ଭୂମିହୀନ ବୋଲି ମିଳିଥିବା ଜାଗା ଜବରଦଖଲ ଅଧୀନରେ, ଏବେ ଘର ନିର୍ମାଣକୁ ନେଇ ଦ୍ୱନ୍ଦ୍ୱରେ ଅନ୍ତୋଦୟ ହିତାଧିକାରୀ

ଖଜୁରୀପଡ଼ା,୧୨।୧୧(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତର ଚାରିପଡା ଗ୍ରାମରେ ରହୁଥିବା ଭୂମିହୀନ ବିଧବା ମହିଳା ଗୋଲାପ ରଣାକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ତୋଦ୍ୟାୟ ଗୃହ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବା ପାଇଁ ସମିତି ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ହେଲେ ସେ ଜଣେ ଅସହାୟ ବିଧବା ଗରିବ ମହିଳା ହୋଇଥିବାରୁ ଜାଗା ସମସ୍ୟା ଦେଇ ଗତି କରୁଛନ୍ତି।
ଗୋଲାପ ରଣାଙ୍କ ଅଭିଯୋଗ ଅନୁଯାୟୀ ଆଜିକୁ କିଛି ବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଗଲା ପରେ ଦୁଇ ଝିଅକୁ ଧରି ଦୁଃଖ କଷ୍ଟରେ ପରିବାର ଚଳୁଥିଲା । ତାଙ୍କର କୌଣସି ଜାଗା ଘରଡିହ ନ ଥିବାରୁ ଭୂମିହୀନରେ ସରକାରୀ ଜାଗା ପାଇଁ ଆବେଦନ କରିଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ୫ ଜାନୁଆରୀ ୨୦୨୩ ମସିହାରେ ଖଜୁରୀପଡ଼ା ସୁରଦେଇ ମୌଜାର ଖାତା ନଂ ୭୧୪/୯୦ର ପ୍ଲଟ ନଂ ୧୩୬୨/୨୭୦୩ ଉପରେ ୧୬ ଆର୍‌ ଘରବାରି ଜାଗାର ପଟ୍ଟା ତହସିଲଦାର ପ୍ରଦାନ କରିଥିଲେ। ସେହି ଜାଗାରେ ସରକାର ଦେଇଥିବା ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ କରିବା ପାଇଁ ଯିବାରୁ ସେହି ଗାଁର ଜଣେ ବ୍ୟକ୍ତି ଏଇଟା ମୋର ଜାଗା ବୋଲି କହି ଗଣ୍ଡଗୋଳ କରିବା ସହିତ ଏହି ଜାଗାକୁ ପ୍ରବେଶ କରିବୁ ନାହିଁ ବୋଲି ମନା କରିଛନ୍ତି। ଫଳରେ ଏହି ସମସ୍ୟାକୁ ନେଇ ତହସିଲଦାର,ଉପ ଜିଲାପାଳ ,ଜିଲାପାଳ ,ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଖଜୁରୀପଡ଼ା ଥାନାରେ ମଧ୍ୟ ଏ ନେଇ ଏତଲା ଦେଇଛନ୍ତି । ଥାନାରେ ୨୫୦/୨୫ ମାମଲା ରୁଜୁ ହୋଇଛି । ତଥାପି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି କହିଛନ୍ତି।
ଜାଗା ସମସ୍ୟା ନେଇ ସମସ୍ତ ସରକାରୀ ଅଧିକାରୀଙ୍କୁ ଜଣାଇବା ପରେ ଏବେ ହତାଶ ହୋଇଛନ୍ତି । କିପରି ଭାବେ ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ କରିବେ ସେ ନେଇ ଚିନ୍ତାରେ ରହୁଛନ୍ତି ଗୋଲାପ ରଣା । ଏ ନେଇ ତହସିଲଦାର ଶୁଭଶ୍ରୀ ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ସେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଥାନାରେ ଅଭିଯୋଗ କଲେ ଉଭୟ ପକ୍ଷକୁ ଡାକି ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କହିଛନ୍ତି।
ଘର ନିର୍ମାଣ ସମସ୍ୟାକୁ ନେଇ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ସେ ଏହି ସମସ୍ୟା ଉପରେ ଅଭିଯୋଗ କରିଥିଲେ। ଏହା ଜାଗା ସମସ୍ୟା , ଜାଗା ସମସ୍ୟା ସମାଧାନ କରି ଘର ନିର୍ମାଣ କରି ପାରିବେ ।

ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜାଗା ସମସ୍ୟାର ସମାଧାନ କଲେ ଜଣେ ଅସହାୟ ଗରିବ ବିଧବା ମହିଳା ଘର ଖଣ୍ଡେ ନିର୍ମାଣ କରି ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଖୁସିରେ ରହି ପାରିବ। ନଚେତ ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ ନ କରି ପାରି ହଇରାଣ ହେବ । ତେଣୁ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ବ୍ଲକ କଂଗ୍ରେସ ଦାବି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri