ଠିକ୍‌ ସମୟରେ ସାମଗ୍ରୀ ପାଉନାହାନ୍ତି ହିତାଧିକାରୀ

ନାଉଗାଁ,୬ା୪(ସ୍ବ.ପ୍ର.): ରାଶନ କାର୍ଡ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ଢ଼େହାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀଙ୍କୁ ୫ କିଲୋ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। କିନ୍ତୁ ନାଉଗାଁ ବ୍ଲକର ହିତାଧିକାରୀ ଏହି ଯୋଜନାରେ ଠିକ୍‌ ସମୟରେ ଖାଦ୍ୟ ସାମଗ୍ରୀ ପାଇ ପାରୁନାହାନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ଲକରେ ସମୁଦାୟ ୧୬ ହଜାର ୭ଶହ ୮୨ଟି ରାଶନ କାର୍ଡ ରହିଛି। ସେଥିମଧ୍ୟରୁ ଅନ୍ତ୍ୟୋଦୟ ଯୋଜନାରେ ୨ ହଜାର ୧ ଶହ ୫୪ କାର୍ଡ ରହିଥିବା ବେଳେ ପିଏଚ୍‌ଏଚ୍‌ରେ ୧୪ ହଜାର ୬ଶହ ୨୮ କାର୍ଡ ରହିଛି। ଉକ୍ତ କାର୍ଡରେ ସମୁଦାୟ ୬୧ ହଜାର ୫ଶହ ୮୬ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଏ ସମସ୍ତ ହିତାଧିକାରୀଙ୍କ ପାଇଁ ୨୫ ହଜାର କୁଇଣ୍ଟାଲ ଚାଉଳ, ୯ଶହ ୪୯ କୁଇଣ୍ଟାଲ ଗହମ ପ୍ରଦାନ କରାଯାଉଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାର ଠିକ୍‌ ସମୟରେ ଡିଲରଙ୍କୁ ଏହା ପ୍ରଦାନ କରୁ ନ ଥିବାରୁ ହିତାଧିକାରୀ ଅସୁବିଧାରେ ପଡ଼ୁଛନ୍ତି। ସମ୍ପୃକ୍ତ ଠିକାଦାର ଆରଆରସି ତରଡ଼ାପଡା ଜଗତସିଂହପୁରରୁ ଖାଦ୍ୟ ସାମଗ୍ରୀ ଆଣି ପ୍ରତ୍ୟେକ ଡିଲର କେନ୍ଦ୍ରରେ ପହଞ୍ଚାଇବାର ନିୟମ ରହିଛି। କିନ୍ତୁ ବ୍ଲକରେ ଥିବା ୨୮ ଡିଲର ପଏଣ୍ଟରେ ଠିକ୍‌ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚତ୍ ପାରୁନାହିଁ ବୋଲି କେତେଜଣ ଡିଲର ନାମ ଗୋପନ ରଖି ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ପ୍ରଦାନ କରାଯାଉଥିବା ଚାଉଳ ଓ ଗହମର ଓଜନ ମଧ୍ୟ ଠିକ୍‌ ରହୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସାରା ଦେଶରେ ଓ୍ବାନ ନେଶନ କାର୍ଡ ପ୍ରଚଳିତ ହେବା ପରଠାରୁ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ୨ଟି ପର୍ଯ୍ୟାୟରେ ରାଶନ ସାମଗ୍ରୀ ଉଠାଇବାକୁ ନିର୍ଦ୍ଦେଶନାମା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଶତକଡା ୮୦ ଭାଗ ସାମଗ୍ରୀ ଓ ୨ୟ ପର୍ଯ୍ୟାୟରେ ଅବଶିଷ୍ଟ ୨୦ ଭାଗ ଉଠାଇ ଡିଲର କେନ୍ଦ୍ରରେ ପହଞ୍ଚାଇବ ପାଇଁ ନିୟମ ରହିଛି। କିନ୍ତୁ ନିଯୁକ୍ତ ଠିକାଦାରମାନେ ମନଇଚ୍ଛା ୪ ରୁ ୫ଟି ପର୍ଯ୍ୟାୟରେ ସାମଗ୍ରୀ ପ୍ରଦାନ କରୁଛନ୍ତି। ଫଳରେ ସାମଗ୍ରୀ ନେବା ପାଇଁ ଡିଲର କେନ୍ଦ୍ରରେ ହିତାଧିକାରୀ ଅପେକ୍ଷା କରୁଥିବାବେଳେ ଆବଶ୍ୟକ ସାମଗ୍ରୀ ରହୁ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅମିୟ ରଞ୍ଜନ ପ୍ରଧାନ କୁହନ୍ତି, ଏବିଷୟରେ ଆମେ ଅବଗତ ହେବା ପରେ ବାରମ୍ବାର ଠିକାଦାରଙ୍କୁ ଠିକ୍‌ ସମୟରେ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri