Posted inଜାତୀୟ

ଦେଶରେ ପାଞ୍ଚ କୋଟିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ: ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୧,୫୦୧ କୋଟି…

ନୂଆଦିଲ୍ଲୀ,୧।୬ : ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପାଞ୍ଚ କୋଟି ଲୋକ ଆୟୁଷ୍ମାନ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସେମାନେ ମାଗଣା ଚିକିତ୍ସା ସେବା ପାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏହି ଲୋକଙ୍କ ଚିକିତ୍ସା ପାଇଁ ସରକାର ୬୧,୫୦୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ କହିଛନ୍ତି ଏପର୍ଯ୍ୟନ୍ତ ୨୩.୩୯ କୋଟି ହିତାଧିକାରୀ ଏହି ଯୋଜନା ସହିତ ସଂଯୁକ୍ତ ଅଛନ୍ତି। ଏହି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀମାନେ ଦେଶର ୨୮,୩୫୧ ହସ୍ପିଟାଲରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବାର ସୁବିଧା ପାଇପାରୁଛନ୍ତି।

କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ଯୋଜନାର ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ୯.୨୮ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ୨୦୨୨ ମସିହାରେ ୧.୬୫ କୋଟି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଯୋଜନା ଦିଲ୍ଲୀ, ଓଡିଶା ଏବଂ ପଶ୍ଚିମବଙ୍ଗ ବ୍ୟତୀତ ୩୩ ଟି ରାଜ୍ୟରେ ପ୍ରଯୁଜ୍ୟ। ଗତ ବର୍ଷ ୨୦୨୨-୨୩ ମସିହାରେ ୫୬ ପ୍ରତିଶତ ଲୋକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ୪୪ ପ୍ରତିଶତ ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୭ ଟି ବିଭିନ୍ନ ବିଶେଷତ୍ୱ ଅନ୍ତର୍ଗତ ଲୋକମାନଙ୍କ ପାଇଁ ମୋଟ ୧,୯୪୯ ପ୍ରକାରର ଚିକିତ୍ସା ଉପଲବ୍ଧ। ଯେଉଁଥିରେ କର୍କଟ, ଜରୁରୀକାଳୀନ ଚିକିତ୍ସା, ଅର୍ଥୋପେଡିକ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ...

ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ, ବଢ଼ାଗଲା ସୁରକ୍ଷା

ପାଟନା,୧୮।୬: ବିହାରର ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହାପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ତେବେ ଇମେଳ୍‌ ଜରିଆରେ ଧମକ ମିଳିଥିବା...

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ୧୨ କୋଟି ବିନିମୟରେ ନିର୍ମାଣ ହୋଇଥିବା ବ୍ରିଜ୍‌

ପାଟନା,୧୮।୬: ବିହାରର ଅରାରିଆ ଜିଲାର ଆଉ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡ଼ିଛି। ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରିବା ପାଇଁ ଏହି ସେତୁ...

କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କଲେ ମୋଦି: କୃଷକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ବାରାଣସୀ,୧୮।୬: ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗ୍ରସ୍ତ କରିଛନ୍ତି। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି...

ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ 

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍‌ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌-କିଶାନ ଯୋଜନାର ୧୭ତମ କିସ୍ତି...

ନିଟ୍‌ କେଳେଙ୍କାରୀ ଭିତରେ ଆଉ ଏକ ଘଟଣା, MBBS ସିଟ ପାଇଁ ଦେଲେ ୧୬.୩୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୮।୬: ଡାକ୍ତରୀପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ନିଟ ପରୀକ୍ଷା କେଳେଙ୍କାରୀ ମାମଲା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି। ଏସବୁ ଭିତରେ ମେଡିକାଲ ପାଠ୍ୟକ୍ରମକୁ...

ଭାଜପା ଏମ୍‌ପିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅଧଘଣ୍ଚା ଧରି ଚାଲିଲା ଆଲୋଚନା

କୋଲକାତା, ୧୮।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାରତୀୟ ଜନତା ଦଳର ଏମ୍‌ପି ଅନନ୍ତ ମହାରାଜ ଓରଫ୍‌ ନାଗେନ୍‌ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ...

ଇଣ୍ଡିମେଣ୍ଟର ବଡ଼ ବଡ଼ ନେତାଙ୍କୁ ଚିଠି ଲେଖିଲେ ଶ଼୍ବାତୀ

ନୂଆଦିଲ୍ଲୀ, ୧୮।୬: ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ଏମ୍‌ପି ଶ଼୍ବାତୀ ମାଲୱଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri