Posted inଜାତୀୟ

ଭାକ୍ସିନ ନ ଆସୁଣୁ ଭିଡ଼

ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ ସ୍ବଳ୍ପ ଆୟକାରୀ ଗରିବ ଦେଶଗୁଡ଼ିକରେ କୋଭିଡ୍‌-୧୯ ବିରୋଧୀ ଯୁଦ୍ଧ ଆହୁରି ୪ ବର୍ଷ ଧରି ଲମ୍ବିଚାଲିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଭାକ୍ସିନ ଗବେଷଣା କ୍ଷେତ୍ରରେ ଭାରତର ଉଦ୍ୟମ ସଫଳ ହେଲେ ବିଶ୍ୱରେ ଟିକା ଯୋଗାଣକୁ ପ୍ରୋତ୍ସାହନ ମିଳିବ ଏବଂ ଗରିବ ଦେଶଗୁଡ଼ିକ କମ୍‌ ମୂଲ୍ୟରେ ଏହାକୁ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।
ପ୍ରାୟ ବର୍ଷେ ତଳେ ଚାଇନାର ଉହାନ ସହରରୁ ବାହାରିଥିବା କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱରେ ୧,୩୨୦,୬୮୬ ଜଣଙ୍କ ଜୀବନ ନେଇସାରିଲାଣି। ଏହି ଭୂତାଣୁରେ ୫୪,୪୮୮,୬୬୭ ଜଣ ସଂକ୍ରମିତ ହୋଇଥିବାବେଳେ ଚିକିତ୍ସା ପରେ ୩୮,୦୦୨,୯୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। କରୋନାକୁ ସମୂଳେ ନାଶ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ଟିକା ବାହାରି ନ ଥିବାବେଳେ ଫାଇଜର ଭାକ୍ସିନ୍‌ର ସଫଳତାକୁ ନେଇ ବିଶ୍ୱବାସୀ ଉଲ୍ଲସିତ। ଅନ୍ୟ କେତେକ ଭାକ୍ସିନ ମଧ୍ୟ ଭଲ ଫଳ ଦେଉଥିବାରୁ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଅଧିକ ବୟସର ଲୋକଙ୍କୁ ତାହା ଦିଆଯିବ ବୋଲି କୁହାଯାଉଛି। ତେବେ ବିଶ୍ୱରେ କରୋନା ବିରୋଧରେ ୨୦୨୪ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶକୁ ଅଣଦେଖା କରି ବର୍ତ୍ତମାନ ସୁଦ୍ଧା କୋଟି କୋଟି ଡୋଜ୍‌ ଭାକ୍ସିନ୍‌ ନିଜ ନାଗରିକଙ୍କ ପାଇଁ ରିଜର୍ଭ କରିସାରିଲେଣି। ଏତିକି ପରିମାଣର ଭାକ୍ସିନ ସମ୍ପୃକ୍ତ ଧନୀ ଦେଶଗୁଡ଼ିକରେ ବର୍ଷାଧିକ କାଳ ଗଚ୍ଛିତ ରହିବା ଫଳରେ ଗରିବ ରାଷ୍ଟ୍ରର ଲୋକମାନେ ଏଥିରୁ ବଞ୍ଚତ୍ତ ହେବେ। କେବଳ ଆମେରିକା ବିଶ୍ୱ ଯୋଗାଣର ୬ ଭାଗରୁ ଭାଗେ ଟିକା କିଣିସାରିଲାଣି। ସେହିପରି କାନାଡା ମଧ୍ୟ ନିଜ ନାଗରିକମାନଙ୍କୁ ୯ ଥର ଲେଖାଏ ଟିକା ଦେବା ପାଇଁ ପର୍ଯ୍ୟାପ୍ତ ଡୋଜ୍‌ କିଣିବା ଲାଗି ବ୍ୟବସ୍ଥା କରିଛି। କାନାଡାର ଜନସଂଖ୍ୟା ୩୮ ନିୟୁତ ହୋଇଥିବାବେଳେ ଏହି ଦେଶ ୩୫୮ ନିୟୁତ ଡୋଜ୍‌ ଭାକ୍ସିନ କିଣିବାକୁ ସ୍ଥିର କରିଛି। ୧.୬ ବିଲିୟନ ଡୋଜ୍‌ ସହ ଭାରତ ପ୍ରଥମ ଅଗ୍ରିମ କ୍ରେତା ପାଲଟିଥିବାବେଳେ ଦେଶରେ ଜଣପିଛା ଗୋଟିଏ ଡୋଜ୍‌ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଉତ୍ପାଦନ ସୀମିତ ହୋଇଥିବାରୁ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକ ୨୦୨୪ ପର୍ଯ୍ୟନ୍ତ ମୋଟ ଜନସଂଖ୍ୟାର ସମ୍ପୂର୍ଣ୍ଣ ଟିକାକରଣ କରିପାରିବେ ନାହିଁ।
ୟୁନିଭର୍ସିଟିର ତଥ୍ୟାନୁସାରେ ବର୍ତ୍ତମାନ ସୁଦ୍ଧା ୯.୬ ବିଲିୟନ ଡୋଜ୍‌ ଟିକା ବୁକ୍‌ କରାଗଲାଣି। ସେଥିରୁ ୬.୪ ବିଲିୟନ କିଣିବା ପାଇଁ ନିଶ୍ଚିତ କରାଯାଇଥିବାବେଳେ ଅବଶିଷ୍ଟ ୩.୨ ବିଲିୟନ ଡୋଜ୍‌ ଲାଗି ମୂଲଚାଲ ଚାଲିଛି। କିନ୍ତୁ କୌଣସି ସ୍ବଳ୍ପ ଆୟକାରୀ ଦେଶ ଟିକା କିଣିବା ପାଇଁ ଚୁକ୍ତିବଦ୍ଧ ହୋଇ ନାହାନ୍ତି। ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଅନୂ୍ୟନ ୨୦% ଲୋକଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ କେତେକ ଆନ୍ତର୍ଜାତିକ ଓ ଅଣଲାଭକାରୀ ସଂସ୍ଥା ଏକାଠି ହୋଇ ଉଦ୍ୟମ ଆରମ୍ଭ କରିଛନ୍ତି। କୋଭିଡ୍‌-୧୯ ଭାକ୍ସିନ୍ସ ଗ୍ଲୋବାଲ୍‌ ଆକ୍ସେସ୍‌ ଫାସିଲିଟି (କୋଭାକ୍ସ) ପକ୍ଷରୁ ୨୦୨୧ ଶେଷ ସୁଦ୍ଧା ୨ ବିଲିୟନ ଡୋଜ୍‌ ଟିକା ଲାଗି ପାଣ୍ଠି ଗଠନ କରାଯାଉଛି। ଅନେକ ଦେଶର ସରକାର ନିଜ ଲୋକଙ୍କୁ ରୋଗ ପ୍ରତିରୋଧୀ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ କୋଭାକ୍ସ ଉପରେ ନିର୍ଭର କରିବେ। ଏହି ପାଣ୍ଠିକୁ ଦାନ କରିବାକୁ ୧୫୦ରୁ ଊର୍ଦ୍ଧ୍ୱ ଦେଶ ରାଜି ହୋଇଥିବା ଜଣାପଡ଼ିଛି। ଭାରତ ଓ ବ୍ରାଜିଲ ଭଳି ମଧ୍ୟମ ଆୟକାରୀ ଦେଶ ନିଜସ୍ବ ଭାକ୍ସିନ ବିକଶିତ କରୁଛନ୍ତି, ଯାହାକି ପ୍ରାଥମିକ ପର୍ଯ୍ୟାୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri