Posted inଫୁରସତ

କନ୍ୟା ପାଖରେ ପହଞ୍ଚିବା ପୂର୍ବରୁ ବରକୁ ନେଇ ଘୋଡ଼ା ଫେରାର, କେହି କିଛି ବୁଝିବା ପୂର୍ବରୁ ଘଟିଗଲା ଏମିତି, ଭିଡିଓ ଦେଖିଲେ…

ବିବାହ ଦିନଟିକୁ ସ୍ବତନ୍ତ୍ର କରିବା ପାଇଁ ବର ଘର ପକ୍ଷ ହୁଅନ୍ତୁ କି କନ୍ୟା ଘର ପକ୍ଷ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥାନ୍ତି। ଏଥିପାଇଁ, ବର ଏବଂ ବରଯାତ୍ରୀ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଯେମିତି କି ବିବାହ ଦିନ କୌଣସି ଭୁଲ ନହୁଏ। ତଥାପି ସବୁକିଛି ଠିକ୍‌ ଠାକ୍‌ ଥିବା ସତ୍ତ୍ୱେ ଏପରି କିଛି ଘଟେ ଯାହା କେହି କେବେ ଆଶା କରନ୍ତି ନାହିଁ। ଆଜିକାଲି ଏପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ବର ଘୋଡ଼ା ଉପରେ ବସିବା ମାତ୍ରେ ଘୋଡ଼ା ବରଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଛି।

ଆପଣ ପ୍ରାୟତଃ ଏକ ବିବାହରେ ଦେଖିଥିବେ ବର ପ୍ରସ୍ତୁତ ହୋଇ କନ୍ୟା ଘରେ ପହଞ୍ଚିଥାନ୍ତି। ଏହି ଦିନ ରାଜା ପରି ଦେଖାଯିବା ପାଇଁ, ସେ ଏକ ଘୋଡ଼ା ଚଢ଼ି କନ୍ୟା ଘରକୁ ଯାଇଥାନ୍ତି। ଥରେ ଭାବିଲେ ବର ଘୋଡ଼ାରେ ବସିଥିବ ଆଉ କନ୍ୟା ଘର ପାଖରେ ପହଞ୍ଚିବା ପୂର୍ବରୁ ବରକୁ ନେଇ ଘୋଡ଼ା ଖୁବ୍‌ ଜୋର୍‌ରେ ଦୌଡ଼ି କେଉଁଆଡ଼େ ପଳାଇବ ତେବେ ଅବସ୍ଥା କ’ଣ ହେବ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠାରେ ବରକୁ ଘୋଡ଼ା ନେଇ ପଳାଇଯାଉଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଘୋଡ଼ା ଉପରେ ବସିଛି ଏବଂ ୪ ଜଣ ଲୋକ ଖୁସିରେ ନାଚୁଥିବାର ଦେଖାଯାଉଛି। ଏହି ଯାତ୍ରାକୁ ସ୍ବତନ୍ତ୍ର କରିବା ପାଇଁ, DJ ମଧ୍ୟ ବ୍ୟବସ୍ଥା କରାଯାଇଛି ଏବଂ ସମସ୍ତେ ଡ୍ରମ୍‌ ବାଦ୍ୟରେ ନାଚୁଥିବାର ଦେଖାଯାଉଛି। ଏହି ସମୟରେ ବାଣ ଶବ୍ଦ ସହିତ ଏକ ମୋଡ଼ ଆସେ ଏବଂ ଘୋଡାଟି ବର ସହ ଖୁବ୍‌ ଜୋର୍‌ରେ ଦୌଡ଼ି ପଳାଏ। ଏହି ଘଟଣା ଦେଖି ଲୋକମାନେ ବୁଝିପାରୁ ନାହାନ୍ତି ଯେ କ’ଣ ଘଟିଛି। ବରଯାତ୍ରୀ, ଫଟୋଗ୍ରାଫର ଏବଂ ସମ୍ପର୍କୀୟମାନେ କେବଳ ଚାହିଁ ରହିଛନ୍ତି। ଯେତେବେଳେ ଘୋଡ଼ାଟି ଟ୍ରେନ ବେଗରେ ଦୌଡ଼ି ପଳାଉଛି।

ଏହି ଭିଡିଓକୁ X ରେ @Guruji___ ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଯାହାକୁ ହଜାର ହଜାର ଲୋକ ଦେଖିଛନ୍ତି ଏବଂ ସେମାନେ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି କାରଣରୁ କୁହାଯାଏ ଯେ, ଘୋଡ଼ା ଆଗରେ ବହୁତ ବାଣ ଫୁଟାଇବା ଉଚିତ ନୁହେଁ। ଅନ୍ୟ ଜଣେ ଏହି ଭିଡିଓରେ କମେଣ୍ଟ କରି ଲେଖିଛନ୍ତି, ଏବେ ଏହି ବ୍ୟକ୍ତି ବିବାହ କରିପାରିବେ ନାହିଁ। ଆଉ ଜଣେ ଲେଖିଛନ୍ତି, ଦୟାକରି ଜାଣନ୍ତୁ ଯେ ସେ ସୁରକ୍ଷିତ କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?