Posted inଜାତୀୟ

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି । ହଁ! ଆପଣଙ୍କୁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ୍ୟ। ରେଳ ଚଳାଚଳ କକ୍ଷରେ ରଖାଯାଇଥିବା ଅଭିଯୋଗ ପୁସ୍ତକରେ ଲିପିବଦ୍ଧ ହୋଇଥିବା ଅଭିଯୋଗରୁ ଏହା ସାମ୍ନାକୁ ଆସିଛି। ରନିଂ ରୁମ ହେଉଛି ସେହି ସ୍ଥାନ ଯେଉଁଠାରେ ଲୋକୋ ପାଇଲଟ ବା ଟ୍ରେନ ଡ୍ରାଇଭର ନିଜ ଡ୍ୟୁଟି ସାରିବା ପରେ ବିଶ୍ରାମ କରନ୍ତି। ରନିଂ ରୁମରେ ଛାରପୋକ ଏବଂ ମଶା ଯୋଗୁଁ ଲୋକା ପାଇଲଟ ଶୋଇପାରୁ ନାହାଁନ୍ତି। ସେମାନଙ୍କ ଅଭିଯୋଗ ସଂଖ୍ୟା ବହୁତ ଅଧିକ। ବର୍ତ୍ତମାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଏହାର ସମାଧାନ ପାଇଁ ରେଳ ବୋର୍ଡ ସମସ୍ତ ଜୋନକୁ ନିର୍ଦ୍ଦେଶ ଦେଇଛି। ଖରାପ ଖାଦ୍ୟ, ମଇଳା କୋଠରୀ ଏବଂ ତ୍ରୁଟିପୂର୍ଣ୍ଣ ଏସି ସମ୍ବନ୍ଧରେ ମଧ୍ୟ ଅନେକ ଅଭିଯୋଗ କରାଯାଇଛି।

ଅଗଷ୍ଟ ୨୮ରେ ଉତ୍ତର ପଶ୍ଚିମ ରେଳ ଜୋନର ଅଜମେର ଡିଭିଜନରେ ଏକ ରନିଂ ରୁମର ଅଭିଯୋଗ ପୁସ୍ତକରେ ଜଣେ ଲୋକୋ ପାଇଲଟ ଏବଂ ତାଙ୍କ ସହାୟକ ଲେଖିଥିଲେ, ‘ରୁମ ନମ୍ବର ୧୦ରେ ବେଡବଗ ବା ଛାରପୋକ କାରଣରୁ ମୁଁ ରାତି ୧୨ଟା ୩୦ରୁ ଜାଗ୍ରତ ଅଛି। ଅସମ୍ପୂର୍ଣ୍ଣ ବିଶ୍ରାମ ଯୋଗୁଁ ମୁଁ ଅସହଜ ଅନୁଭବ କରୁଛି। ଏହା ଟ୍ରେନ ଅପରେସନରେ କ୍ଷତି ପହଞ୍ଚାଇପାରେ। ସେଣ୍ଟ୍ରାଲ ରେଲୱେ ଜୋନ ଅନ୍ତର୍ଗତ ନାଗପୁର ଡିଭିଜନର ବଲହର୍ଶା ରନିଂ ରୁମରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ ଏବଂ ବେଡବଗ ବା ଛାରପୋକ ବିଷୟରେ ତାଙ୍କର ପୂର୍ବ ଅଭିଯୋଗକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ।

ଏହି ଲୋକୋ ପାଇଲଟମାନେ ଠିକ ଭାବରେ ବିଶ୍ରାମ ନ ନେଲେ ପରବର୍ତ୍ତି ସମୟରେ ବହୁ ଅସୁବିଧା ସୃଷ୍ଟି କରିପାରେ ବୋଲି ଅଭିଯୋଗ ବି ହୋଇଛି। ଏବେ ଏହାକୁ ନେଇ ଚିନ୍ତାରେ ପଡିଯାଇଛି ରେଲଓ୍ବେ ବୋର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri