ବୈତରଣୀ ନଦୀବନ୍ଧ ମରଣଯନ୍ତା

ପାଣିକୋଇଲି,୨୮ା୭(ବିକାଶ ମଲ୍ଲିକ): ବୈତରଣୀ ନଦୀବନ୍ଧ କେବଳ ନଦୀର ସୁରକ୍ଷା ପାଇଁ ନୁହେଁ ବରଂ ଜନସାଧାଣରଙ୍କ ଯାତାୟାତର ମୁଖ୍ୟରାସ୍ତା। କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଗ୍ରାମଠାରୁ ବୈତରଣୀ ବ୍ରିଜ ପର୍ଯ୍ୟନ୍ତ ଏହି ନଦୀ ବନ୍ଧ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ମୂଳାପାଳ ପଞ୍ଚାୟତବାସୀ ବ୍ୟାଙ୍କ୍‌, ସ୍କୁଲ୍‌, କଲେଜ ଓ ଲିଙ୍ଗେଶ୍ୱର ଶିଶୁମନ୍ଦିରଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତ୍ୟହ ଯାତାୟାତ କରନ୍ତି। ହେଲେ ରାସ୍ତା ଏବେ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। ଫଳରେ ନାହିଁ ନ ଥିବା ଅସବୁିଧା ଭୋଗ କରୁଛନ୍ତି ପଞ୍ଚାୟତବାସୀ।
କେତେଜଣ ଲୋକ ତଳ ଗ୍ରାମ ରାସ୍ତାରେ ଯାତାୟାତ କରୁଛନ୍ତି ତ ପୁଣି ଆଉ କେହି ପଞ୍ଚାୟତ କାର୍ଯ୍ୟାଳୟକୁ ଷଠିପୁର ଦେଇ ୫ କିଲୋମିଟର ବୁଲି ଆସିବାକୁ ପଡୁଛି। ହେଲେ ଠିକାସଂସ୍ଥା କାମ ଅଧାରୁ ଛାଡି ଛୁ ମାରିଛି। ୧୬ ନମ୍ବର ଜାତୀୟ ରାଜପଥର ବୈତରଣୀ ବ୍ରିଜଠାରୁ ରୁଢିଆ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ ଓ ଚଉଡ଼ା କରିବା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିଲା। ଏହି ବନ୍ଧ ସୁଦୃଢ଼ ହେଲେ କେବଳ ପଞ୍ଚାୟତବାସୀ ଉପକୃତ ହେବେ ତାହା ନୁହେଁ, ଜାତୀୟ ରାଜପଥରୁ ଯାଜପୁର ଟାଉନକୁ ଯିବା ପାଇଁ ୫ କିଲୋମିଟର ରାସ୍ତା କମିଯିବ। ଖରାଦିନେ ଠିକାସଂସ୍ଥା ଓସିସି ପକ୍ଷରୁ ଏହି ବନ୍ଧରେ ମାଟି ପକାଯାଇ ଚଉଡ଼ା ଓ ଉଚ୍ଚା କରାଯାଇଥିଲା। ବର୍ଷାଦିନ ପୂର୍ବରୁ କାମ ସରିବା କଥା। କିନ୍ତୁ ଠିକାସଂସ୍ଥା କାମ ଛାଡ଼ି ପଳାଇଛି। ଫଳରେ ଉକ୍ତ ରାସ୍ତାରେ ଏବେ ଯାତାୟାତ ସମ୍ଭବ ହେଉନାହିଁ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ମରାମତି ପାଇଁ ଦାବି ହୋଇଛି। ଏ ନେଇ ଜଳସମ୍ପଦ ବିଭାଗ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ ଲୋକଙ୍କ ଦୁରବସ୍ଥା ସମ୍ପର୍କରେ ସ୍ବୀକାର କରିବା ସହ ଠିକାସଂସ୍ଥାକୁ ତାଗିଦ କରାଯାଇଛି। ଏଥିସହିତ ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri