ବିବାହ ପୂର୍ବରୁ ‘ଆର୍‌’ ଟୋପି ପିନ୍ଧିଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟରେ ପରିଣୀତିଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।
ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଦେଖିବା ମାତ୍ରେ ତାଙ୍କ କଷ୍ଟୋମାଇଜ କ୍ୟାପ କ୍ୟାମେରାରେ କଏଦ ହୋଇଥିଲା। ତାଙ୍କ ଭବିଷ୍ୟତର ସ୍ବାମୀ ରାଘବଙ୍କ ନାମର ପ୍ରଥମ ଅକ୍ଷର ଏହି କ୍ୟାପରେ ଲେଖାଯାଇଥିଲା। ଫଳରେ ତାଙ୍କର କଷ୍ଟୋମାଇଜ କ୍ୟାପ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଛନ୍ତି।
ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪ ସେପ୍ଟେମ୍ବରରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟଙ୍କ ସମସ୍ତ ବିବାହ କାର୍ଯ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଏବଂ ତାଜ ଲେକ୍‌ ପ୍ୟାଲେସରେ ଅନୁଷ୍ଠିତ ହେବ। ଏହି ବିବାହ କାର୍ଯ୍ୟ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ୨୪ରେ ସନ୍ଧ୍ୟା ରିସେପ୍ସନ ଦିଆଯିବ। ୨୩ ସେପ୍ଟେମ୍ବରରେ ହଳଦୀ, ମେହେନ୍ଦି ଏବଂ ସଂଗୀତ ହେବ। ବିବାହରେ ଯୋଗଦେବା ପାଇଁ ସମ୍ପର୍କୀୟମାନେ ୨୨ ସେପ୍ଟେମ୍ବରରେ ଉଦୟପୁରରେ ପହଞ୍ଚିବେ। ଏହି ବିବାହରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ଯୋଗଦେବାକୁ ଯାଉଛନ୍ତି।
ମେ ୧୩, ୨୦୨୩ରେ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧରୀତି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ରାଘବ ଏବଂ ପରିଣୀତି ପରସ୍ପରକୁ କଲେଜ ବେଳୁ ଜାଣିଥିଲେ। ଚଳିତ ବର୍ଷ ଜାନୁୟାରୀରେ ଉଭୟଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଙ୍ଗ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।

 

View this post on Instagram

 

A post shared by Instant Bollywood (@instantbollywood)

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?