ବର୍ଷା ପୂର୍ବରୁ ସରିବ ଡ୍ରେନ୍‌ ସଫେଇ

ଖୋର୍ଦ୍ଧା ଅଫିସ,୧୨।୬: ଖୋର୍ଦ୍ଧା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରରେ ରହିଥିବା ଡ୍ରେନ୍‌ ସଫା ନ ହେବାରୁ ତାହା ପୋତି ହୋଇଗଲାଣି। ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ନ ହେଲେ କୃତ୍ରିମ ବନ୍ୟା ସୃଷ୍ଟିହେବା ସମ୍ଭାବନା ରହିଥିବା ନେଇ ଖବର ପରିବେଷଣ ପରେ ପୌର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ୧୩ ନମ୍ବର ଓ୍ବାର୍ଡରେ ଡ୍ରେନ୍‌ ସଫା କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ସମସ୍ତ ୨୨ ଓ୍ବାର୍ଡର ଡ୍ରେନ୍‌ ସଫା କରାଯିବ। ଡ୍ରେନ୍‌ ସଫା ଲାଗି ଜଣେ ଠିକାଦାରଙ୍କୁ ନିଯୁକ୍ତ କରାଯାଇଛି। ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌କୁ ସ୍ବାଭାବିକ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଇ. ଗୌରବ ଶିବାଜୀ କହିଛନ୍ତି। ଡ୍ରେନ୍‌ ପୁନରୁଦ୍ଧାର ଶୁଭାରମ୍ଭ ବେଳେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି, ସ୍ଥାନୀୟ କାଉନ୍‌ସିଲର କାଦମ୍ବିନୀ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
କି, ଖୋର୍ଦ୍ଧା ସହରର ବହୁ ଡ୍ରେନ୍‌ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଅଧିକାଂଶ ଡ୍ରେନ୍‌ର ପଥର ଭୁଶୁଡ଼ି ପଡ଼ିବା ସହ ମାତିଅତଡ଼ା ଖସି ପୋତିହୋଇଗଲାଣି। ପାଣି ବୋତଲ, ପ୍ଲାଷ୍ଟିକ, ପଲିଥିନ ଆଦି ଅଳିଆ ଆବର୍ଜନା ଜମିରହି ପଚିଶଢ଼ି ଦୁର୍ଗନ୍ଧ ହେଉଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହିରୁ ନିଷ୍କାସନ ନାଳ ପୁରୁଣା ଦମକଳ ଛକ ନାଳରେ ମିଶିଛି। ସେହିପରି ସାମନ୍ତରାପୁର ଛକ ଠାରୁ ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭବନ ପଛପଟ ଆଦି ସାହିର ନାଳ ପୁରୁଣା ଦମକଳ ଛକ ନାଳକୁ ସଂଯୋଗ କରୁଛି। ତେବେ ସେଠାରୁ ଗୋଡ଼ିପୋଖରୀ ଛକ ପରେ ନାଳ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପଟେ ଏହି ନାଳରେ ଘରୋଇ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ, ପଲିଥିନ, ପାଣିବୋତଲ ପ୍ରଭୃତି ପଡ଼ି ଜମାହୋଇ ରହୁଛି। ଏହାକୁ ମଧ୍ୟ ସଫା କରାଯାଉନାହିଁ। ଫଳରେ ନାଳପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି। ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ନ ହେଲେ ସହରରେ ନାଳ ପାଣି ଜମି ରହିବା ନିଶ୍ଚିତ। ଏନେଇ ଖବର ପରିବେଷଣ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯୁବନେତା ଦେବବ୍ରତ ଆଚାର୍ଯ୍ୟ କୁହନ୍ତି, ସହରର ଏକାଧିକ ଡ୍ରେନ୍‌ ମୁକୁଳା ପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯାଉନାହିଁ। ବର୍ଷାଦିନ ଆସିଲେ ପୌର ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ କାମ କରାଯାଉଛି ବୋଲି ସେ କହିିଛନ୍ତି। ସାମାଜିକ କର୍ମୀ ଆଦିତ୍ୟ ମହାରଣା କୁହନ୍ତି, ଖୋର୍ଦ୍ଧା ସହରରେ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗିରହିଛି। କେଉଁଠି ମଧ୍ୟ୍‌ ଡ୍ରେନ୍‌ ସଫା କରାଯାଉନାହିଁ। କେବଳ ବର୍ଷାଦିନ ଆସିଲେ ଏହାକୁ ସଫା କରି ଛାଡ଼ି ଦିଆଯାଉଛି। ବଳକା ଦିନ ସମାନ ସମସ୍ୟା ରହୁଛି। ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟରଞ୍ଜନ ମହାନ୍ତି ବର୍ଷାଦିନ ପୂର୍ବରୁ ସମସ୍ତ ଡ୍ରେନ୍‌ ସଫା ପାଇଁ ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଡ୍ରେନ୍‌ ମରାମତି ପ୍ରତି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri