ସୁନ୍ଦରୀ ପ୍ରତିଯୋଗିତା

ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ବିବାହିତା ମହିଳା ଓ ମା’ମାନେ ଏବେ ଭାଗ ନେଇପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିଲେ। ଏହା ସ୍ବାଗତଯୋଗ୍ୟ ଯେ, ଏଥିରେ ବିବାହିତା ମହିଳାଙ୍କୁ ସୁଯୋଗ ମିଳିବ। ବୃଦ୍ଧାମାନଙ୍କୁ ସୁଯୋଗ ମିଳିଲେ ଆହୁରି ସୁନ୍ଦର ହୁଅନ୍ତା। ପୃଥିବୀର ସବୁ ଦେଶରେ ହେଉଥିବା ଏହି ସୁନ୍ଦରୀ ପ୍ରତିଯୋଗିତା ମାଧ୍ୟମରେ ତରୁଣୀମାନେ ଶୋଷିତ ହୋଇଆସୁଛନ୍ତି। ଭାରତର ଗୋଟିଏ ଇଂଲିଶ୍‌ ଖବରକାଗଜ ପକ୍ଷରୁ ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ଦୀର୍ଘ ଦଶନ୍ଧି ଧରି ସେହି ସଂସ୍ଥାରେ କାର୍ଯ୍ୟ କରିଆସୁଥିବା ଜଣେ ମୁଖ୍ୟ କର୍ମଚାରୀ ଦେଶର କୋଣ ଅନୁକୋଣରୁ ସୁନ୍ଦରୀ ପ୍ରତିଯୋଗିତାରେ ଜିତି ହିନ୍ଦୀ ସିନେମାରେ ପ୍ରବେଶ କରିବାକୁ ଇଚ୍ଛୁକ ତରୁଣୀମାନଙ୍କୁ ଶୋଷଣ କରିଆସୁଥିବା ସେହି ମହଲରେ ଜଣାଶୁଣା। ସେହି କର୍ମଚାରୀଙ୍କ ମୃତ୍ୟୁ ଘଟିବା ପରେ ମଧ୍ୟ ଉକ୍ତ ସ୍ଥାନ ନେବା ପାଇଁ ଧାଡ଼ି ଲାଗିଛି।
ତମାଖୁ କିମ୍ବା ମଦ ବେପାର ଭଳି ସୁନ୍ଦରୀ ପ୍ରତିଯୋଗିତା ଏକ ଅନ୍ତର୍ଜାତୀୟ ବହୁ ବିଲିୟନ ଡଲାରର ଶିଳ୍ପ। ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିଭିତ୍ତିକ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ସେବା ଯଥା-ଦାନ୍ତ ସିଧା କରିବା ଭଳି ସର୍ଜରି, ବୋଟକ୍ସ ଭଳି ବିଭିନ୍ନ ପ୍ରକାର ଇଞ୍ଜେକଶନ୍‌, ଏପରିକି ପ୍ଲାଷ୍ଟିକ୍‌ ସର୍ଜରି ଏବଂ ଓଜନ କମାଇବାର ଔଷଧ ପ୍ରସ୍ତୁତକର୍ତ୍ତାମାନେ ଏହି ପ୍ରତିଯୋଗିତା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଥାନ୍ତି। ଏହାଦ୍ୱାରା ଯେ ବାସ୍ତବ ସୁନ୍ଦରୀ ଯୁବତୀ ବଛା ହୋଇ ଆସୁଛନ୍ତି ଭାବିବା ତ୍ରୁଟିପୂର୍ଣ୍ଣ। ସୌନ୍ଦର୍ଯ୍ୟ ମାପଦଣ୍ଡ ସେହି ପ୍ରତିଯୋଗିତାର ଆୟୋଜକମାନେ ନିର୍ଦ୍ଧାରଣ କରିଥାନ୍ତି। ଦେଖିବାକୁ ଗଲେ ନାମକୁମାତ୍ର ବୁଦ୍ଧିର ପରୀକ୍ଷା କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏହି ପ୍ରତିଯୋଗିତା ପଛରେ କେବଳ ବ୍ୟବସାୟ ସମ୍ପୃକ୍ତ ରହିଛି। ସୌନ୍ଦର୍ଯ୍ୟ ବୃଦ୍ଧି କରାଉଥିବା ସାମଗ୍ରୀ ଓ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଏବେ ହୁଏତ ହୃଦ୍‌ବୋଧ କଲେଣି ଯେ, ବିଶ୍ୱବ୍ୟାପୀ ଅନେକ ଯୁବତୀ ବିବାହ କରି ମାତୃତ୍ୱ ଲାଭ କରିବା ପରେ ସୌନ୍ଦର୍ଯ୍ୟ ବୃଦ୍ଧି ଆଡ଼କୁ ବିଶେଷ ସମୟ ଓ ଅର୍ଥ ଖର୍ଚ୍ଚ କରୁନାହାନ୍ତି। ବିଶ୍ୱବ୍ୟାପୀ ଅର୍ଥନୈତିକ ପରିସ୍ଥିତିରେ ମାନ୍ଦାବସ୍ଥା ଯୋଗୁ ଏହି ସୌନ୍ଦର୍ଯ୍ୟ ବ୍ୟବସାୟରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥିବ। ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କର ଯେଉଁ ଆଗ୍ରହ ସୁନ୍ଦରୀ ପ୍ରତିଯୋଗିତାରେ ଦେଖାଯାଉଥିଲା, ତାହା ମଧ୍ୟ ହ୍ରାସ ପାଇଥିବାର ପରିଲକ୍ଷିତ ହେଉଛି। ଏହିଭଳି ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିବା ବ୍ୟବସାୟଗୁଡ଼ିକ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜକମାନେ ବିଶ୍ୱ ଅର୍ଥନୀତିର ମାନ୍ଦାବସ୍ଥାକୁ ସାମ୍ନା କରିବା ପାଇଁ କିଛି ନୂଆ ପଦ୍ଧତି ନିଶ୍ଚିତ ଭାବେ ଖୋଜୁଥିଲେ। ସେହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବିବାହିତା ମହିଳାଙ୍କୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପ୍ରଦାନ ଏକ ନୂତନତ୍ୱ ଆଣିଦେଉଛି। ଭିନ୍ନ ବାଟରେ କହିଲେ ଏକ ନୂଆ ଅବତାରରେ ମହିଳାମାନଙ୍କୁ ଆକର୍ଷିତ କରିବାର ଚେଷ୍ଟା ଆରମ୍ଭ ହେଉଛି।
ଶେଷରେ ଏତିକି କହିହେବ ଯେ, ବ୍ୟବସାୟ ପ୍ରଣୋଦିତ ସୁନ୍ଦରୀ ପ୍ରତିଯୋଗିତା ମହିଳାଙ୍କ ସମ୍ମାନ ବୃଦ୍ଧି କରେନାହିଁ କିମ୍ବା ତାହା ଦ୍ୱାରା ସେମାନଙ୍କ ସଶକ୍ତୀକରଣରେ ସହାୟକ ହୁଏ ନାହିଁ। ଅବଶ୍ୟ ଏହି ପ୍ରତିଯୋଗିତାରେ ବିଜୟିନୀମାନଙ୍କ ମଧ୍ୟରୁ କେତେଜଣ ଭାରତୀୟ ସିନେମାରେ ସୁଯୋଗ ପାଉଥିବା ବେଳେ ଅନ୍ୟମାନେ ଅଳିଆଗଦାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri