ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି ସବୁବେଳେ ରହିଆସିଛି ସେମାନଙ୍କ ଅତୁଟ ଆଗ୍ରହ। ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ ନିଜର ସ୍ବାତନ୍ତ୍ର ବଜାୟ ରଖିବାରେ ସଫଳ ହୋଇଛି। ଧୀରେ ଧୀରେ ସହର ସଂସ୍କୃତିରେ, ଜନଜୀବନରେ ସାମିଲ ହୋଇଛିପଖାଳକଂସା। ଗାଁ ଚାଳଘରେ ରହି ଯାଇଥିବା ପଖାଳ ଏବେ ତାରକା ହୋଟେଲ ଏସି ରୁମ୍‌ରେ ଶୋଭାପାଉଛି। ପଖାଳର ମହକ ସବୁଆଡ଼େ ଅନୁଭୂତ ହେଉଛି। ଓଡ଼ିଆ ସଂସ୍କୃତିରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଦ୍ୱିପ୍ରହର ହେଲେ ଏବେ ପ୍ରାୟ ହୋଟେଲ ଓ ରେଷ୍ଟୁରାଣ୍ଟରେ ପରଷାଯାଉଛି ଭଳିକି ଭଳି ପଖାଳକଂସା। ଏହାସାଙ୍ଗକୁ ଚୂନାମାଛ, ଶୁଖୁଆ ରାଇ, ଶୁଖୁଆପୋଡ଼ା, ଶାଗଭଜା, ବଢ଼ିଚୂରା, କଖାରୁଫୁଲ ପିଠା, ଚିଙ୍ଗୁଡ଼ି ଛେଚା, ବିଭିନ୍ନ ପ୍ରକାରର ମାଛଭଜା, ଆଳୁ ଭର୍‌ତା ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଗ୍ରାହକଙ୍କୁ ଟାଣି ନେଉଛି।
ଏଇଠି ଖାଆନ୍ତୁ ପଖାଳ……
ଖାଣ୍ଟି ଓଡ଼ିଆ ଖାଦ୍ୟ ପାଇଁ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଥିବା ‘ଡାଲ୍‌ମା’ ସିତଲ୍‌ ହୋଟେଲ୍‌, ମେ’ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଭୁବନେଶ୍ବରର ପଖାଳ ହବ୍‌ କୁହାଯାଉଥିବା ଏକାମ୍ର ହାଟ, ଚନ୍ଦ୍ରଶେଖରପୁର ଓ ଶହୀଦନଗରରେ ଥିବା ଓଡ଼ିଶା ହୋଟେଲ ଆଦି ସ୍ଥାନଗୁଡ଼ିକ ସୁସ୍ବାଦୁ ପଖାଳ ପାଇଁ ବେଶ୍‌ ପରିଚିତ। ସେହିଭଳି ରସୁଲଗଡ଼ରେ ଥିବା ‘ପଖାଳ’ ଟେଷ୍ଟ ଅଫ୍‌ ଓଡ଼ିଶା ରେଷ୍ଟୁରାଣ୍ଟ, ବମିଖାଲର ଆମ ଓଡ଼ିଶା ହୋଟେଲ, ପଟିଆରେ ଥିବା ଷୋହଳଅଣା ଓଡ଼ିଆ, ବାପୁଜୀ ନଗରରେ ଥିବା ଭାଇନା ହୋଟେଲ, ନନ୍ଦନକାନନ ରୋଡ୍‌ରେ ଥିବା ମାଲାବା ରେଷ୍ଟୁରାଣ୍ଟ ଭଳି ହୋଟେଲ ଓଡ଼ିଆ ଖାଦ୍ୟ ପରଷିବାରେ ବେଶ୍‌ ନାଁ କରିଛି।
ତାରକା ହୋଟେଲରେ ପଖାଳ କ୍ରେଜ୍‌….
ସହରବାସୀଙ୍କ ପଖାଳ ଖାଇବାର କ୍ରେଜ୍‌ ଦିନକୁ ଦିନ ବଢିଚାଲିଛି। ୨୦୧୧ରେ ପଖାଳ ଦିବସ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢ଼ିଙ୍କ ସହ ଅନ୍ୟାନ୍ୟ ବର୍ଗର ଲୋକ ମଧ୍ୟରେ ପଖାଳ ଖାଇବାର କ୍ରେଜ୍‌ ଅଧିକ ଦେଖୁବାକୁ ମିଳୁଛି। ସ୍ବସ୍ତି ପ୍ରିମିୟମ୍‌, ମେ’ ଫେୟାର, ହୋଟେଲ୍‌ କ୍ରାଉନ୍‌, କ୍ରିଷ୍ଟଲ୍‌ କ୍ରାଉନ୍‌, କଳିଙ୍ଗ ଅଶୋକ, ପ୍ରାଚୀ ଭଳି ତାରକା ହୋଟେଲ ଖରାଦିନ ପାଇଁ ସ୍ବତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି। ଏପରି କି ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି।
ପାନ୍ଥନିବାସରେ
ଦହିଛୁଙ୍କ ପଖାଳ…
ଓଡ଼ିଶାର ସମୃଦ୍ଧ ରୋଷେଇ ପରମ୍ପରା ଓ ପାରମ୍ପରିକ ଖାଦ୍ୟ ଶୈଳୀର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇଦିନିଆ ‘ପଖାଳ ପର୍ବ’ ପାଳନ ହେଉଛି। ଏଥିରେ ଦହିଛୁଙ୍କ ପଖାଳ, ଭୁର୍ସଙ୍ଗପତ୍ର, ଧନିଆ, ପୋଦିନା ସହ ଜିରା ଛୁଙ୍କ ହୋଇ ଜିରା ପଖାଳ ପ୍ରସ୍ତୁତ ହେଉଛି। ଦହି ପଖାଳର ଲୋକପ୍ରିୟତା ସବୁଠାରୁ ଅଧିକ ରହୁଛି। ଏଥିରେ ଅନ୍ୟ ଆଇଟମ୍‌ରେ ସାଦାରେ ବଡିଚୂରା,ଆଳୁ ଭର୍‌ତା, ଟମାଟୋ ଚଟଣି, ଆଚାର, ଶାଗଭଜା ରହୁଥିବା ବେଳେ ଆମିିଷରେ ମାଛଭଜା ଓ ଚିକେନ୍‌ ପକୋଡ଼ା ରହିଛି।

ସ୍ବାସ୍ଥ୍ୟୋପକାରୀ ପଖାଳ

ପଖାଳରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଆମ ଦେଶରେ ଏହା ଏକ ଅତି ପ୍ରିୟ ଖାଦ୍ୟ। ତେବେ ଏଥିରେ କ’ଣ କ’ଣ ଉପକାରୀ ଗୁଣ ରହିଛି ସେ ବିଷୟରେ ପୁଷ୍ଟିବିଜ୍ଞାନୀ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ”ପଖାଳର ଜଳ ଅଂଶକୁ କୁହାଯାଏ ତୋରାଣି। ତୋରାଣି ପରିପାକ ତନ୍ତ୍ର ବା ପେଟ ପାଇଁ ବେଶ୍‌ ଉପକାରୀ। ଆମର ପାରମ୍ପରିକ ଖାଦ୍ୟ ପଖାଳ ଅନ୍ତନଳୀକୁ ସୁସ୍ଥ ରଖେ ଏବଂ ଶରୀରକୁ ଲୌହ ଯୋଗାଇଦିଏ। ବିଶେଷଭାବରେ ପଖାଳ ଗର୍ଭବତୀ ଏବଂ ଆମିନିଆ ରୋଗୀଙ୍କ ପାଇଁ ଖୁବ୍‌ ହିତକର। ଭାତକୁ ରାତି ସାରା ପାଣିରେ ଭିଜେଇ ରଖିବା ଦ୍ୱାରା ତାହା ପ୍ରାକୃତିକ ଉପାୟରେ ଫରମେଣ୍ଟେଡ ହୋଇଯାଏ। ତୋରାଣିରେ ବୃଦ୍ଧିପାଏ ଲାକ୍ଟିକ ଏସିଡ ବ୍ୟାକ୍ଟେରିଆ। ଏହି ବ୍ୟାକ୍ଟେରିଆ ପରିପାକତନ୍ତ୍ରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାବ୍ୟତୀତ ମାଟିହାଣ୍ଡିରେ ପ୍ରସ୍ତୁତ ପଖାଳ ମଧ୍ୟ ବେଶ୍‌ ଉପକାରୀ। ମାଟିପାତ୍ର ଛିଦ୍ରଯୁକ୍ତ ହୋଇଥିବାରୁ ବାୟୁ ଚଳାଚଳରେ ସୁବିଧା ହୁଏ ଏବଂ ବେଶି ଅକ୍ସିଜେନ ସଂସ୍ପର୍ଶରେ ଆସୁ ନ ଥିବାରୁ ଲାକ୍ଟୋବାସିଲଙ୍କ ସଂଖ୍ୟା ବୃଦ୍ଧିରେ ବ୍ୟାହତ ହୁଏ ନାହିଁ। ମାଟିପାତ୍ର ଯୋଗୁଁ ପଖାଳର ତାପମାତ୍ରା ୨୫-୩୫ ଡିଗ୍ରୀ ସେଲସିୟସ ରହିଥାଏ। ଅନ୍ୟପକ୍ଷରେ ମାଟିହାଣ୍ଡିରେ ଭାତରୁ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଟ୍ରେସ ଏଲିମେଣ୍ଟ ବା ସୂକ୍ଷ୍ମ ଧାତୁସାର ବାହାରିବା ପ୍ରକ୍ରିୟାରେ ସହାୟକ ହୋଇଥାଏ। ତୋରାଣି ଶରୀରରେ ଜଳୀୟ ଅଂଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ପଖାଳରେ ଥିବା ଲୁଣ ଶରୀରରୁ ଝାଳରେ ବାହାରି ଯାଉଥିବା ଲୁଣ ପରିମାଣକୁ ସନ୍ତୁଳିତ ରଖିଥାଏ। ଶାଗପଖାଳ ଖାଇଲେ ଶାଗରୁ ମିଳିଯାଏ ଅତିରିକ୍ତ ଲୌହ, ଭିଟାମିନ୍‌-ଏ, କ୍ୟାଲସିୟମ, ଫଲିକ୍‌ ଏସିଡ ଏବଂ ଭିଟାମିନ୍‌-ସି।

ରିପୋର୍ଟ: ସୌମ୍ୟରଞ୍ଜନ ରାଉତ

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ଅସହଯୋଗରୁ ବଢୁଛି ଚାଷୀଙ୍କ ଚିନ୍ତା: ଧାନବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୦।୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ଚାରିତରଫ ସମବାୟ ସମିତି ମଣ୍ଡିରେ ୮ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି l ମିଲରଙ୍କ ଅସହଯୋଗରୁ ଏହି ଧାନ ପଡ଼ି…

ଶସ୍ତା ହୋଇଯିବ ତେଲ: ଯୁଦ୍ଧ ମଧ୍ୟରେ ସାରା ବିଶ୍ୱକୁ ମିଳିବ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୦।୩: ସାଧାରଣ ଜନତାଙ୍କୁ ଖୁବ୍‌ଶୀଘ୍ର ମିଳିବ ବଡ଼ ଆଶ୍ୱସ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଖୁବ ଶୀଘ୍ର ହ୍ରାସ ପାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଖୁବ…

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri