Posted inଜାତୀୟ

ରେଜଲ୍ଟ ପୂର୍ବରୁ ଝାଡଖଣ୍ଡରେ ହୋଇଗଲା ଭିତିରିଆ ଖେଳ!

ରାଞ୍ଚି,୨୨।୧୧: ଆଜି ରାତି ପାହିଲେ ଝାଡଖଣ୍ଡ-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପ୍ରକାଶ ପାଇବ। ରାଜ୍ୟରେ ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ଏବଂ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏନେଇ ତମାମ ଏକଜିଟ୍‌ ପୋଲ୍‌ର ସର୍ଭେ ସମସ୍ତଙ୍କୁ ଚମକାଇଛି। ଅଧିକାଂଶ ଏକଜିଟ୍‌ ପୋଲ୍‌ ଝାଡଖଣ୍ଡରେ ଏନଡିଏ ଫେରିବା ନେଇ କହିଥିବାବେଳେ କେବଳ ଆକ୍ସିସ ମାଇଁ ଇଣ୍ଡିଆ ପୁଣିଥରେ ଜେଏମଏମ କମ୍‌ବ୍ୟାକ୍‌ କରିବ ବୋଲି କହିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରେ ଚାଲିଥିବା ରାଜନୈତିକ ଟ୍ରାକ ରେକର୍ଡ ମୋଡ ବଦଳିବ କି ନାହିଁ ତାହା ଦେଖିବା ବାକି ରହିଛି।

ଝାଡଖଣ୍ଡର ରାଜନୀତି ଏତେ ଜଟିଳ ଯେ ଏହି ରାଜ୍ୟ ଗଠନ ହେବାର ୨୪ବର୍ଷ ମଧ୍ୟରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନାହାଁନ୍ତି କିମ୍ବା କୌଣସି ସରକାର ଏହାକୁ ପୁନରାବୃତ୍ତି କରିବାରେ ସକ୍ଷମ ହୋଇ ନାହାଁନ୍ତି। କେବଳ ଏତିକି ନୁହେଁ କ୍ଷମତାର ସିଂହାସନରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାଙ୍କ ଆସନ ବଞ୍ଚାଇବା କଷ୍ଟକର ହୋଇପଡିଛି। ସିଏମ ପଦବୀରେ ଥିବା ନେତାମାନଙ୍କୁ ପ୍ରତି ୫ବର୍ଷରେ ଥରେ ପରାଜୟର ସାମ୍ନା କରିବାକୁ ପଡିଛି। ଏଭଳି ନିର୍ବାଚନ ଟ୍ରାକ ରେକର୍ଡ ହେତୁ ଜେଏମଏମ-କଂଗ୍ରେସ ମେଣ୍ଟର ଟେନଶନ ବଢିଛି।

୨୦୦ରେ ଝାଡଖଣ୍ଡ ବିହାରରୁ ଅଲଗା ହୋଇ ଏକ ପୃଥକ ରାଜ୍ୟ ମାନ୍ୟତା ପାଇଲା। ଏହି ୨୪ ବର୍ଷ ମଧ୍ୟରେ ରାଜ୍ୟରେ ୧୩ଟି ବିଭିନ୍ନ ସରକାର ଗଠନ କରାଯାଇଛି ଏବଂ ଚାରିଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ମୋଟ ୮୧ଟି ବିଧାନସଭା ଆସନ ଅଛି ଏବଂ ସଂଖ୍ୟାଗରିଷ୍ଠତା ହେଉଛି ୪୧। ଝାଡ଼ଖଣ୍ଡ ଗଠନ ପରେ ପ୍ରଥମ ନିର୍ବାଚନ ୨୦୦୫ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଜପା ୩୦ଟି ଆସନ ଜିତି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା। ତଥାପି, ଏହା ସେତେବେଳେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲା। ଏହି ନିର୍ବାଚନରେ ଜେଏମଏମ ୧୭ଟି ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା।

୨୦୦୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ। ଭାଜପା ଓ ଜେଏମଏମ ପ୍ରତ୍ୟେକ ୧୮-୧୮ ଆସନ ଜିତିବାରେ ସଫଳ ହୋଇଥିଲେ। କଂଗ୍ରେସ ୧୪ଟି ଆସନ ଜିତିଥିଲା। ତେବେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ଏହା ପରେ ଶିବୁ ସୋରେନ ଡିସେମ୍ବର ୨୦୧୯ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ଯେତେବେଳେ ଭାଜପା ସମର୍ଥନ ପ୍ରତ୍ୟାହାର କଲା ସେତେବେଳେ ସରକାର ଭାଙ୍ଗିଗଲା। ଏହା ପରେ ଭାଜପାର ଅର୍ଜୁନ ମୁଣ୍ଡା ସିଏମ ହୋଇଥିଲେ ମଧ୍ୟ ସେ ମଧ୍ୟ ସଫଳ ଇନିଂସ ଖେଳିପାରିନଥିଲେ। ପୁଣି ଥରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏବଂ ପରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ସରକାର ଦେଢ ବର୍ଷ ଧରି ଚାଲିଥିଲା।

୨୦୧୪ରେ ଝାଡଖଣ୍ଡ ବିଧାନସଭା ର୍ନିବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୮୧ଟି ସିଟ ମଧ୍ୟରୁ ଭାଜପା ୩୭ଟି ସିଟ ଜିତି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା କିନ୍ତୁ ସଂଖ୍ୟାଗରିଷ୍ଠତା ଠାରୁ ବହୁ ଦୂରରେ ରହିଥିଲା। ଜେଏମଏମ ୧୭ଟି ସିଟ ଜିତିଥିଲାବେଳେ ଜେଭିଏମ ୮ଟି ସିଟ ଓ କଂଗ୍ରେସ ୬ଟି ସିଟ ଜିତିବାରେ ସଫଳ ହୋଥିଲା। ଏହା ବ୍ୟତୀତ AJSU ର ପାଞ୍ଚ ଜଣ ବିଧାୟକ ଏବଂ ଅନ୍ୟ ୬ଟି ଦଳ ଜିତିଥିଲେ। ଏହିପରି, ଏହି ର୍ନିବାଚନରେ ମଧ୍ୟ କୌଣସି ଦଳର ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲେ। ଭାଜପା AJSU ଏବଂ ଅନ୍ୟ ଦଳର ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିଲା ଏବଂ ରଘୁବର ଦାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଝାଡଖଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସିଏମ ପାଞ୍ଚ ବର୍ଷର କାର୍ଯ୍ୟ ସମାପ୍ତ କରିଥିଲେ।

୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ୩୦ଟି ସିଟ ବିଶିଷ୍ଟ ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନ ଥିଲା। କଂଗ୍ରେସ ୧୬ଟି ଆସନରେ ସନ୍ତୁଷ୍ଟ ହୋଇଥିବାବେଳେ ଭାଜପାକୁ ୨୫ଟି ଆସନ ମିଳିଥିଲା। JVM ର ତିନିଜଣ ବିଧାୟକ ଏବଂ ଦୁଇଜଣ AJSU ଜିତିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଦୁଇଜଣ ସ୍ବାଧୀନ ବିଧାୟକ, ଆରଜେଡି, ବିଧାୟକ ଏବଂ ଏନସିପିରୁ ଜଣେ ବିଧାୟକ ନିର୍ବାଚିତ ହେବା ପରେ ବିଧାନସଭାରେ ପହଞ୍ଚିଥିଲେ। କଂଗ୍ରେସ ଏବଂ ଜେଏମଏମ ମିଳିତ ଭାବେ ସରକାର ଗଠନ କରିଥିଲେ।

ତେବେ ଝାଡ଼ଖଣ୍ଡର ୨୪ବର୍ଷ ରାଜନୀତିରେ ଥିବା ସମସ୍ତ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଞ୍ଚରେ ପରାସ୍ତ ହୋଇଛନ୍ତି। ବାବୁଲାଲ ମାରାଣ୍ଡିଙ୍କ ଠାରୁ ଆରମ୍ଭ କରି ରଘୁବର ଦାସ ପର୍ଯ୍ୟନ୍ତ ସମସ୍ତେ ରାଜନୈତିକ ଯୁଦ୍ଧରେ ପରାଜୟର ସ୍ବାଦ ଚାଖିଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ବରହାଟ ଆସନରୁ ହେମ୍ବ୍ରମ ଫିଲ୍ଡିଂ କରୁଛି। ଏଭଳି ପରିସ୍ଥିତିରେ ସୋରେନ ରେକର୍ଡ ଭାଙ୍ଗିବେ ନା ମୁଖ୍ୟମନ୍ତ୍ରୀଙ୍କ ପରାଜୟର ଇତିହାସ ପୁନରାବୃତ୍ତି କରିବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?