ଉପକାରୀ ଗାଜର

ଗାଜରରେ କାରୋଟିନ୍‌ ନାମକ ଏକ ଉପାଦାନ ଥିବାରୁ  ଏହା ଆମ ଆଖି ପାଇଁ ବେଶ୍‌ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ କାଟାରାକ୍ଟ ହେବାର ଆଶଙ୍କା ଅନେକାଂଶରେ ଦୂର କରିଥାଏ।
ଏଥିରେ ଭିଟାମିନ୍‌ ‘ସି’ ଭରିରହିଛି॥ ଏହା ଶରୀରରେ ଆଣ୍ଟିବଡ଼ି ଗଠନ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ନିୟମିତ ଗାଜର ଖାଇଲେ ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଏଥିପାଇଁ ଡାଇବେଟିସ୍‌, କ୍ୟାନ୍‌ସର ଆଦି ଆଶଙ୍କାରୁ କେତେକାଂଶରେ ରକ୍ଷା କରିଥାଏ।
ଦୈନନ୍ଦିନ ଖାଦ୍ୟ ତାଲିକାରେ ଗାଜରକୁ ସାମିଲ କରନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ।
ପ୍ରତିଦିନ ଖାଇଲେ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେବାର ଆଶଙ୍କା ମଧ୍ୟ ଅନେକାଂଶରେ କମ୍‌ ଥାଏ।
ପୋଟାସିୟମ୍‌ ଓ କ୍ୟାଲ୍‌ସିୟମ୍‌ର ମାତ୍ରା ଏଥିରେ ରହିଛି। ଏପରି ତତ୍ତ୍ୱ ଅସ୍ଥି ମଜ୍ଜା ଓ ଅସ୍ଥିକୁ ମଜଭୁତ ରଖିଥାଏ।
ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରିଥାଏ।
ଏଥିରେ ଥିବା ଫାଇବର ତତ୍ତ୍ୱ ଶରୀରର ଓଜନକୁ ସନ୍ତୁଳିତ ରଖିଥାଏ।
କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ।
ଏହା ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନଥାଏ।
ଗାଜର ଜୁସ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।
ଗାଜରକୁ କଞ୍ଚା ଖାଇବା ସହ ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri