ବେଜିଂର ମହାଶକ୍ତି ମହତ୍ତ୍ୱାକାଂକ୍ଷା

ଓ୍ବାଶିଂଟନ/ବେଜିଂ,୧୦ା୩:ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ନିଜ ଦେଶକୁ ପୂର୍ବ ଏସିଆର ପ୍ରମୁଖ ଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ପ୍ରଭାବ ହ୍ରାସକରି ଚାଇନାକୁ ବିଶ୍ୱରେ ସର୍ବବୃହତ୍‌ ଶକ୍ତି ଭାବେ ଉଭା କରାଇବାକୁ ସେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ତାଙ୍କ ସ୍ବପ୍ନକୁ ପୂରଣ କରିବା ଦିଗରେ ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଆମେରିକୀୟ ଗୋଇନା ଅଧିକାରୀମାନେ ମତ ଦେଇଛନ୍ତି।
ଚଳିତ ସପ୍ତାହରେ ୬୯ ବର୍ଷୀୟ ଜିନ୍‌ପିଙ୍ଗ୍‌ ଚାଇନାର ଶୀର୍ଷ ନେତା ଭାବେ ନିଜ ଅଭୂତପୂର୍ବ ତୃତୀୟ ଇନିଂସ ଆରମ୍ଭ କରିଛନ୍ତି। ଏହି ଅବସରରେ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ର ତାଇଓ୍ବାନ୍‌କୁ ଦଖଲ କରି ପୁନଃ ଏକତ୍ରୀକରଣ ପାଇଁ ଉଦ୍ୟମ ଚଳାଇଛି। ବେଜିଂର ସ୍ବାର୍ଥ ପାଇଁ ଚାଇନାର ନେତାମାନେ ଆମେରିକାର ପ୍ରଭାବ ହ୍ରାସ କରିବାକୁ ସୁଯୋଗ ଖୋଜୁଛନ୍ତି। ଆମେରିକାର ଶକ୍ତି ଓ ପ୍ରଭାବକୁ ଗୌଣ କରିପାରିଲେ ଯାଇ ଚାଇନା ବିଶ୍ୱସ୍ତରରେ ନିଜ ଆଧିପତ୍ୟ ବିସ୍ତାର କରିବ ବୋଲି ସେମାନେ ମନେକରୁଛନ୍ତି। ଆମେରିକାର ନ୍ୟାଶନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ଅଭ୍‌ରିଲ୍‌ ଡି. ହାଇନେସ୍‌ ସିନେଟ କମିଟିକୁ ଏହି ବିଷୟ ଜଣାଇଛନ୍ତି। ହାଇନେସ୍‌ଙ୍କ ମତରେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ବିଶ୍ୱରେ ବାଇଡେନ୍‌ ପ୍ରଶାସନ ପାଇଁ ଆର୍ଥିକ, ବୈଷୟିକ, ରାଜନୈତିକ ଓ ସାମରିକ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଚାଲିଛି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବାବେଳେ ଚାଇନା ମସ୍କୋକୁ କୂଟନୈତିକ, ପ୍ରତିରକ୍ଷା, ଆର୍ଥିକ ଓ ବୈଷୟିକ ସହଯୋଗ ଜାରି ରଖିବ। ୨୦୨୩ରେ ବେଜିଂ ତାଇଓ୍ବାନ୍‌କୁ ଚାଇନା ଭୂଖଣ୍ଡ ସହ ମିଶ୍ରଣ ଉଦ୍ଦେଶ୍ୟରେ ଚାପ ଜାରି ରଖିବ। ତାଇଓ୍ବାନ୍‌ ସହ ଆମେରିକାର ବଢ଼ୁଥିବା ସମ୍ପର୍କକୁ ନେଇ ଚାଇନା ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠିବ। ସେହିପରି ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ୍‌ ଓ ଭିଏଟ୍‌ନାମ ଭଳି ପ୍ରତିଦ୍ୱନ୍ଦ୍ୱୀ ଦାବିଦାରଙ୍କୁ ପ୍ରତିହତ କରିବା ପାଇଁ ବେଜିଂ ବାୟୁସେନା, ନୌସେନା, କୋଷ୍ଟ୍‌ଗାର୍ଡ ଏବଂ ମିଲିସିଆ ବଳ ବୃଦ୍ଧି କରିବ।
ଆମେରିକାର ଇଣ୍ଟେଲିଜେନ୍ସ କମ୍ୟୁନିଟି ପକ୍ଷରୁ କରାଯାଇଥିବା ବାର୍ଷିକ ବିପଦ ସମୀକ୍ଷା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ବେଳେ ହାଇନେସ୍‌ ଦେଇଥିବା ଏହି ମନ୍ତବ୍ୟକୁ ବେଜିଂ କଡ଼ା ସମାଲୋଚନା କରିଛି। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍‌ ଗୁରୁବାର କହିଛନ୍ତି, ଆମେରିକୀୟ ରିପୋର୍ଟ ହେଉଛି ତଥ୍ୟର ସମ୍ପୂର୍ଣ୍ଣ ଭୁଲ୍‌ ଉପସ୍ଥାପନ। ଚାଇନାକୁ ବଦନାମ କରିବା ପାଇଁ ଏଥିରେ ମିଛକଥା ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri