ଏମ୍‌ଜିଏନ୍‌ଇଆରଇଜିଏସ୍‌ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ ପଡ଼ିଛି ହିତାଧିକାରୀଙ୍କୁ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି କେହି ନ ଶୁଣିବା ପରେ ଏବେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ, ଉକ୍ତ ଯୋଜନାରେ ଗାଈ ଗୁହାଳ ଗୃହ ନିର୍ମାଣ ସହ ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା। ଏଥିଲାଗି ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଥିବା ବେଳେ ସିମେଣ୍ଟ କଂକ୍ରିଟ୍‌ ପାଇଁ ପଥର, ମେଟାଲ,ବାଲି, ସିମେଣ୍ଟ, ଲୁହାଛଡ଼ ବାବଦକୁ ଖର୍ଚ୍ଚର ପ୍ରାପ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଦିଆଯାଇନାହିଁ। ଫଳରେ ହିତାଧିକାରୀ ସାହୁକାରମାନଙ୍କ ଠାରୁ ବକେୟା ଆଣିଥିବା ମେଟେରିଆଲର ଅର୍ଥ ଶୁଝି ନ ପାରି ଋ଼ଣଗ୍ରସ୍ତ ହୋଇଛନ୍ତି। ପ୍ରଶାସନ ତାଙ୍କ ଦାବି ୪ତାରିଖ ମଧ୍ୟରେ ନ ଶୁଣିଲେ ଆମରଣ ଅନଶନରେ ବସିବାକୁ ହିତାଧିକାରୀ ଚେତାବନୀ ଦେଇଥିଲେ। ଏହି ଅନଶନରେ ହିତାଧିକାରୀ ରଞ୍ଜନ ଦିଗାଳଙ୍କ ସମେତ ପରମେଶ୍ୱର ପ୍ରଧାନ, ନଟବର ପ୍ରଧାନ, କେ.ଆମୋଦ ନାୟକ, ପ୍ରକାଶ ପ୍ରଧାନ, ମାଥ୍ୟୁ ମଲିକ, ସୁକାନ୍ତ ପ୍ରଧାନ, ଅମରେନ୍ଦ୍ର ପ୍ରଧାନଣ୍ଟୁ ଦିଗାଳ,ପୀତାମ୍ବର ମାଝି, ନାଦୁ କହଁର ପ୍ରମୁଖ ଧାରଣାରେ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ...

ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି...

ଆସିକା ମହୋତ୍ସବ ଉଦ୍‌ଯାପିତ

ଆସିକା,୧୬ା୧(ଡି.ଏନ୍‌.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା...

ଡିଏସ୍‌ଡବ୍ଲ୍ୟୁଓ ନିଲମ୍ବିତ

ମାଲକାନଗିରି, ୧୫ା୧(ସ୍ବ.ପ୍ର.): ମାଲକାନଗିରି ଡିଏସ୍‌ଡବ୍ଲ୍ୟୁଓଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅନିୟମିତତା, ମାଲକାନଗିରି ସିଡିପିଓ ବିପୁଳା ସରକାରଙ୍କୁ ପଦୋନ୍ନତିରେ ସହଯୋଗ କରିବାରେ ସମ୍ପୃକ୍ତ ଥିବା ଦର୍ଶାଇ...

କଟକଣା ମାନୁନାହାନ୍ତି ଭାରିଯାନ: ଗାଡ଼ି ଅଟକାଇ ପ୍ରତିବାଦ

ଭୁବନ, ୧୬।୧୧(ଡି.ଏନ୍‌.ଏ.) – ଭୁବନ ଏନ୍‌ଏସି ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଭାରିଯାନ ଚଳାଚଳକୁ ନେଇ ଲାଗି ରହିଥିବା ଅସନ୍ତୋଷ ଦିନକୁ ଦିନ ତୀବ୍ର...

ହକ୍‌ ପାଇଁ ୧୪ ବର୍ଷର ଲଢ଼େଇ

ପରଜଙ୍ଗ, ୧୩।୭(ଡି.ଏନ.ଏ.)  ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ...

ଶ୍ରୀତମ୍‌ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍‌ପୁର ଅଞ୍ଚଳର ଶ୍ରୀତମ୍‌ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି।...

ସଂସ୍କାର ପାଇଁ ଯାଉଥିବା ମୃତଦେହ ଜବତ କଲା ପୋଲିସ

ପାଟପୁର,୨୭ା୫- ପାଟପୁର ପୋଲିସ ବୁଧବାର ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ୱାର ଯାଉଥିବା ମୃତଦେହକୁ ଜବତ କରିଛି। ମୃତଦେହ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ...

Advertisement
Archives

Model This Week