ମାଗଣା ବିଜୁଳି ଯୋଜନାରେ ଲାଭବାନ ହେବେ ହିତାଧିକାରୀ, ଉଦ୍‌ଘାଟନ କରି…

କେସିଙ୍ଗା,୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲଓ୍ବେ ଗେଟ୍‌ ନିକଟରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ବୁଧବାର ଉଦ୍‌ଘାଟନ ହୋଇଯାଇଛି। ସମଗ୍ର କେସିଙ୍ଗା ତଥା କଳାହାଣ୍ଡି ଜିଲାର ୧୩ଟି ବ୍ଲକର ସମସ୍ତ ହିତାଧିକାରୀ ମାଗଣାରେ କିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଲାଭବାନ ହେବେ, ସେଥିପାଇଁ ଡାଇରେକ୍ଟର ଅର୍ପଣ କୁମାର ଦାଶ ନାଏକ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ପରିପ୍ରେକ୍ଷୀରେ ଏକ ନୂତନ କାର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟନ ହୋଇଛି। ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣାରେ ବିଜୁଳି ଯୋଜନା ଅଧୀନରେ ପାଓ୍ବାର ଟେଚ୍‌ ସୋଲାର ପକ୍ଷରୁ ଘର ଛାତରେ ସୋଲାର ଲଗାଇ ବିଦ୍ୟୁତ ବିଲ୍‌ରେ ରିହାତି ପାଇବା ପାଇ ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ କେସିଙ୍ଗା ସହରସ୍ଥିତ ରେଲଓ୍ବେ ମୁଖ୍ୟ ଅଣ୍ଡର ବ୍ରିଜ୍‌ ନିକଟରେ ଶୁଭ ଉଦଘାଟନ ହୋଇ ଯାଇଛି। ହିତାଧିକାରୀମାନେ ଆବଶ୍ୟକୀୟ କାଗଜପତ୍ର ପାଓ୍ବାର ଟେଚ୍‌ ସୋଲାର କାର୍ଯ୍ୟାଳୟରେ ଦାଖଲ କରି ଦୁଇରୁ ୩ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣାରେ ବିଜୁଳି ପାଇ ପାରିବେ। ସେଥିପାଇଁ ପାଓ୍ବାର ଟେଚ୍‌ ସୋଲାର ନୂତନ କର୍ମକର୍ତ୍ତା ସହ ନୂତନ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ଏରିଆ ମ୍ୟାନେଜର ପ୍ରକାଶ କରିଛନ୍ତି। ହିତାଧିକାରୀମାନେ ବ୍ୟାଙ୍କ ଦ୍ୱାରା ଋଣ କରି ଏହି ଆବାସିକ ଘର ସବ୍‌ସିଡି ଯୋଜନା ଲାଭବାନ ପାଇଁ ପାରିବେ ବୋଲି ଏରିଆ ମ୍ୟାନେଜର ରିତିକ୍‌ ପ୍ରସନ୍ନ ବାଗ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share