Posted inଜାତୀୟ

ନୁପୁରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

କୋଲକତା,୨୦।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ଭାଜପା ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏହି ଘଟଣାରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ଘଟିଥିଲା। ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। କିନ୍ତୁ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ଏପର୍ଯ୍ୟନ୍ତ କିପରି ଗିରଫ କରାଯାଇନାହିଁ। ମୁଁ ଜାଣେ ତାଙ୍କୁ ଗିରଫ କରାଯିବ ନାହିଁ। ଏଭଳି ମନ୍ତବ୍ୟ କେବଳ ହିଂସା ନୁହେଁ ବରଂ ସାମାଜିକ ବିଭାଜନ ମଧ୍ୟ ଆଣିଥାଏ।
ସୂଚନାଯୋଗ୍ୟ, ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟକୁ ନେଇ ଦେଶର ଅନେକ ସହରରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ...

‘ପିଡି’ ସହ ଏବେ ସମୟ ବିତାଉଛନ୍ତି ରାହୁଲ

ନୂଆଦିଲ୍ଲୀ, ୨୯।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖୁଛନ୍ତି କଂଗ୍ରେସ ଅଧ୍ୟକ୍ଷ...

୫ରେ ପେଗାସସ୍‌ ଶୁଣାଣି

ନୂଆଦିଲ୍ଲୀ, ୨ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌ ଦ୍ୱାରା ନେତା, ଖବରଦାତା, ବିଚାରବିଭାଗୀୟ କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କ ଉପରେ ଗୁପ୍ତଚରଗିରି ଘଟଣାର ସ୍ବତନ୍ତ୍ର...

୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ...

ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୧୬।୬: ଅଣ୍ଡରଓ୍ବାଲର୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା...

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ...

ସିଏଏ ବିରୋଧରେ ନୂଆବର୍ଷରେ ଅନଶନ କରିବ କଂଗ୍ରେସ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ), ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ବିରୋଧରେ କଂଗ୍ରେସର ଦିଲ୍ଲୀ ସଂଗଠନ ନୂଆବର୍ଷରେ ୧୨ ଘଣ୍ଟିଆ ଅନଶନରେ ବସିବାକୁ ଘୋଷଣା...

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଭାରତ ଗସ୍ତରେ ଆସିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍‌। ଆସନ୍ତା ସପ୍ତାହରେ ସେ ଆସିବା ନେଇ ଭାରତ ଓ ଆମେରିକା ମଧ୍ୟରେ ବିଚାର...

Advertisement
Archives

Model This Week