ମିଶୁଛି ବେଲାରୁଷ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି। ଜୁନ୍‌ରୁ ଏହା ଟିକେ ଶିଥିଳ ପଡ଼ିଆସିଥିବା ବେଳେ ୮ ଅକ୍ଟୋବରରେ ରୁଷିଆରୁ କ୍ରିମିଆକୁ ସଂଯୋଗ କରୁଥିବା ସେତୁ ‘କର୍ଚ୍ଚ’କୁ ୟୁକ୍ରେନ୍‌ ଉଡ଼ାଇ ଦେଇଥିବା କୁହାଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ର ଏଭଳି କାଣ୍ଡକୁ ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଆଖ୍ୟା ଦେଇ ଉଗ୍ର ହୋଇଉଠିଥିବା ଭଳି ମନେହୁଏ। ପୁଟିନ୍‌ ବୋଧହୁଏ ଭୁଲିଯାଉଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଗତ ଫେବୃୟାରୀ ୨୪ରୁ ଏହି ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଗତ ୯ ମାସ ମଧ୍ୟରେ ରୁଷିଆର କୌଣସି ଅଧିକାରୀ କେବେହେଲେ କହିନାହାନ୍ତି ଯେ ଯୁଦ୍ଧ ୟୁକ୍ରେନ୍‌ ତରଫରୁ ଆରମ୍ଭ ହୋଇଥିଲା। ଅନ୍ୟପଟେ ପୁଟିନ୍‌ ଅନେକ ଥର ଯୁଦ୍ଧରେ ରୁଷିଆ ଜିତିବ ବୋଲି ଘୋଷଣା କରିଆସିଛନ୍ତି। ତେବେ ନିଜର ସୁରକ୍ଷା ନିମନ୍ତେ ୟୁକ୍ରେନ୍‌ ପ୍ରତିରୋଧ କରିବାକୁ ଯାଇ ଯାହା କିିଛି କରିଥିବ, ତାହା ତା’ର ସାର୍ବଭୌମତ୍ୱ ରକ୍ଷା ପାଇଁ। ସେଥିରେ ଉଗ୍ରବାଦର ପ୍ରଶ୍ନ ଉଠୁ ନାହିଁ।
କର୍ଚ୍ଚ ଧ୍ୱଂସ ପରେ ୟୁକ୍ରେନ୍‌ର ବିଭିନ୍ନ ସ୍ଥାନରେ ରୁଷିଆ ୮୪ କ୍ଷେପଣାସ୍ତ୍ର ମାଡ଼ କରି ୧୯ ଜଣଙ୍କ ଜୀବନ ନେଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ଓ ବୃହତ୍‌ ଅଟ୍ଟାଳିକା ଧୂଳିସାତ୍‌ ହୋଇଯାଇଛି। ୧୧ ଅକ୍ଟୋବରରେ ମଧ୍ୟ କିଭ୍‌ ଉପରେ ମସ୍କୋ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆହୁରି ଭୀଷଣ ରୂପ ଧାରଣ କରିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି। କାରଣ ରୁଷିଆ ସମର୍ଥକ ବେଲାରୁଷ ଏବେ ୟୁକ୍ରେନ୍‌ ସୀମାନ୍ତରେ ରୁଷିଆ ସେନା ସହ ତା’ର ସେନାକୁ ମିଶାଇ ଜାଗତିଆର ହୋଇଯାଇଛି। ଯଦି ବେଲାରୁଷ ସେନା ସକ୍ରିୟ ଭାବେ ୟୁକ୍ରେନ୍‌ ବିରୋଧରେ ଯାଏ, ତାହା ହେଲେ ସେହି ସଂଘର୍ଷ ବିଶ୍ୱବ୍ୟାପୀ ନୂଆ ଅପ୍ରୀତିକର ସ୍ଥିତି ସୃଷ୍ଟି କରିପାରେ। ଖବର ମିଳୁଛି ଯେ, ବେଲାରୁଷ ଉପରେ ୟୁକ୍ରେନ୍‌ ଆକ୍ରମଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କଲାଣି। ତେବେ ଚିନ୍ତା କରାଯାଇପାରେ ଯେ ବେଲାରୁଷ କାହିଁକି ଯୁଦ୍ଧରେ ପ୍ରବେଶ କରିବାକୁ ଚାହୁଁଥାଇପାରେ। ସମ୍ଭବତଃ ରୁଷିଆର ନିଜସ୍ବ ଶକ୍ତି ଯଥେଷ୍ଟ ହେଉ ନ ଥିବାରୁ ପୁଟିନ୍‌ ତାଙ୍କର ବନ୍ଧୁ ତଥା ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କଠାରୁ ସାହାଯ୍ୟ ଲୋଡ଼ିଲେଣି।
କୁହାଯାଉଛି ଯୁଦ୍ଧର ଗତି ଭିନ୍ନ ଦିଗକୁ ଗଲେ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ସ୍ଥିତି ଆହୁରି ବିଗିଡ଼ିଯିବ। ଯୁଦ୍ଧ ଯୋଗୁ ଅଦ୍ୟାବଧି ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ଅନେକମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଇନ୍ଧନ ଓ ଖାଦ୍ୟସାମଗ୍ରୀ କ୍ଷେତ୍ର ଘୋର ପ୍ରଭାବିତ ହୋଇଗଲାଣି। ରୁଷିଆ ଓ କ୍ରିମିଆ ମଧ୍ୟରେ ଯୋଗାଯୋଗ କରୁଥିବା ସେତୁକୁ ଧ୍ୱଂସ କରାଯିବା ଦ୍ୱାରା କିଭ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପୁଟିନ୍‌ କହି ଗର୍ଜନ ଛାଡ଼ୁଛନ୍ତି। ଅନ୍ୟପକ୍ଷରେ ରୁଷିଆର ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମି ନଷ୍ଟ କରିବା ସହ କର୍ଚ୍ଚକୁ ଧ୍ୱଂସ କରି ୟୁକ୍ରେନ୍‌ ଜଣାଇଦେଲା ଯେ, ଶକ୍ତିଶାଳୀ ବୋଲାଉଥିବା ରୁଷିଆ ଏବେ କେତେ ଅସହାୟ ହୋଇପଡ଼ିଛି। ୟୁରୋପିଆନ୍‌ ପଲିସି ଆନାଲିସିସ୍‌ର ବିଶେଷଜ୍ଞ କର୍‌ ଭୋକାର କହିଛନ୍ତି, ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ରୁଷିଆର ଘନ ଘନ ଆକ୍ରମଣ ତା’ର ଦୁର୍ବଳତାକୁ ପ୍ରଦର୍ଶନ କରୁଛି। ବାସ୍ତବରେ ରୁଷିଆ ହତାଶ ହୋଇ ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଦ୍ୱାରା ଯୁଦ୍ଧ ଅପରାଧ ବଢ଼ାଇ ଚାଲିଛି। ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡରଙ୍କ ଭୂମିକା ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଥିବାରୁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ଉଦ୍‌ବେଗ ପ୍ରକାଶ କରୁଛନ୍ତି। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ରୁଷିଆ ଆକ୍ରମଣକୁ ନିନ୍ଦା କରିବା ସହ ୟୁକ୍ରେନ୍‌ବାସୀଙ୍କୁ ନାଟୋ ସମର୍ଥନ ଜାରି ରଖିବ କହିବା ପରେ ଭୂରାଜନୈତିକ ସ୍ଥିତି ଭିନ୍ନ ଆଡ଼କୁ ଗତି କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଇତିହାସ ପ୍ରମାଣ ଦେଇଛି ଯେ, ଅତୀତରେ ଯେତେ ବଡ଼ ଯୁଦ୍ଧ ସଂଘଟିତ ହୋଇଥିଲେ ମଧ୍ୟ ତା’ର ଅନ୍ତ ଘଟିଛି। କିନ୍ତୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଅଧିକ ଦିନ ଗଡ଼ି ଚାଲିଲେ ସମଗ୍ର ବିଶ୍ୱ ଘୋର ପ୍ରଭାବିତ ହୋଇସାରିଥିବ। ଭୟ ଏମିତି ହେଲାଣି ଯେ, ଭ୍ଲାଡିମିର ପୁଟିନ୍‌ଙ୍କ ଭଳି ଏକଜିଦିଆ ବ୍ୟକ୍ତି ନିଜ କ୍ରୋଧ ନିୟନ୍ତ୍ରଣ କରି ନ ପାରି ଆଣବିକ ଅସ୍ତ୍ର ମଧ୍ୟ ପ୍ରୟୋଗ କରିଦେଇପାରନ୍ତି। ପୁଣି ଥରେ ବିଶ୍ୱମଣ୍ଡଳରେ ଆଣବିକ ଯୁଦ୍ଧ ଆରମ୍ଭ ହୋଇଗଲେ ଅନେକ ଦେଶ ଛାରଖାର ହୋଇଯିବେ। ତେଣୁ ଦୁଇ ଦେଶକୁ ଶାନ୍ତିର ଆଲୋଚନା ଟେବୁଲକୁ ଆଣିବା ଦାୟିତ୍ୱ ଅନ୍ତର୍ଜାତୀୟ ସମୁଦାୟ ନେଇ କିଛି ଗୋଟେ ଉପାୟ ବାହାର କରିବା ଦରକାର। ନ ହେଲେ କେବଳ ଜାତିସଂଘ ଉପରେ ନିର୍ଭର କରି ରହିଗଲେ ଇତିହାସରେ ଆଜିର ପିଢ଼ିକୁ ଭବିଷ୍ୟତ ବଂଶଧର ସବୁବେଳେ ଧିକ୍କାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri