ଭାଗ୍ୟକୁ ପ୍ରଭାବିତ କରେ ଆପଣଙ୍କ ଆଚରଣ, ଏହି ୪ ବିଷୟ ପ୍ରତି ଧ୍ୟାନ ଦେଇ ଏହାକୁ ବଦଳାନ୍ତୁ…

ଆମର ଆଚରଣ ସହ ଗ୍ରହମାନଙ୍କର ସ୍ଥିତି ଜଡିତ ଥାଏ। ଗ୍ରହମାନଙ୍କ ଯୋଗୁ ଆମର ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବେଳେବେଳେ ଆମର ଆଚରଣ ଆମ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇଥାଏ। ତେବେ ଆସନ୍ତୁ ଭାଗ୍ୟ କିପରି ଆଚରଣକୁ ପ୍ରଭାବିତ କରେ ତାହା ଜାଣିବା:

ବାଣୀ/ଉଚ୍ଚାରଣ – ବାଣୀର ସମ୍ପର୍କ ଆମ ପାରିବାରିକ ଜୀବନ ଏବଂ ଆର୍ଥିକ ସମୃଦ୍ଧି ସହିତ ଜଡିତ। ଖରାପ କଥା ଯୋଗୁ ଆମକୁ ଜୀବନରେ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ। ବକ୍ତବ୍ୟର ଖରାପ ପ୍ରଭାବ ଭାଗ୍ୟ ଉପରେ ପଡ଼ୁଥିବା ହେତୁ ଆକସ୍ମିକ ଦୁର୍ଘଟଣା କିମ୍ବା କିଛି ବଡ ରୋଗ ମଧ୍ୟ ହୋଇପାରେ। ଉଚ୍ଚାରଣକୁ ଭଲ ରଖିବା ପାଇଁ ସୂର୍ଯ୍ୟଙ୍କୁ ଜଳ ଦେବା ଲାଭଦାୟକ ଅଟେ। ଏହାଛଡ଼ା ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମଧ୍ୟ ଶୀଘ୍ର ଲାଭ ମିଳିଥାଏ।

ଆଚରଣ ଏବଂ କର୍ମ – ଆମର ଆଚରଣ ଏବଂ କର୍ମର ସମ୍ପର୍କ ଆମ ରୋଜଗାର ସହିତ ଜଡିତ। ଯଦି କର୍ମ ଏବଂ ଆଚରଣ ଶୁଦ୍ଧ ନୁହେଁ ତେବେ ଚାକିରିରେ ସମସ୍ୟା ଉପୁଜିଥାଏ। ବ୍ୟକ୍ତି ଜଣକ ସାରା ଜୀବନ ରୋଜଗାର ଆଶାରେ ବୁଲନ୍ତି ହେଲେ ସେ କଦାପି ସ୍ଥିର ହୋଇପାରନ୍ତି ନାହିଁ। ଆଚରଣରେ ଉନ୍ନତି ଆରମ୍ଭ ହେବା ସହିତ ରୋଜଗାରର ସମସ୍ୟା ଦୂର ହୋଇଯାଏ। ଆଚରଣର ଶୁଦ୍ଧତା ପାଇଁ ସକାଳ ଓ ସନ୍ଧ୍ୟାରେ ଧ୍ୟାନ କରନ୍ତ। ଏଥିସହ ଶିବଙ୍କୁ ପୂଜା କରନ୍ତୁ।

ଦାୟିତ୍ୱର ଅବହେଳା କରିବା- ଦାୟିତ୍ୱଗୁଡିକ ଆମ ଜୀବନର ପ୍ରତିବନ୍ଧକ ସହିତ ଜଡିତ। ଯେଉଁମାନେ ସେମାନଙ୍କର ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରନ୍ତି ନାହିଁ, ସେମାନଙ୍କୁ ଜୀବନରେ ବଡ ବିପଦର ସମ୍ମୁଖୀନ ହେବାକୁ ପଡିଥାଏ। ମୋକଦ୍ଦମା ଏବଂ କରଜ ଭଳି ସମସ୍ୟା ପିଛା ଛାଡ଼ି ନ ଥାଏ। ଏଣୁ ଦାୟିତ୍ୱ ପୂରଣ କରିବାକୁ ଭୟ କର ନାହିଁ। ଏକାଦଶିରେ ଉପବାସ ରଖିବା ଦ୍ୱାରା ଏହି ଭାବନାକୁ ମଜଭୂତ ହୋଇଥାଏ। ଏହାଛଡ଼ା ଗଛରେ ପାଣି ଦେବା ମଧ୍ୟ ଲାଭଦାୟକ ଅଟେ।

ସାହାଯ୍ୟ ନ କରିବା – ଯଦି ସକ୍ଷମ ଥିବା ସତ୍ତ୍ୱେ ଅନ୍ୟକୁ ସାହାଯ୍ୟ କରନ୍ତି ନାହିଁ, ତେବେ ଆପଣଙ୍କୁ ଜୀବନରେ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିବ। ବେଳେବେଳେ ଆପଣ ଜୀବନରେ ଏକୁଟିଆପଣର ଶିକାର ହୋଇପାରନ୍ତି। ଆପଣ ଯେତେ ଲୋକଙ୍କୁ ସାହାଯ୍ୟ କରିବେ, ସେତେ ଆପଣ ଈଶ୍ବରଙ୍କ କୃପା ଅନୁଭବ କରିବେ। ମନରୁ କେବେ ଦୁର୍ବଳ ହେବ ନାହିଁ। ଭଗବାନଙ୍କ ପାଇଁ ସଚ୍ଚୋଟ ଭାବରେ ଦିନସାରା କିଛି ସମୟ ବିତାନ୍ତୁ। ଏହା ଦୟାଳୁ ମନୋଭାବକୁ ବୃଦ୍ଧି କରିବ। ଫଳରେ ଭାଗ୍ୟ ଉଜ୍ଜ୍ୱଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?