ଛତା କିଣିବା ପୂର୍ବରୁ…

ଆରମ୍ଭ ହୋଇଯାଇଛି ବର୍ଷାଦିନ। ଏବେ ପ୍ରାୟ ସଭିଙ୍କୁ ଲୋଡ଼ା ଛତା। ମାର୍କେଟ୍‌ରେ ମଧ୍ୟ ବିକ୍ରି ହେଲାଣି ବହୁ ସଂଖ୍ୟାରେ ଭଳିକି ଭଳି ରଙ୍ଗିନ ଛତା। ହେଲେ ଛତା କିଣିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ଆଦୌ ଭୁଲନ୍ତୁ ନାହିଁ…

ବର୍ଷା ପାଣିରୁ ସୁରକ୍ଷା ଦେବା ଲାଗି ଛତା ବ୍ୟବହାର କରାଯାଏ। ହେଲେ କେବେ କେବେ ସୁନ୍ଦର ଏବଂ ଆକର୍ଷଣୀୟ ରଙ୍ଗ ଲୋଭରେ ଆମେ ଏଭଳି ଛତା କିଣିଆଣୁ ଯାହା ବର୍ଷା ବେଳେ ଭିଜିଯାଇ ପାଣି ପଡ଼ି ଆମକୁ ଓଦା ହେବାକୁ ପଡ଼ିଥାଏ। ତେଣୁ ଛତା କିଣିବା ପୂର୍ବରୁ ପ୍ରଥମେ ଏହାକୁ ଖୋଲି ଏହାର ସିଲେଇ କିମ୍ବା କପଡ଼ାରେ କେଉଁଠି ସୂକ୍ଷ୍ମ ଛିଦ୍ର ଅଛି କି ନାହିଁ ଦେଖି ନିଅନ୍ତୁ।
ସେହିପରି ଆମେ ଛତାର ହ୍ୟାଣ୍ଡେଲ୍‌ ସୁନ୍ଦର ହୋଇଥିବା ଦେଖି ମଧ୍ୟ କିଣିଦେଉ। ହେଲେ ବର୍ଷା ବେଳେ ଏହାକୁ ଧରିବା ଦ୍ୱାରା ହାତ ପାପୁଲି ଏବଂ ଆଙ୍ଗୁଠି ଦରଜ ହେବା, ବିନ୍ଧିବା ଭଳି ସମସ୍ୟା ଦେଖାଦିଏ। ତେଣୁ ଛତାର ହ୍ୟାଣ୍ଡେଲ୍‌ ଯେତେ ସୁନ୍ଦର ହୋଇଥାଉ ନା କାହିଁକି, ଏହାକୁ ଧରିବା ବେଳେ ଏହା ହାଲୁକା ଏବଂ କମ୍ଫର୍ଟେବଲ୍‌ ଲାଗୁଛି ନା ନାହିଁ ଦେଖନ୍ତୁ।
ଛତାର କାଠିଗୁଡ଼ିକ ମଜଭୁତ କି ନୁହେଁ ପ୍ରଥମେ ଭଲ ଭାବେ ଦେଖନ୍ତୁ। ନଚେତ୍‌ ପବନରେ ଛତାର କାଠିଗୁଡ଼ିକ ଓଲଟି ଯିବାଦ୍ୱାରା ଭିଜିବାକୁ ପଡ଼ିପାରେ।
ବ୍ୟାଗ୍‌ରେ ସହଜରେ କ୍ୟାରି କରିବା ଲାଗି ଫୋଲ୍ଡେଡ୍‌ ଛତା ଭଲ ଅପ୍ସନ। ହେଲେ ଏସବୁ ଶୀଘ୍ର ଭାଙ୍ଗିବାର ଆଶଙ୍କା ବି ରହିଛି। ତେଣୁ ଏଭଳି ଛତା କିଣିବା ପୂର୍ବରୁ ପ୍ରଥମେ ୪-୫ଥର ଖୋଲନ୍ତୁ ଏବଂ ବନ୍ଦ କରି ଦେଖନ୍ତୁ ଏହା ଭଲ ଭାବେ କାମ କରୁଛି କି ନାହିଁ।
ମୁଖ୍ୟତଃ ତିନି ପ୍ରକାରର ଯଥା ମ୍ୟାନୁଆଲ୍‌, ସେମିଅଟୋମେଟିକ୍‌ ଏବଂ ଫୁଲ୍‌ଲି ଅଟୋମେଟିକ୍‌ ଛତା ମିଳୁଛି। ତେଣୁ ଆପଣଙ୍କ ସୁବିଧା ଅନୁସାରେ କେଉଁ ଛତା କିଣିବେ, ଭଲ ଭାବେ ଏହାର ବଟନ୍‌ କାମ କରୁଛି କି ନାହିଁ ଦେଖିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri