ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ ବିଭାଗ ତଥ୍ୟ ଅନୁସାରେ ୧ ଏପ୍ରିଲୁ ୨୫ ଏପ୍ରିଲ ମଧ୍ୟରେ ପ୍ରାୟ ୧୯.୬୫ ଲକ୍ଷ ପେଟି ବିଅର ବିକ୍ରି ହୋଇଛି। ପ୍ରତ୍ୟେକ ପେଟି ବାକ୍ସରେ ୨୪ଟି ବିଅର ବୋଟଲ ରହିଥାଏ। ଯେତେବେଳେ ଗତ ବର୍ଷ ୨୦୨୩ରେ ୧ ଏପ୍ରିଲୁ ୨୫ ଭିତରେ ୧୩.୬୧ ଲକ୍ଷ ପେଟି ବିଅର ବିକ୍ରି ହୋଇଥିଲା। ଗତବର୍ଷ ତୁଳନାରେ ଏହିବର୍ଷ ବିଅର ବିକ୍ରିରେ ପ୍ରାୟ ୪୪.୩୭ ପ୍ରତିଶତ ବୃଦ୍ଧି ଘଟିଛି।

ସେହିପରି ମାର୍ଚ୍ଚ ମାସରେ ମଧ୍ୟ ବିଅର ବୃଦ୍ଧି କ୍ଷେତ୍ରରେ ବୃଦ୍ଧି ଘଟିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ୨୬.୨୨ଲକ୍ଷ ପେଟି ବିଅର ବିକ୍ରି ହୋଇଥିଲା। ଯେତେବେଳେ କି ଗତବର୍ଷ ୨୧.୩୧ ଲକ୍ଷ ପେଟି ବିକ୍ରି ହୋଇଥିଲା। ତେବେ ଗତବର୍ଷ ତୁଳନାରେ ଏଥିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠାରୁ କୌତୁହଳର ବିଷୟ ଏହା କି, ସାଧାରଣତଃ ଏପ୍ରିଲ ମାସରେ ବିଅର ବିକ୍ରି ୨୬ରୁ ୨୭ ପ୍ରତିଶତ ବୃଦ୍ଧି ହୋଇଥାଏ। କିନ୍ତୁ ଚଳିତବ ବର୍ଷ ଏହି ସଂଖ୍ୟା ରେକର୍ଡ ଭାଙ୍ଗିଛି। ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କoହିବାନୁସାରେ, ଦୀର୍ଘ ଦିନ ଧରି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଯୋଗୁ ଏପ୍ରିଲରେ ବିଅର ବିକ୍ରି ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

ପରିବାରର ଚାରି ଜଣଙ୍କ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ଖୁଲାସା: ତରଭୁଜ ନମୁନାରେ ମିଳିଲା…

ମୁମ୍ବାଇ,୭।୫: ତରଭୁଜ ଖାଇବା ପରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ଏହି…

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ…

ବଜ୍ରପାତ ନେଲା ଶାଶୁ, ବୋହୁଙ୍କ ଜୀବନ

ଭଞ୍ଜନଗର,୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀରେ ଗୁରୁବାର ବଜ୍ରପାତ ଘଟି ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫)…

ତାମିଲନାଡୁରେ ସରକାର ଗଠନକୁ ନେଇ ବିବାଦ ଜାରି: ରାଜ୍ୟପାଳଙ୍କୁ ସିପିଆଇ(ଏମ)ର ଅନୁରୋଧ

ଚେନ୍ନାଇ,୭।୫: ତାମିଲନାଡୁରେ ବିଧାନସଭା ନିର୍ବାଚନର ଫଳାଫଳ ପରେ, ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରିନଥିବାରୁ,…

ସୀମା ଟପିଲା ବର୍ୱରତା: ପୋଲିସ ସମ୍ମୁଖରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ନୀଳମାଧବ ସାହୁ): ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ଏକ ବର୍ୱରକାଣ୍ଡ ସାମ୍ନାକୁ ଆସିଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। କେତେଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri