍ମ ଚିହ୍ନଟ କରିବା ସହଜ ନୁହେଁ ବୋଲି ଆଲୋଚନା ହେଉଛି। ଓଡ଼ିଶାରେ ଯେଉଁ ୩୯୯୭ ଅନୁପ୍ରବେଶକାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲାର ୧୬୪୯, ଜଗତ୍‌ସିଂହପୁର ୧୧୧୨, ମାଲକାନଗିରି ୬୬୫, ଭଦ୍ରକ ୩୧୩, ବାଲେଶ୍ୱର ୧୫୦, ନବରଙ୍ଗପୁର ୧୦୬ ଓ ବରଗଡ଼ରୁ ୨ଜଣ ରହିଛନ୍ତି। ଜଗତ୍‌ସିଂହପୁର ଜିଲା ପାରାଦୀପରେ ୨୯୭, ଏରସମା ୪୨୩, କୁଜଙ୍ଗ ୨୧୩, ବାଲିକୁଦା ୧୧୫, ଜଗତ୍‌ସିଂହପୁର ବ୍ଲକର ୬୪ ଥିଲେ ବୋଲି ସରକାରୀ ତଥ୍ୟରୁ ଜଣାପଡିଛି। ସେଥିରେ ପାରାଦୀପଗଡ଼ ପଞ୍ଚାୟତ ୨୫ ନଂ ୱାର୍ଡର ଚନକଣ ବସ୍ତିରେ ଯେଉଁ ୯୦ ପରିବାର ବସବାସ କରୁଛନ୍ତି। ସେମାନେ ସମସ୍ତେ ବାଂଲାଦେଶୀ ମୁସଲମାନ ବୋଲି ସରପଞ୍ଚ ସଞ୍ଜୟ ବେହେରା କୁହନ୍ତି। ଏପରି ଚାନ୍ଦିନୀ, ଲକ୍‌ପଡା, ବଙ୍ଗାଳୀପଡା ଆଦି ବସ୍ତିରେ ମୁସଲମାନ ବଙ୍ଗଳାଭାଷୀ ରହୁଥିବା ଜଣାଯାଏ। ଏମାନେ ଏବେ ନାଗରିକତ୍ୱ ପ୍ରମାଣପତ୍ର ପାଇବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହୁଗୁଳା ଶାସନ, ରାଜନୈତିକ ପ୍ରୋତ୍ସାହନ, ପ୍ରିୟାପ୍ରୀତି ତୋଷଣ ଯୋଗୁ ବଙ୍ଗଳାଭାଷୀ ଜରିଆରେ ବାଂଲାଦେଶୀମାନେ କାୟାବିସ୍ତାର କରିଥିବା ଚର୍ଚ୍ଚା ହେଉଛି। ଆଗକୁ ଏହାର ସ୍ଥିତି କିପରି ରହିବ ତାହା ଦେଖିବାକୁ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri