ଜିରାର ଉପକାରିତା

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍‌ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍‌ ଆରାମ ମିଳିଥାଏ। କେବଳ କଞ୍ଚା ଜିରା କାହିଁକି ଭଜା ଜିରାର ଗୁଣ୍ଡକୁ ବି ସେବନ କଲେ ଅନେକ ଉପକାର ମିଳେ। ଯଦି ଥଣ୍ଡା ହୋଇ ବାରମ୍ବାର ଛିଙ୍କ ହେଉଥାଏ, ତା’ହେଲେ ଜିରା ଗୁଣ୍ଡକୁ ଏକ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ଛିଙ୍କ ବନ୍ଦ ହୋଇଯାଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ସେହିପରି ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଉଥିଲେ ଭଜା ଜିରାର ଗୁଣ୍ଡକୁ କିଛି ଦିନ ସେବନ କଲେ ଅନେକ ଉପକାର ମିଳେ; କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟର କିଛି ଗୁଣ ରହିଛି। ମୁଣ୍ଡବିନ୍ଧା ହେଉଥିଲେ ଜିରା ଗୁଣ୍ଡରେ କିଛି ମିସିରି ମିଶାଇ ଖାଇଲେ ବି ଅନେକାଂଶରେ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଚୁଟି ଝଡୁଥିଲେ କିମ୍ବା କୃମି ହେଉଥିଲେ ଅଥବା ଶରୀରରେ ରକ୍ତର ପରିମାଣ କମ୍‌ ଥିଲେ ଜିରା ଗୁଣ୍ଡକୁ ସେବନ କରିବା ବି ଶରୀରକୁ ଅନେକ ଫାଇଦା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଏହି ଚେୟାର୍‌

ଆରାମ ଦେବା ସହ ଘରର ଲୁକ୍‌ ବି ବଦଳାଇପାରେ ଚେୟାର୍‌ । ତେବେ ଆମେ ଏଠାରେ ଯେଉଁ ଚେୟାର୍‌ କଥା କହୁଛୁ ସେଗୁଡ଼ିକର ଡିଜାଇନ୍‌ ବହୁତ...

ଶୁକ୍ର ଗ୍ରହ ଅଭିଯାନ

ଶୁକ୍ର ହେଉଛି ସୂର୍ଯ୍ୟଠାରୁ ଦୂରତାକ୍ରମରେ ସୌରଜଗତର ଦ୍ୱିତୀୟ ଗ୍ରହ ଏବଂ ଆମ ପୃଥିବୀର ଅନ୍ୟତମ ପଡ଼ୋଶୀ ଗ୍ରହ। ‘କୁଆଁତାରା’ ଭାବେ ଜଣା ଏହି ଗ୍ରହ ପୃଥିବୀବାସୀଙ୍କୁ...

ବ୍ୟୁଟି ମାସ୍କ

ବ୍ୟୁଟି ଟ୍ରିଟ୍‌ମେଣ୍ଟ ବି ହେବ ଆଉ ସୋସିଆଲ ଡିଷ୍ଟାନ୍ସକୁ ପାଳନ କରିହେବ। ସେଥିପାଇଁ ତିଆରି କରାଯାଇଛି ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ। ଗ୍ରହକମାନଙ୍କ ପାଇଁ ଏଭଳି...

ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି,...

ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା...

ହୋଲିରେ କ’ଣ କଲେ ଶୁଭ…

ରଙ୍ଗର ପର୍ବ ହୋଲିକୁ ଆହୁରି ଆନନ୍ଦମୟ କରିବା ପାଇଁ ଯଦି ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ପାଳନ କରାଯାଏ; ତା’ହେଲେ ଅନେକ ଶୁଭଫଳ ମିଳିଥାଏ ବୋଲି...

ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡ

ରାସ୍ତାରେ ଗଲାବେଳେ ଯଦି କାହାକୁ ଦୁଇ ପାଦରେ ଭିନ୍ନ ଭିନ୍ନ ପ୍ରକାରର ସୁଜ୍‌ ତଥା ସ୍ୟାଣ୍ଡେଲ ପିନ୍ଧିଥିବା ଦେଖନ୍ତି ତେବେ ତାଙ୍କ କାନରେ ଫୁସ୍‌ ଫୁସ୍‌...

ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି...

Advertisement
Archives

Model This Week