ହତାଶ ହେଉଛନ୍ତି ହିତାଧିକାରୀ

ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୬ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷକରି ଡିଲରଙ୍କଠାରୁ ଗହମ ଆଣୁଥିବା ହିତାଧିକାରୀମାନେ ଏକପ୍ରକାର ହତାଶ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାର ରୁଟି ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ସମ୍ପୃକ୍ତ ହିତାଧିକାରୀମାନେ ଅସହାୟ ହୋଇପଡ଼ିଛନ୍ତି। ଖୋଲା ବଜାରରୁ ଅଧିକ ଦର ଦେଇ ଗହମ କିମ୍ବା ଅଟା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ୩ ବେଳା ଭାତ ଖାଉଥିବା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଅନେକ ହିତାଧିକାରୀ ପ୍ରକାଶ କରିଛନ୍ତି। ଏପରି କି ପରିବାରରେ ଥିବା ମଧୁମେହ ରୋଗୀଙ୍କୁ ମଧ୍ୟ ଭାତ ଖାଇବାକୁ ପଡ଼ୁଥିବା ହିତାଧିକାରୀମାନେ କ୍ଷୋଭର ସହ କହିଛନ୍ତି।
ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ବ୍ଲକରେ ୨୨ ହଜାର ୭୪୮ ରାଶନକାର୍ଡଧାରୀ ରହିଛନ୍ତି। ଅନ୍ତ୍ୟୋଦୟ ଯୋଜନାରେ ୩୧୪୮ ହିତାଧିକାରୀ ଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ୭୩୬ ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ଏନ୍‌ଏସିରେ ୨୦୬୨ ରାଶନ, ୪୧୨ ଅନ୍ତ୍ୟୋଦୟ, ୩୨ ଜଣ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି। ପୂର୍ବରୁ ପ୍ରତି ମାସରେ ଏମାନଙ୍କୁ ୩ ହଜାର ୪୦୭ କୁଇଣ୍ଟାଲ ଚାଉଳ, ୭୯୨ କୁଇଣ୍ଟାଲ ୪୮ କିଲୋ ଗହମ ପ୍ରଦାନ କରାଯାଉଥିଲା। ହେଲେ ଗତ ଜାନୁୟାରୀ ମାସରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ୪୧୧୯ କୁଇଣ୍ଟାଲ ଚାଉଳ ଯୋଗାଣ ହେଉଛି। କିନ୍ତୁ ସରକାରଙ୍କ ଏପରି ପଦକ୍ଷେପକୁ ଗହମ ନେଉଥିବା ରାଶନକାର୍ଡଧାରୀମାନେ ନାପସନ୍ଦ କରିଛନ୍ତି। ଏହି ସରକାରୀ ଗହମ ଯୋଗୁ ବହୁ ବୃଦ୍ଧାବୃଦ୍ଧ, ଶିଶୁ ଉପକୃତ ହେଉଥିଲେ। ଆଠମଲ୍ଲିକ ବ୍ଲକରେ ଥିବା ୨ହଜାର ମଧୁମେହ ରୋଗୀ ରୁଟି ଖାଇପାରୁଥିଲେ। କିନ୍ତୁ ସରକାର ଗହମ ଯୋଗାଇ ଦେଉ ନ ଥିବାରୁ ଏବେ ସେମାନଙ୍କୁ ଭାତ ଖାଇବାକୁ ପଡ଼ୁଛି। କାରଣ ଖୋଲା ବଜାରରେ ଗହମ କିଲୋ ୪୦ ଟଙ୍କା ଓ ଅଟା ୪୫ ଟଙ୍କାରେ ବିକ୍ରି ହେଉଥିବାରୁ ଗରିବ ଲୋକେ ତାହା କିଣିପାରୁ ନାହାନ୍ତି। ଆଗକୁ ବର୍ଷାଦିନ ଆସୁଥିବାରୁ ଏପରି ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ଥିବାରୁ ସରକାର ଯଥାଶୀଘ୍ର ରାଶନକାର୍ଡ ମାଧ୍ୟମରେ ପୁଣି ଗହମ ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଯୋଗାଣ ଅଧିକାରୀ ଶିଭାଶିଷ ଜେନା କହିଛନ୍ତି, ସରକାର ଆଲର୍ଟମେଣ୍ଟ ଦେଲେ ଆମେ ହିତାଧିକାରୀଙ୍କୁ ଗହମ ଯୋଗାଇ ଦେବୁ।

ଚଳଣିରେ ଅସୁବିଧା ହେଉଛି
ସରକାର ରାଶନକାର୍ଡଧାରୀଙ୍କ ପାଇଁ କେବଳ ଚାଉଳ ଯୋଗାଇ ଦେଉଥିବା ଡିଲରମାନେ କହୁଛନ୍ତି। ତେଣୁ ଗହମ ପରିବର୍ତ୍ତେ କେବଳ ଚାଉଳ ମିଳୁଥିବାରୁ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ପୂର୍ବଭଳି ଗହମ ଯୋଗାଇ ଦିଆଗଲେ ଭଲ ହୁଅନ୍ତା।
-ରଞ୍ଜନ ବେହେରା, ରାଶନକାର୍ଡଧାରୀ

ବଜାରରୁ ଅଧିକ ଦାମ ଦେଇ କିଣିହେଉନି
ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆଉ ଦିଆଯାଉ ନ ଥିବାରୁ ବୟସ୍କ ବ୍ୟକ୍ତି ଓ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଲାଣି। ଖୁଚୁରା ବଜାରରେ ଗହମ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିଲା ବେଳେ ଦାମ ମଧ୍ୟ ଅଧିକ। ସରକାର ଏ ଦିଗରେ ବିଚାର କରନ୍ତୁ।
-ହୃଦାନନ୍ଦ ସାହୁ, ରାଶନକାର୍ଡଧାରୀ

କ୍ଷତି ସହୁଛନ୍ତି ଅଟାକଳ ମାଲିକ
ରାଶନକାର୍ଡଧାରୀଙ୍କୁ କିଛି ମାସ ହେବ ଆଉ ଗହମ ମିଳୁନାହିଁ। ଫଳରେ ସେମାନେ ଗହମ ପେଷିବାକୁ ଆଉ ଅଟାକଳକୁ ଆସୁନାହାନ୍ତି। ଏହାର ପ୍ରଭାବ ଅଟାକଳ ଉପରେ ପଡ଼ୁଛି। ଗ୍ରାମାଞ୍ଚଳରେ ଥିବା ଅଟା କଳ ମାଲିକମାନେ କ୍ଷତି ସହୁଛନ୍ତି।
-ମହାଦେବଲାଲ ଗୋଦୁକା, ଅଟାକଳ ମାଲିକ

ସମସ୍ୟାରେ ପଡ଼ୁଛନ୍ତି ହିତାଧିକାରୀ
ସରକାର ରାଶନକାର୍ଡଧାରୀଙ୍କୁ ଗହମ ଯୋଗାଣ ବନ୍ଦ କରିଦେଇଥିବାରୁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲା ବଜାରରୁ ଗହମ କିଣି ପରିବାରର ଆବଶ୍ୟକତା ପୂରଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୁନଃ ଗହମ ଯୋଗାଣ କରାଗଲେ ରାଶନକାର୍ଡଧାରୀମାନେ ଉପକୃତ ହେବେ।
-ଚିତ୍ତରଞ୍ଜନ କର୍ଣ୍ଣ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri