Posted inଖେଳ

ବେଲ୍‌ଜିୟମ-ଜର୍ମାନୀ ମ୍ୟାଚ ଡ୍ର

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୮।୧: ଚଳିତ ହକି ବିଶ୍ୱକପରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିିୟମରେ ଅନୁଷ୍ଠିତ ବେଲଜିୟମ-ଜର୍ମାନୀ ପୁଲ୍‌ ”ବି’ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେଁ ଏଥିରୁ ଫଳାଫଳ ମିଳି ନ ଥିଲା। ମ୍ୟାଚ ଡ୍ର ରହିବାଦ୍ୱାରା ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ପୂରା ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜର୍ମାନୀର ୯ ନମ୍ବର ଖେଳାଳି ନିକ୍ଲାସ ୱେଲେନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୨ ମ୍ୟାଚରୁ ଉଭୟ ଦଳ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ବେଲଜିୟମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। +୫ ଗୋଲ ବ୍ୟବଧାନ ସହ ବେଲଜିୟମ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ +୩ ଗୋଲ ସହ ଜର୍ମାନୀ ଦ୍ୱିତୀୟରେ ରହିଛି। ତେଣୁ ଏହି ଗ୍ରୁୁପ୍‌ରୁ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯିବ ଏବଂ କେଉଁ ୨ ଦଳ କ୍ରସ୍‌ ଓଭରକୁୁ ଯିବେ ତାହା ଅନ୍ତିମ ଲିଗ୍‌ ମ୍ୟାଚପରେ ସ୍ପଷ୍ଟ ହେବ। ବେଲଜିୟମ ଏହାର ଶେଷ ଲିଗ୍‌ ମ୍ୟାଚ ୨୦ ତାରିଖରେ ଜାପାନ ସହିତ ଖେଳିବ। ସେହିଦିନ ଜର୍ମାନୀ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ୟୁରୋପର ଦୁଇ ହକି ପାୱାର ହାଉସ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ମୁକାବିଲା ସ୍ବାଭାବିକଭାବେ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା। ସ୍ପିଡ୍‌, ଷ୍ଟାମିନା ସହ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ। ଗତଥରର ଚାମ୍ପିୟନ ବେଲଜିୟମ ଏଥିରେ ସାମାନ୍ୟ ଆଗୁଆ ହୋଇ ୫ମ ମିନିଟରେ ଏକ ପେନାଲ୍ଟି କର୍ନର ହାସଲ କରି ନେଇଥିଲା। ମାତ୍ର ଜର୍ମାନୀ ଡିଫେଣ୍ଡର ଓ ଗୋଲକିପର ଆଲେକଜାଣ୍ଟର ଷ୍ଟାଡଲେର ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ତେବେ ଏହାର ୪ ମିନିଟ ପରେ ଅର୍ଥାତ୍‌ ମ୍ୟାଚର ୯ମ ମିନିଟରେ ସେଡ୍ରିକ ଚାର୍ଲେର ଏକ ଫିଲ୍ଡ ଗୋଲ ଦେଇ ବେଲଜିୟମକୁ ଅଗ୍ରଣୀ କରାଇଥିଲେ। ଜର୍ମାନୀ ରକ୍ଷଣଭାଗରେ ଥିବା ଗ୍ୟାପ୍‌ରୁ ସେଡ୍ରିକ ଫାଇଦା ନେଇଥିଲେ। ପ୍ରଥମ କ୍ୱାର୍ଟର ଶେଷ ବେଳକୁ ବେଲଜିୟମ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଜର୍ମାନୀ ଦମ୍ଦାର ପ୍ରଦର୍ଶନ କରିଥିଲା। ଆକ୍ରମଣକୁ ଜୋରଦାର କରି ବେଲଜିୟମକୁ କଡ଼ା ଟକ୍କର ଦେଇଥିଲା। ୨୨ତମ ମିନିଟରେ ବେଲଜିୟମ ଡି“ ଏରିଆର ବାମପଟ କର୍ନରରୁ ଗୋଲ ସ୍କୋର କରିିଥିଲେ ଜର୍ମାନୀର ୯ ନମ୍ବର ଖେଳାଳି ନିକ୍ଲାସ ୱେଲେନ। ବେଲଜିୟମ ଗୋଲକପର ଭିନସେଣ୍ଟ ଭାନାଶ୍ଚଙ୍କ ଗୁୁରୁତର ତ୍ରୁଟି ଯୋଗୁ ଏତେ ଦୂରରୁ ନିକ୍ଲାସ ଗୋଲ କରିବାରେ ସକ୍ଷମ ହୋଇଥିଲେ। ବେଲଜିୟମର ରକ୍ଷଣଭାଗ ମଧ୍ୟ କିଛି ସମୟ ପାଇଁ ଢିଲା ହୋଇ ଯାଇଥିଲା। ଏହା ଦଳପାଇଁ ମହଙ୍ଗା ପଡ଼ିଥିଲା। ଉଭୟ ଦଳର ଖେଳାଳିଙ୍କ ସତର୍କତା ଅବଲମ୍ବନ ଯୋଗୁୁ ଅଧିକ ପେନାଲ୍ଟି କର୍ନର ସୁଯେଯାଗ ସୃଷ୍ଟିି ହୋଇ ନ ଥିଲା। ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଜର୍ମାନୀ ଗୋଟିଏ ହେଲେ ପେନାଲ୍ଟ କର୍ନର ପାଇ ନ ଥିଲା। ୩୯ତମ ମିନିଟରେ ବେଲଜିୟମ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲେ ହେଁ ଜର୍ମାନୀ ଗୋଲକିପର ଷ୍ଟାଡଲେର ଚମତ୍କାର ଭାବେ ଏହାକୁ ସେଭ୍‌ କରି ଦେଇଥିଲେ। ଅନ୍ତିମ କ୍ୱାର୍ଟର ସ୍ବାଭାବିକଭାବେ ଉତ୍ତେଜନାପୂର୍ଣ୍ଣ ରହିଥିଲା। ୫୩ତମ ମିନିଟରେ ଡି’ ଏରିଆ ମଧ୍ୟରେ ବେଲଜିୟମ ଖେଳାଳିଙ୍କ ବିପଜ୍ଜଜନକ ଚ୍ୟାଲେଞ୍ଜ ଯୋଗୁ ଜର୍ମାନୀକୁ ଅମ୍ପାୟର ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦେଇଥିଲେ। ବେଲଜିୟମ ଖେଳାଳି ଏହାକୁୁ ବିରୋଧ କରି ରେଫରାଲ ମାଗିଥିଲେ ହେଁ ତାହା ନାକଚ ହୋଇ ଯାଇଥିଲା। ଜର୍ମାନୀ ଦଳର ୧୫ ନମ୍ବର ଖେଳାଳି ଟମ୍‌ ଗ୍ରାମବୁଶ୍ଚ କୌଣସି ତ୍ରୁଟି ନ କରି ଗୋଲ ସ୍କୋର କରିଥିଲେ। ଫଳରେ ଜର୍ମାନୀ ଅଗ୍ରଣୀ ହୋଇ ଯାଇଥିଲା। ତେବେ ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ୨ ମିନିଟ ପରେ ଅର୍ଥାତ୍‌ ୫୫ତମ ମିନିଟରେ ତିନି ଜଣିଆ ପାସ୍‌ ମଧ୍ୟରେ ବେଲଜିୟମର ମିକ୍ଟର ୱେଗନେଜ ଶକ୍ତିଶାଳୀ ଶଟ୍‌ ମାଧ୍ୟମରେ ଗୋଲ ପରିଶୋଧ କରି ଦେଇଥିଲେ। ଜର୍ମାନୀ ଗୋଲକିପର ଡାଇଭ୍‌ ମାରିଥିଲେ ହେଁ ବଲ୍‌ ନିକଟରେ ପହଞ୍ଚତ୍ ପାରି ନ ଥିଲେ। ଅନ୍ତିମ କିଛି ମିନିଟ ବେଲଜିୟମ ଘନଘନ ଆକ୍ରମଣ କରିଥିଲେ ହେଁ ଗୋଲ ହୋଇପାରି ନ ଥିଲା।
ପ୍ରକାଶ ଯୋଗ୍ୟ ଯେ, ଟୁର୍ନାମେଣ୍ଟ ଇତିହାସରେ ଜର୍ମାନୀ ଅନ୍ୟତମ ସଫଳ ଦଳ। ଏହି ଦଳ ୨୦୦୨ ଓ ୨୦୦୬ରେ ଚାମ୍ପିୟନ ହୋଇଥିବାବେଳେ ୧୯୮୨ ଓ ୨୦୧୦ରେ ରନରଅପ୍‌ ଏବଂ ୧୯୭୩, ୧୯୭୫, ୧୯୮୬ ଓ ୧୯୯୮ରେ ୪ଥର ବ୍ରୋଞ୍ଜ ପଦକ ହାସଲ କରିଛି। କେବଳ ସେତିକି ନୁହେଁ ୧୯୭୮, ୧୯୯୦ ଓ ୧୯୯୪ରେ ୩ ଥର ୪ର୍ଥ ସ୍ଥାନ ମଧ୍ୟ ହାସଲ କରିଛି। ଅନ୍ୟପକ୍ଷରେ ବେଲଜିୟମ ୨୦୧୮ରେ ଏହି କଳିଙ୍ଗ ଷ୍ଟାଡିିୟମରେ ଚାମ୍ପିୟନ ହେବାର ଅନୁଭୂତି ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?