ଭିକ୍ଷା ମାଗି ଲକ୍ଷେ ଦାନ

ଖୋର୍ଦ୍ଧା ଅଫିସ,୧୯। ୭: ଖୋର୍ଦ୍ଧା ଜିଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ଗଞ୍ଜାମ ଜିଲାର ରଘୁ ରାଉତ। ବୟସ ୭୦ ଟପିଲାଣି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେ ଆଶା ହରାଇ ନାହାନ୍ତି। ଜୀବନ ଯୁଦ୍ଧରେ ଯୋଦ୍ଧାଟିଏ ସାଜି ଜାରି ରଖିଛନ୍ତି ସଂଘର୍ଷ। ଭିକ୍ଷା ମାଗି ରଘୁ ଶନି ମନ୍ଦିର ତୋଳିବା ପାଇଁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ଯାହାକୁ ନେଇ ବାଘମାରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃଢ ଇଚ୍ଛା ଶକ୍ତି ଆଗରେ ବୟସ ଓ ଅକ୍ଷମତା କିଭଳି ତୁଚ୍ଛ ହୋଇଯାଏ ତାହାର ଉଦାହରଣ ସାଜିଛନ୍ତି।

ସୂଚନାଥାଉ କି, ଗଞ୍ଜାମ ଜିଲାରେ ରଘୁଙ୍କ ଘର ହୋଇଥିବା ବେଳେ ପିଲାବେଳୁ ଦୃଷ୍ଟିହୀନର ଶିକାର ହୋଇ ପରିବାର ଦ୍ୱାରା ଲାଞ୍ଛିତ ହୋଇ ଗଁାରୁ ପଳାଇ ଆସିଥିଲେ। ପ୍ରାୟ ୧୦ବର୍ଷ ହେବ ସେ ହଟକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରହୁଛନ୍ତି। ଦୃଷ୍ଟିବାଧିତ ହୋଇଥିବାରୁ ସେ ଦିନରେ ବୁଲିବୁଲି ଭିକ୍ଷା କରିବା ପରେ ସନ୍ଧ୍ୟା ହେଲେ ମହାଦେବଙ୍କ ମନ୍ଦିର ନିକଟରେ ବିଶ୍ରାମ ନେଇଥାନ୍ତି। ଏକଦା ମନ୍ଦିର ନିକଟରେ ବିଶ୍ରାମ ନେବା ସମୟରେ ଶନି ମନ୍ଦିର ତୋଳିବା ନେଇ ତାଙ୍କ ମନରେ ଆସିଥିଲା। ଏହା ପରେ ଭିକ୍ଷାବୃତ୍ତିରୁ ମିଳୁଥିବା ଅର୍ଥ ସଞ୍ଚୟ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଶନି ମନ୍ଦିର ନିର୍ମାଣ ଆରମ୍ଭ କରିଛନ୍ତି। ରଘୁ ପ୍ରଥମ ପର୍ଯ୍ୟାୟରେ ୫୦ହଜାର, ପରବର୍ତ୍ତୀ ସମୟରେ ୫୦ହଜାର ଟଙ୍କା ମନ୍ଦିର ନିର୍ମାଣ ଲାଗି ଦାନ କରିଛନ୍ତି। କରୋନା କଟକଣା ପାଇଁ ଗତ ୪ମାସ ହେବ ଭିକ୍ଷାବୃତ୍ତି ବନ୍ଦ ରହିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ମହାଦେବଙ୍କୁ ସ୍ମରଣ କରି ତାଙ୍କର ଦିନ କଟିଯାଉଛି। ମହାଦେବ ଓ ଶନିଦେବଙ୍କ କୃପାରୁ ମନ୍ଦିର କାର୍ଯ୍ୟ ସମ୍ପର୍ଣ୍ଣ ହେବ। ମହାପ୍ରଭୁଙ୍କୁ ସମର୍ପଣ ଭାବ ନେଇ ଭକ୍ତି କଲେ ସଫଳତା ନିଶ୍ଚିତ ମିଳିବ ବୋଲି ରଘୁ କହିଛନ୍ତି। ଏ ସମ୍ପର୍କରେ ହଟକେଶ୍ୱର ମନ୍ଦିର ଟ୍ରଷ୍ଟି ଅକ୍ରୁର ରଣା କହିଛନ୍ତି, ରଘୁଙ୍କ କାର୍ଯ୍ୟ ପ୍ରଶଂସନୀୟ, ସେ ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି। ଋଷି ପ୍ରତିମ ପରି ମଣିଷଟିଏ। କେହି ଭିକ୍ଷା ଦେଉ କି ନ ଦେଉ, କାହା ପ୍ରତି ତାଙ୍କ ମନରେ କୌଣସି ଦ୍ୱେଷ ନାହିଁ। ଏ ବୟସରେ ମଧ୍ୟ ଈକକଶ୍ୱରଙ୍କ ପ୍ରତି ତାଙ୍କ ନିଷ୍ଠା, ସମର୍ପଣ ଭାବ ଦେଖିଲେ ଗର୍ବ ଅନୁଭବ ହୁଏ। ତାଙ୍କୁ ଯେତେ ପ୍ରଂଶସା କଲେ ମଧ୍ୟ କମ୍‌ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri